fbpx

ଅନୁପଙ୍କ ନାମରେ ଠୋସ୍ ପ୍ରମାଣ ପାଇଲା ପୋଲିସ

ଝାରସୁଗୁଡା,୧୪ ।୨(ଓଡିଶା ଭାସ୍କର): ୨୦୧୬ରେ ହୋଇଥିବା ଏକ ହତ୍ୟା ମାମଲାରେ ପୂର୍ବତନ ବିଜେଡି ନେତା ଅନୁପ ସାଏଙ୍କ ବିରୋଧରେ ପୋଲିସକୁ ଆଜି ଠୋସ୍ ପ୍ରମାଣ ମିଳିଛି । ଛତିଶଗଡ ପୋଲିସଙ୍କ ସୂଚନା ଅନୁସାରେ ଅନୁପ ହେଉଛନ୍ତି ସେହି ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ । ହତ୍ୟା ଷଡଯନ୍ତ୍ର ଓ ପ୍ରମାଣ ନଷ୍ଟ ନେଇ ଯଥେଷ୍ଟ ପ୍ରମାଣ ରହିଛି । ବହୁତ ଦିନ ହେବ ଏହି ହତ୍ୟା ମାମଲାକୁ ନେଇ ଅନୁପଙ୍କ ଉପରେ ନଜର ରଖାଯାଇଥିଲା । ଆଜି ଅପରାହ୍ନରେ ଏହି ଘଟଣାର ସମ୍ପୂର୍ଣ ତଥ୍ୟ ଦେବା ନେଇ ଛତିଶଗଡ ପୋଲିସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହେବାର ସୂଚନା ରହିଛି ।
ତେବେ ଗତକାଲି ଏହି ହତ୍ୟା ମାମଲାରେ ଅନୁପ ଗିରଫ ହୋଇଥିଲେ । ଏହାସହ ରାଜ୍ୟ ପାଣ୍ୟାଗାର ନିଗମର ଅଧ୍ୟକ୍ଷ ପଦରୁ ଅନୁପ ସାଏଙ୍କୁ ବିଦା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେଡ଼ିରୁ ମଧ୍ୟ ସେ ବିଦା ହୋଇଥିଲେ ।
ଉଲ୍ଳେଖଯୋଗ୍ୟ ଯେ ୨୦୧୬ରେ ମାଆ ଓ ଝିଅଙ୍କୁ ହତ୍ୟା ମାମଲାରେ ସେ ଗିରଫ ହୋଇଥିଲେ । ଏନେଇ ବ୍ରଜରାଜନଗର ଗାନ୍ଧୀଛକ ଥାନାର ପୋଲିସ ତାଙ୍କ ଗିରଫକୁ ନେଇ ସୂଚନା ଦେଇଥିଲା । ସେହି ହତ୍ୟା ମାମଲାରେ ସମ୍ପୃକ୍ତି ଅଭିଯୋଗରେ ଛତିଶଗଡ଼ ପୋଲିସ ତାଙ୍କୁ ଗତକାଲି ଅଟକ ରଖି ପଚରାଉଚରା ମଧ୍ୟ କରୁଥିଲା । ରାଜ୍ୟ ପାଣ୍ୟାଗାର ନିଗମର ଅଧ୍ୟକ୍ଷ ଥିଲେ ଅନୁପ କୁମାର ସାଏ । ବ୍ରଜରାଜନଗରରୁ ୩ଥର କଂଗ୍ରେସ ଟିକେଟରୁ ବିଧାୟକ ରହିଥିଲେ । ୨୦୧୪ରେ କଂଗ୍ରେସ ଛାଡ଼ି ବିଜେଡ଼ିରେ ଯୋଗ ଦେଇଥିଲେ ଅନୁପ ।

Get real time updates directly on you device, subscribe now.