fbpx

ଅନୁଷ୍କା ଶର୍ମାଙ୍କ କମ୍ପାନୀ ସହ ୪୦୫ କୋଟିର ଚୁକ୍ତି କଲା ଆମାଜନ ଓ ନେଟଫ୍ଲିକ୍ସ: ଦେଢ ବର୍ଷରେ ନିର୍ମାଣ କରିବେ ୮ଟି ଫିଲ୍ମ ଓ ୱେବ ସିରିଜ୍

ନୂଆଦିଲ୍ଲୀ : ନେଟଫ୍ଲିକ୍ସ ଓ ଆମାଜନ ଓଟିଟି ପ୍ଲାଟଫର୍ମ ଅନୁଷ୍କା ଶର୍ମାଙ୍କ କମ୍ପାନୀ କ୍ଲିନ୍ ସ୍ଲେଟ୍ ଫିଲ୍ମ ସହିତ ୫୪ ମିଲିୟନ ଡଲାର(ପ୍ରାୟ ୪୦୫ କୋଟି ଟଙ୍କା)ର ଚୁକ୍ତି କରିଛି। କମ୍ପାନୀ ଏହି ପଦକ୍ଷେପ ଭାରତୀୟ ବଜାରରେ ବଢୁଥିବା ପ୍ରତିଯୋଗିତାକୁ ଦୃଷ୍ଟିରେ ରଖି ଏମିତି ପଦକ୍ଷେପ ନେଇଛି। ଦୁଇ ଓଟିଟି କମ୍ପାନୀ ଏଣ୍ଟରଟେନମେଣ୍ଟ ବଜାରରେ ନିଜର ପତିଆରା ବଜାୟ ରଖିବା ଏବଂ ଫିଲ୍ମ ଓ ଓ୍ଵେବସିରିଜର ନୂତନ କଣ୍ଟେଟ୍ ପ୍ରସ୍ତୁତ ପାଇଁ ଏହି ଚୁକ୍ତି କରିଛନ୍ତି।
କମ୍ପାନୀର ସହ ସଂସ୍ଥାପକ ତଥା ଅନୁଷ୍କାଙ୍କ ଭାଇ କରନେଶ ଶର୍ମାଙ୍କ ଅନୁଯାୟୀ, ଆଗାମୀ ୧୮ ମାସରେ ଆମାଜନ ଏବଂ ନେଟଫ୍ଲିକ୍ସର ଓଟିଟି ପ୍ଲାଟଫର୍ମରେ ୮ ଓ୍ଵେବ୍ ସିରିଜ୍ ଏବଂ ଫିଲ୍ମ ରିଲିଜ୍ କରିବେ। ଏହା ବ୍ୟତୀତ ଅନେକ ପ୍ରୋଜେକ୍ଟ ଉପରେ କାମ କରୁଛନ୍ତି। ନେଟଫ୍ଲିକ୍ସର ମୁଖପାତ୍ର ମଧ୍ୟ କ୍ଲିନ ସ୍ଲେଟ୍ ଫିଲ୍ମସ ସହ ଚୁକ୍ତି ହୋଇଥିବା ସ୍ପଷ୍ଟ କରିଛନ୍ତି। ତେବେ ଆମାଜନ ଏହା ଉପରେ କୌଣସି ଜବାବ ରଖିନାହିଁ।
ନେଟଫ୍ଲିକ୍ସ ଗତ ମାସରେ ନିଜର ସବସ୍କ୍ରିପସନର ମୂଲ୍ୟ ୬୦ ପ୍ରତିଶତ ହ୍ରାସ କରିଥିଲା। ଏହା ପରେ ମଧ୍ୟ ଭାରତୀୟ ବଜାରରେ ନିଜର ସ୍ଥିତି ସେତେଟା ଦୃଢ କରି ପାରିନାହିଁ। କମ୍ପାନୀ ଆମାଜନ ଏବଂ ଓ୍ଵାଲ୍ଟ ଡିଜନୀଠୁ ଟପିବା ପାଇଁ କ୍ଲିନ ସ୍ଲେଟ୍ ଫିଲ୍ମସ ପରି ଉର୍ଦ୍ଧ୍ଵଗାମୀ ଷ୍ଟୁଡିଓଜ ଉପରେ ବାଜି ଲଗାଇଛି। ଏହି ଷ୍ଟୁଡିଓ ୨୦୧୫ରେ ଏନଏଚ-୧୦ ଫିଲ୍ମ ନିର୍ମାଣ କରିଥିଲା। ଫିଲ୍ମଟି ବେଶ୍ ଆଦୃତ ଲାଭ କରିଥିଲା।

Get real time updates directly on you device, subscribe now.