fbpx

ଦେଖି ପାରିଲେ ନାହିଁ ଦୁଃଖ , ଆର୍ଥିକ ସହାୟତା ପାଇଁ ହାତ ବଢ଼ାଇ ପୁଣି ଚର୍ଚ୍ଚାରେ କେନ୍ଦ୍ରାପଡା ସାଂସଦ

ଭୁବନେଶ୍ୱର: ରାଜନୀତି ଠାରୁ ଆରମ୍ଭ କରି ନିଜର ମହତପଣିଆ ପାଇଁ ସବୁ ବେଳେ ଚର୍ଚ୍ଚାରେ ରହିଥାଆନ୍ତି କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି । ତେବେ ନିକଟରେ ଅନୁଭବ ଗୋଟିଏ ଏଭଳି କାର୍ଯ୍ୟ କରିଛନ୍ତି ଯାହା ପାଇଁ ତାଙ୍କ ନାମ ଏବେ ଖୁବ ଚର୍ଚ୍ଚାର ବିଷୟ ପାଲଟିଛି ।

କେନ୍ଦ୍ରାପଡାର ସାଂସଦ ତାଙ୍କ କାର୍ଯ୍ୟ ପାଇଁ କେନ୍ଦ୍ରାପଡା ଗସ୍ତରେ ଆସିଥିବା ବେଳେ ଜଣେ ଟ୍ରଲି ଚାଳକଙ୍କ ଦୁଃଖ ବୁଝି ତାଙ୍କ ମଣିଷପଣିଆର ପରିଚୟ ଦେଇଛନ୍ତି । ସାଲେପୁରର ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିବା ବେଳେ କାର୍ଯ୍ୟକ୍ରମ ଅନ୍ତପରେ ସେ ସ୍ଥାନୀୟ ଲୋକମାନଙ୍କ ସହ କଥାବାର୍ତ୍ତା ହେଉଥିଲେ । ଏହି ସମୟରେ ସେ ଜଣେ ମଉସାଙ୍କୁ ତାଙ୍କ ଭଙ୍ଗା ଟ୍ରଲି ନେଇ ଯାଉଥିବାର ଦେଖିଥିଲେ । ମଉସାଙ୍କ ଦୁଃଖ ଦେଖି ଅନୁଭବ ସହି ପାରିଲେ ନାହିଁ । ତୁରନ୍ତ ମଉସାଙ୍କୁ ଆର୍ଥିକ ସହାୟତା ପ୍ରତିଶୃତି ଦେଲେ । ଟ୍ରଲି ଚାଳକଙ୍କ ନାମ (୭୦ ବର୍ଷୀୟ) ଅର୍ଜୁନ ସମାଲ ।

ଅନୁଭବ ତାଙ୍କୁ ଆର୍ଥିକ ସହାୟତା ଦେବାରୁ ମଉସା ଜଣକ ଖୁସିରେ କାନ୍ଦି ପକାଇଥିଲେ । ସେକହିଛନ୍ତି ଯେ ତାଙ୍କର ପରିବାର ଏହି ଟ୍ରଲି ଉପରେ ନିର୍ଭର ଆଉ ଏହି ଟ୍ରଲିକୁ ସଜାଡିବା ପାଇଁ ତାଙ୍କ ପାଖରେ ପର୍ଯ୍ୟପ୍ତ ଟଙ୍କା ନଥିଲା । ଯାହା ପାଇଁ ସେ ଏହି ଭଙ୍ଗା ଗାଡି ଚଳାଉଥିଲେ । ଆଉ ସାସଂଦଙ୍କ ଏହି ପ୍ରତିଶୃତି ଶୁଣିବା ପରେ ସେ ବହୁତ ଖୁସି ହୋଇଥଲେ । ଆଉ ତାଙ୍କ ଦୀର୍ଘାୟୁ ପାଇଁ ଆର୍ଶୀବାଦ ଦେଇଥିଲେ ।

Get real time updates directly on you device, subscribe now.