fbpx

ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବରଗଡ଼ ଛାତ୍ର ଅନ୍ୱେଷ ସାହୁଙ୍କ କେଭିପିୱାଇ ପରୀକ୍ଷାରେ କୃତୀତ୍ୱ

ବରଗଡ଼ ସ୍ଥିତ ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସିଏଚଏସଇ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷ ବିଜ୍ଞାନ ଛାତ୍ର ଶ୍ରୀମାନ୍ ଅନ୍ୱେଷ ସାହୁ ଚଳିତ ବର୍ଷ ଅନୁଷ୍ଠିତ ସର୍ବ ଭାରତୀୟ କେଭିପିୱାଇ ପରୀକ୍ଷାରେ ୧୦୩୫ ର୍ୟାଙ୍କ୍ (ସାଧାରଣ ବର୍ଗ) ନିଜର ପ୍ରଥମ ପ୍ରୟାସରେ ଉତ୍ତୀର୍ଣ୍ଣ ହେବାର କୃତିତ୍ୱ ଅର୍ଜନ କରିଥିବା ନେଇ ବିକାଶ ଗ୍ରୁପ୍ର ଏକ୍ଜିକ୍ୟୁଟିଭ୍ ଡାଇରେକ୍ଟର ଶ୍ରୀଯୁକ୍ତ ଡି.ନାଗେଶ୍ୱର ରାଓ ସୂଚନା ଦେଇଛନ୍ତି ।

ଏହି ସଫଳତା ଅନ୍ୱେଷଙ୍କ କଠିନ ପରିଶ୍ରମ ଓ ବିକାଶ ଏଣ୍ଟ୍ରାନ୍ସ୍ ଏକାଡେମୀର ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଫଳ ବୋଲି ବିକାଶ ଗ୍ରୁପ୍ର ମ୍ୟାନେଜିଂ ଡାଇରେକ୍ଟର ଶ୍ରୀଯୁକ୍ତ ଜି.ଭାସ୍କର ରାଓ କହିଛନ୍ତି । ବିଗତ ୬ବର୍ଷ ଧରି କେଭିପିୱାଇରେ ବିକାଶର ଛାତ୍ରଛାତ୍ରୀମାନେ ସଫଳତା ଅର୍ଜନ କରୁଛନ୍ତି ବୋଲି ବିକାଶ ଏଣ୍ଟ୍ରାନ୍ସ୍ ଏକାଡେମୀ, ବରଗଡ଼ ଶାଖା ତରଫରୁ ବିକାଶ ସ୍କୁଲ୍ ଉପାଧ୍ୟକ୍ଷ ଶ୍ରୀ ଚିତରଞ୍ଜନ ପତି ପ୍ରକାଶ କରିଛନ୍ତି ।

ଅନ୍ୱେଷ ବରଗଡ଼ ଜିଲ୍ଲା ନଦୀପଡ଼ା, ଡାଙ୍ଗ ନିବାସୀ ଆଇନ୍ଜୀବୀ ଶ୍ରୀ ମହେନ୍ଦ୍ର ସାହୁ ଓ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ବରଗଡ଼ର ଶିକ୍ଷୟିତ୍ରୀ ଶ୍ରୀମତୀ ନନ୍ଦିନୀ ପ୍ରଧାନଙ୍କ ସୂପୁତ୍ର ଅଟନ୍ତି । ଯୁକ୍ତ ଦୁଇ ବିଜ୍ଞାନ ପାଠ ପଢ଼ା ସାଙ୍ଗରେ ବିକାଶ ଏଣ୍ଟ ୍ରାନ୍ସ୍ ଏକାଡେମୀରେ ପ୍ରତିଯୋଗିତାମୂଳକ ପରୀକ୍ଷାଗୁଡ଼ିକ ପାଇଁ ମଧ୍ୟ ପ୍ରସ୍ତୁତି ଜାରିରଖିଛନ୍ତି ବୋଲି ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ମୂରାରୀ ପ୍ରସାଦ ସାହୁ ପ୍ରକାଶ କରିଛନ୍ତି । ୨୦୧୮-୧୯ ରେ ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବିଜ୍ଞାନ ଛାତ୍ର ଚିନ୍ମୟ ଶିଆଲ, ୨୦୧୯-୨୦ରେ ବିକାଶ ଆବାସିକ ବିଦ୍ୟାଳୟର ବିଜ୍ଞାନ ଛାତ୍ର ବିବୁଧେନ୍ଦ୍ର ପଣ୍ଡା,୨୦୨୦-୨୧ରେ ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବିଜ୍ଞାନ ଛାତ୍ର ସନାତନ ସତନାମୀ ଏବଂ ଚଳିତ ବର୍ଷ ଅନ୍ୱେଷ ସାହୁ ଙ୍କ ସଫଳତା ପାଇଁ ବିକାଶ ଗ୍ରୁପ୍ ର ଚେୟାର୍ମେନ୍ ଶ୍ରୀ ଡି.ମୂରଲୀ କ୍ରୀଷ୍ଣା ନିଜର ଆତ୍ମସନ୍ତୋଷ ପ୍ରକାଶ କରିଛନ୍ତି ।

ଏହି ସଫଳତା ପାଇଁ ଡାଇରେକ୍ଟର ଏକାଡେମିକ୍ସ୍ ଶ୍ରୀ ଜି.ରାମକ୍ରୀଷ୍ଣା, ଡାଇରେକ୍ଟର ଡ.ସମରେନ୍ଦ୍ର ନାଥ ପଣ୍ଡା, ବିକାଶ ଆବାସିକ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଶିଶିର ପ୍ରସାଦ ରାଉଳ ତଥା ସମସ୍ତ କର୍ମକର୍ତା ବୃନ୍ଦ ଅନ୍ୱେଷଙ୍କୁ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ହାର୍ଦ୍ଦିକ ଅଭିନନ୍ଦନ ଜ୍ଞାପନ କରିଛନ୍ତି ।

Get real time updates directly on you device, subscribe now.