fbpx

(Video) ପଞ୍ଜାବ ପରେ ଗୋଆ: ଅମିତ ପାଲେକରଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କଲା AAP

ନୂଆଦିଲ୍ଲୀ: ଆଗକୁ ଦେଶରେ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ସମସ୍ତ ରାଜନୈତିକ ଦଳମାନେ ଖୁବ ବେଗରେ ପ୍ରଚାର ଚଳାଇଛନ୍ତି । ତେବେ ଏହି ରେସରେ ପଛରେ ପଡ଼ିନାହିଁ ଆମ୍ ଆଦମୀ ପାର୍ଟି (ଏଏପି) । ଗତକାଲି ଏଏପି ପଞ୍ଜାବରେ ଭଗୱନ୍ତ ମାନଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିଥିବା ବେଳେ ଆଜି ଗୋଆରେ ଘୋଷଣା କରିଛି । ଗୋଆରେ ଆପ ଅମିତ ପାଲେକରଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିଛି ।

ଗୋଆ ବିଧାନସଭାର ମୋଟ ସିଟ ସଂଖ୍ୟା ୪୦ ହୋଇଥିବା ବେଳେ ସେଠାରେ ଆପ ୩୦ଟି ଆସନରେ ପ୍ରାର୍ଥୀ ଦେବ । ଗୋଆର ମୋଟ ଜନସଂଖ୍ୟାର ୩୫ ପ୍ରତିଶତ ଭଣ୍ଡାରି ସମ୍ପ୍ରଦାୟ ହୋଇଥିବାରୁ ପାଲେକରଙ୍କୁ ମୁଖ୍ୟ ଚେହେରା ଭାବେ ଏଏପି ଉପସ୍ଥାପିତ କରିଛି । ଉତ୍ତରପ୍ରଦେଶରେ ବିଭିନ୍ନ ରାଜନୈତିକ ଦଳ ଜାତିକୁ ଗୁରୁତ୍ୱ ଦେଇ ଭୋଟ ହାତେଇବା ପାଇଁ ଯୋଜକୁ କରୁଥିବା ବେଳେ ଉକ୍ତ ଗୋଟି ଗୋଆରେ ଖେଳିଛି ଆପ୍ । ତେବେ ଲିଙ୍କନ ଭାଜ, ନୋନୁ ନାଇକ, ଗାବ୍ରିଏଲ ଫର୍ଣ୍ଣାଣ୍ଡିଜ, ରାଉଲ ପେରେଇରା ଓ ମନୋଜ ଘଡ଼ି ଆମୋଙ୍କର ପ୍ରମୁଖ ପ୍ରାର୍ଥୀଙ୍କୁ ମଧ୍ୟ ଏଏପି ନିର୍ବାଚନରେ ସୁଯୋଗ ଦେବ ବୋଲି ଘୋଷଣା କରିଛି । ରାଜ୍ୟରେ ନିର୍ବାଚନରେ ଜିତିବା ପାଇଁ ଏଏପି ୧୩-ସୂତ୍ରୀ ଏଜେଣ୍ଡା ପ୍ରସ୍ତୁତ କରିଛି ।

Get real time updates directly on you device, subscribe now.