fbpx

ମ୍ୟାରିଟାଲ ରେପ୍ ବୈଧ କି ଅବୈଧ: ଦିଲ୍ଳୀ ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟରେ ପିଟିସନ୍

ନୂଆଦିଲ୍ଳୀ: ବୈବାହିକ ଦୁଷ୍କର୍ମ ବା ମ୍ୟାରିଟାଲ୍ ରେପକୁ ନେଇ ସର୍ବଦା ଭିନ୍ନ ମତ ପୋଷଣ ହୋଇଛି । ସମାଜ ତଥା ସୋସିଆଲ ମିଡିଆରେ ଏହାକୁ ନେଇ ଭିନ୍ନ ମତ ପୋଷଣ କରାଯାଉଥିବା ବେଳେ ଦିଲ୍ଳୀ ହାଇକୋର୍ଟର ଖଣ୍ଡପୀଠ ମଧ୍ୟ ଏହାକୁ ନେଇ ମିଶ୍ର ପ୍ରତିକ୍ରିୟା ଦେଇଥିଲେ । ମ୍ୟାରିଟାଲ୍ ରେପ୍ କୁ ଏକ ଅପରାଧ ଭାବରେ ଗଣାଯିବା ଆବେଦନ ଉପରେ ନିଷ୍ପତ୍ତି ନେବାରେ କୋର୍ଟକୁ ସହାୟତା କରୁଥିବା ଆମିକସ୍ କ୍ୟୁରି ଭାବେ ନିଯୁକ୍ତ କରାଯାଇଥିବା ବରିଷ୍ଠ ଅଧିବକ୍ତା ରାଜଶେଖର ରାଓ କହିଥିଲେ ଯେ, ସ୍ୱାମୀର ଅଧିକାର ବିଷୟରେ କିଏ ବି ଏହା କହୁନାହାନ୍ତି । ତେବେ ଆଇପିସି ଧାରା ୩୭୫(ଦୁଷ୍କର୍ମ) ଅଧୀନରେ ନିୟମ ରହିଛି ଯେ, କୌଣସି ବ୍ୟକ୍ତି ଦ୍ୱାରା ତାର ପତ୍ନୀଙ୍କ ସହିତ ଶାରୀରିକ ସମ୍ବନ୍ଧକୁ ବଳାତ୍କାରର ଅପରାଧରୁ ମୁକ୍ତ କରିଥାଏ । କିନ୍ତୁ ଏପରି ମାମଲାରେ ପତ୍ନୀଙ୍କ ବୟସ ୧୫ ବର୍ଷରୁ ଅଧିକ ରହିଥିବା ଆବଶ୍ୟକ । ଜଷ୍ଟିସ୍ ରାଜୀବ ଶକଧର୍ ଓ ଜଷ୍ଟିସ୍ ସି ହରିଶଙ୍କରଙ୍କ ପୀଠ ସାମନାରେ ଦସ୍ତାବିଜ୍ ଦିଆଯାଇଛି ଯେ, ଯଦି ପ୍ରାବଧାନ ବା ବ୍ୟବସ୍ଥା ଏହା ସନ୍ଦେଶ ଦେଉଛି ତାହେଲେ କଣ ଏହା କୌଣସି ପତ୍ନୀଙ୍କ ଅସ୍ତିତ୍ୱ ଉପରେ ଆକ୍ରମଣ ନୁହେଁ ।

ମେ ୧୧ ତାରିଖରେ ଖଣ୍ଡପୀଠଙ୍କ ମିଶ୍ରିତ ରାୟ ଆସିଥିଲା । ଶକଧର ଏହାକୁ ଅପରାଧିକ ମାମଲା ଅଧୀନରେ ଆଣିବା ପାଇଁ ଦାବି କରିଥିବା ବେଳେ ହରିଶଙ୍କର ଏହାକୁ ଖଣ୍ଡନ କରିଥିଲେ । ଦୁଇ ଜଣିଆ ଖଣ୍ଡପୀଠ ଏହାକୁ ନେଇ ପରସ୍ପର ବିରୋଧାଭାସ ଥିବା ରାୟ ପ୍ରଦାନ କରିବା ପରେ ଏହାକୁ ନେଇ ସୁପ୍ରିମକୋର୍ଟରେ ଆବେଦନ କରିବା ପାଇଁ କହିଥିଲେ ।

ଉଲ୍ଲେଖଯୋଗ୍ୟ ଯେ, ଏନଜିଓ ହୃଦୟ ପକ୍ଷରୁ ଆଗତ ମାମଲାର ବିଚାର କରି କୋର୍ଟ ଏଭଳି ନିଷ୍ପତ୍ତି ଶୁଣାଇଥିଲେ । ପତି-ପତ୍ନୀଙ୍କ ମଧ୍ୟରେ ଶାରୀରିକ ସମ୍ପର୍କକୁ ଦୁଷ୍କର୍ମ ଭାବରେ ଗ୍ରହଣ କରାଯିବ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି ଦିଲ୍ଳୀ ହାଇକୋର୍ଟ । ଏହା ସହିତ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କକୁ ଯୌନ ଦୁଷ୍କର୍ମ ବର୍ଗରେ ସାମିଲ କରାଯାଇ ପାରିବ ନାହିଁ ବୋଲି କୋର୍ଟ କହିଛନ୍ତି । ନିଜ ନିଜର ରାଗ ଏବଂ ଇର୍ଷାକୁ ପ୍ରତିଫଳିତ କରିବା ପାଇଁ ଏଭଳି ମାମଲା କରିବା ମଧ୍ୟ ଭୁଲ ବୋଲି କୋର୍ଟ କହିଛନ୍ତି । ମଙ୍ଗଳବାର କୋର୍ଟ ଏଭଳି ନିଷ୍ପତ୍ତି ନେଇଛନ୍ତି । ହୃଦୟ ନାମକ ଏକ ଏନଜିଓର ବୈବାହିକ ଦୁଷ୍କର୍ମର୍ ପିଟିସନ ଉପରେ ବିଚାର କରି କୋର୍ଟ ଏଭଳି ନିଷ୍ପତ୍ତି ଶୁଣାଇଛନ୍ତି । ଘରୋଇ ହିଂସା ଆଇନର ଧାରା ୩ ଅନୁଯାୟୀ ମହିଳାଙ୍କ ସମ୍ମାନ ହାନି କରୁଥିବା ଯେ କୌଣସି ପ୍ରକାରର ଯୌନ ସମ୍ପର୍କକୁ ଦୁଷ୍କର୍ମ ଭାବରେ ସାମିଲ କରିବା ପାଇଁ ଆବେଦନ କରାଯାଇଥିଲା ।

Get real time updates directly on you device, subscribe now.