fbpx

NBCC ରେ ବିନା ପରୀକ୍ଷାରେ ମିଳିବ ଚାକିରି, ଆବେଦନ କରିବାରେ ରହିଛି ଅଳ୍ପଦିନ, ଜଲଦୀ କରିନିଅନ୍ତୁ ଆବେଦନ

ଏନବିସିସି ରେ ଚାକିରି କରିବାକୁ ଚାହୁଥିବା ଯୁବକଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । କାରଣ ଏନବିସିିରେ ଡେପୁଟୀ ଜେନେରାଲ ମ୍ୟାନେଜର ପଦରେ ଆବେଦନ କରିବା ପାଇଁ କେବଳ ୪ ଦିନ ବାକି ରହିଛି । ଇଚ୍ଛୁକ ଏବଂ ଯୋଗ୍ୟ ଆଶାୟୀ ଯେଉଁମାନେ ଏହି ପଦରେ ଆବେଦନ କରିପାରିନ୍ତାହାଁନ୍ତି, ତେବେ ଶୀଘ୍ର ଏନବିସିସିର ଅଫିସିଆଲ ୱେବସାଇଟ nbccindia.in କୁ ଯାଇ ଆବେଦନ କରିପାରିବେ । ଏହି ପଦରେ ଆବେଦନ କରିବା ପାଇଁ ଶେଷ ତାରିଖ ୫ ମେ ରହିଛି । ସମୁଦାୟ ୨୫ ପଦବୀ ପାଇଁ ଆବେଦନ ଗ୍ରହଣ କରାଯାଉଛି ।

ଆଶାୟୀଙ୍କ ପାଇଁ ଆବେଦନ କରିବା ବୟସ ସର୍ବାଧିକ ୪୧ ବର୍ଷ ହୋଇଥିବା ଦରକାର । ଆଶାୟୀଙ୍କୁ ଆବେଦନ ଶୁଳ୍କ ଭାବରେ ୧୦୦୦ ଟଙ୍କା ଦେବାକୁ ପଢ଼ିବ । ଏସସି, ଏସଟି, ପିଡବ୍ଲୁଡି ଏବଂ ବିଭାଗୀୟ ଆଶାୟୀଙ୍କୁ ଆବେଦନ ଶୁଳ୍କ ଛାଡ଼ ଦିଆଯାଇଛି ।  ଆବେଦନ କରିବା ପାଇଁ କୌଣସି ସ୍ୱୀକୃତି ପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଫୁଲ୍ ଟାଇମ ସିଭିଲି ଇଞ୍ଜିନିୟରିଂ ଡିଗ୍ରୀରେ ୬୦% ମାର୍କ ରହିଥିବା ଦରକାର ।

ତେବେ ଅଧିକ ଶିକ୍ଷାଗତ ଯୋଗ୍ୟତା ଏବଂ ଅନ୍ୟାନ୍ୟ ବିବରଣୀ ପାଇଁ ଅଫିସିଆଲ ନୋଟିଫିକେସନ ପଢ଼ିନେବାକୁ ପରାମର୍ଶ । ଏହା ଛଡ଼ା ଆଶାୟୀ ସିଧାସଳଖ ଏହି ଲିଙ୍କ ଦ୍ୱାରା ଆବେଦନ କରିପାରିବେ ଏବଂ ଏହି ଲିଙ୍କ୍ ଦ୍ୱାରା ଅଫିସିଆଲ ନୋଟିଫିକେସନ ପଢ଼ିପାରିବେ ।

Get real time updates directly on you device, subscribe now.