fbpx

ପେଟ ଗରମରୁ ମିଳିବ ମୁକ୍ତି: ଥଣ୍ଡା କରିବା ପାଇଁ ଆପଣାନ୍ତୁ ଏହି ଘରୋଇ ଉପାୟ

ନୂଆଦିଲ୍ଲୀ: ଶରୀରରେ ଅନେକ ପ୍ରକାରର ସମସ୍ୟା ଦେଖାଦେଇଥାଏ  । ଏହି ସମସ୍ୟାଗୁଡ଼ିକରେ ପେଟ ଗରମ ହେବା ଏକ ସାଧାରଣ କଥା । କିନ୍ତୁ ପେଟ ଗରମ ଯୋଗୁଁ କୋଷ୍ଠକାଠିନ୍ୟ, ଝାଡ଼ା ହେବା, ବାନ୍ତି ଭଳି ସମସ୍ୟା ଦେଖାଦେଇଥାଏ । ଯଦି ଆପଣ ପେଟ ଗରମ ଯୋଗୁଁ ଅସୁବିଧାରେ ପଡ଼ନ୍ତି । ତେବେ ଏଥିରୁ ଉପଶମ ପାଇବାପ ପାଇଁ ଆପଣ କିଛି ଘରୋଇ ଉପଚାର କରିପାରିବେ । ଯାହାଦ୍ୱାରା ପେଟ ଗରମକୁ ମୁକ୍ତି ମିଳିବ । ତେବେ ଆସନ୍ତୁ ଜାଣିବା ପେଟ ଗରମରୁ ଉପଶମ ପାଇବା ପାଇଁ କ’ଣ ଘରୋଇ ଉପଚାର କରିହେବ ।

ପେଟ ଗରମରୁ ଶୀଘ୍ର ଥଣ୍ଡା କରିବାର ସହଜ ଉପାୟ

ପାଦକୁ ଥଣ୍ଡା ପାଣିରେ ରଖନ୍ତୁ:

ଯଦି ଆପଣ ପେଟ ଗରମ ଅନୁଭୂତ କରୁଛନ୍ତି ତେବେ ଏହି ପରସ୍ଥିତିରେ ଘରୋଇ ଉପାଚାର କହିଲେ ପ୍ରଥମେ ପାଦକୁ ଥଣ୍ଡା ପାଣିରେ ରଖନ୍ତୁ  । ପାଦକୁ ଥଣ୍ଡା ପାଣିରେ ରଖିବା ଦ୍ୱାରା ଆରାମ ମିଳିଥାଏ । ଏକ ବାଲ୍ଟି ପାଣିନେଇ ବରଫ କ୍ୟୁବ୍ ମିଶାଇ ସେଥିରେ କିଛି ସମୟ ପାଇଁ ପାଦକୁ ବୁଡ଼ାଇ ରଖିଲେ ଏହା ଆପଣଙ୍କୁ ବହୁତ ଆରାମ ଦେବ  ।

ପେଟରେ ଆଲୋ ଭେରା ଜେଲ ଲଗାନ୍ତୁ:

ପେଟର ଗରମକୁ ତୁରନ୍ତ କମାଇବା ପାଇଁ ପେଟରେ ଆଲୋ ଭେରା ଜେଲ ଲଗାନ୍ତୁ  । ଆଲୋ ଭେରା ଜେଲରେ ଆଣ୍ଟିଅକ୍ସିଡାଣ୍ଟ ଏବଂ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ରହିଛି, ଏହା ମଧ୍ୟ ପେଟ ଗରମରୁ ଉପଶମ ଦେବ ।

Get real time updates directly on you device, subscribe now.