fbpx

ଅପରାଜିତାଙ୍କ ପ୍ରଶ୍ନ:ଗୃହମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ କାହିଁକି ଆସିଲେ ନାହିଁ ଗୃହରାଷ୍ଟ୍ରମନ୍ତ୍ରୀ …………

ଭୁବନେଶ୍ୱର: ଗତକାଲି ଗୃହମନ୍ତ୍ରୀ ଅମିତ ଶାହା ଓଡିଶାଗସ୍ତରେ ଆସିଛନ୍ତି ।ତେବେ ଶାହାଙ୍କର ଏହି ଦୁଇ ଦିନିଆ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥା ଠାରୁ ଆରମ୍ଭ କରି ସମସ୍ତ ବନ୍ଦୋବସ୍ତ କରାଯାଇଥିବା ବେଳେ ଆଜି ଗଣମାଧ୍ୟମ ଆଗରେ ରାଜ୍ୟସରକାରଙ୍କୁ କଟାକ୍ଷ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଢ଼ଙ୍ଗୀ ।

 

 

ସେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଶାହାଙ୍କ ଗସ୍ତକୁ ନେଇ ଆମେ ମାନେ ବହୁତ ଆନନ୍ଦିତ ଥିବା ବେଳେ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଅନୁପସ୍ଥିତିି ବାସ୍ତବରେ ନିରାଶ କରିଛି । ଶାହାଙ୍କ ଗସ୍ତରେ ପ୍ରୋଟୋକଲ ମାନି ନାହାନ୍ତି ରାଜ୍ୟସରକାର । ରାଜ୍ୟ ସରକାରଙ୍କ ଗୃହ ରାଷ୍ଟ୍ରମନ୍ତ୍ରୀ ଗୃହମନ୍ତ୍ରୀଙ୍କୁ ସ୍ୱାଗତ କରିବାକୁ ଆସିବା କଥା କିନ୍ତୁ ଏହା ହେଲା ନାହିଁ । ଭାରତର ଗୃହମନ୍ତ୍ରୀ ଓଡିଶା ରାଜ୍ୟକୁ ଆସିଲେ ଓଡିଶାର ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତୀ ଆସିଲେ ନାହିଁ । ଏହି ରାଜ୍ୟ ଅଣ ଏନଡିଏ ରାଜ୍ୟ ହୋଇଥିଲେ ମଧ୍ୟ ସଦା ସର୍ବଦା ଆମ ରାଜ୍ୟ ପାଇଁ କେନ୍ଦ୍ର ସରକାର ଛିଡା ହୋଇଛନ୍ତି । କିନ୍ତୁ ତାଙ୍କୁ ସ୍ୱାଗତ କରିବା ପାଇଁ କେହି ଆସିଲେ ନାହିଁ ଯାହା ଅତ୍ୟନ୍ତ ଦୁଃଖର ବିଷୟ ।

 

ଏହା ସହିତ ଅପରାଜିତା କହିଛନ୍ତି କେନ୍ଦ୍ର ସରକାର କେବେ ପାତନ୍ତର ଅନ୍ତର କରନ୍ତି ନାହିଁ କିନ୍ତୁ ରାଜ୍ୟ ସରକାର ଯାହାକରିଲେ ତାହା ଦୁଃଖଦାୟୀ । ପୋଲିସ ଡିଜିଙ୍କ ଠାରୁ ଆରମ୍ଭ କରି ମୁଖ୍ୟ ସଚିବ ମଧ୍ୟ ଆସିଲେ ନାହିଁ । ଏହା ଆମ ସଂସ୍କୃତିର ଲକ୍ଷଣ ନୁହେଁ । ଆମେ ଅତିଥିଙ୍କୁ ସ୍ୱାଗତ କରିବା କଥା କିନ୍ତୁ ସେମାନେ ଏହା କରିଲେ ନାହିଁ । ଯେତେ ବିଳମ୍ବ ରାତି ହେଉମଧ୍ୟ ଆମକୁ ତାଙ୍କୁ ସ୍ୱାଗତ କରିବା ପାଇଁ ଉପସ୍ଥିତ ହେବାର ଥିଲା ଯାହାକି ହେଲା ନାହିଁ ।
ସୂଚନାମୁତାବକ ଶାହା ଓଡିଶାଗସ୍ତ କରିବା ପରେ ଏବେ ପ୍ରଜାତନ୍ତ୍ରର ସ୍ୱର୍ଣ୍ଣ କ୍ଷେତ୍ରରେ ଉପସ୍ଥିତ ଅଛନ୍ତି । ଏହା ସହିତ ଲିଙ୍ଗରାଜ ମନ୍ଦିର ପରିଭ୍ରମଣ କରିବା ପରେ ସେ ପ୍ରକାଶ କରିଛନ୍ତି ଯେ ଓଡିଶାରେ ଅଚ୍ଚେଦିନ ଆସଲାଣି । ଏହା ସହିତ ସେ ପ୍ରଜାତନ୍ତ୍ରର ପରିବାରକୁ ଶୁଭେଚ୍ଛା ଜଣାଇଛନ୍ତି ।

Get real time updates directly on you device, subscribe now.