fbpx

ଫିଟୁଛି ବ୍ଲାକମେଲ କୁଇନର ଗୁମର;ଟଙ୍କା ନଦେଲେ ଟିକ୍ ଟକ୍ କରିବ ବୋଲି ଦେଉଥିଲା ଧମକ

ଭୁବନେଶ୍ୱର:ଖୋଲୁଛି ଅର୍ଚ୍ଚନାଙ୍କ ଗୁମର । ଟଙ୍କା ପାଇଁ ଜୀବନ ନେବାକୁ ଧମକାଉଥିଲା ଅର୍ଚ୍ଚନା । ୩ କୋଟି ନ ଦେଲେ କାଟି ପିସ ପିସ କରି ଦେବ ବୋଲି କହୁଥିଲା ଅର୍ଚ୍ଚନା ।ତେବେ ଏହା ଭିତରେ ଫିଲ୍ମ ପ୍ରୟୋଜକ ଅକ୍ଷୟ ପରିଜାଙ୍କ ଏଫଆଇଆର କପି ସାମ୍ନାକୁ ଆସିଛି । ନୟାପଲ୍ଲୀ ଥାନାରେ ଏହି ମାମଲା ରୁଜୁ କରିଥିଲେ ଅକ୍ଷୟ ପରିଜା । ଏଥିରେ ସେ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛନ୍ତି ଯେ ଅର୍ଚ୍ଚନା ତାଙ୍କୁ ଟଙ୍କା ୩କୋଟି ଟଙ୍କା ମାଗିଥିଲା । ଆଉ ଟଙ୍କା ନ ଦେଲେ ସେ ତାଙ୍କୁ ମାରି ଦେବ ବୋଲି ଧମକ ଦେଇଥିଲା । ହୋଟେଲକୁ ଡାକି ଡିଲ ରଫା ଦଫା କରିବାକୁ କହୁଥିଲା । ଟଙ୍କା ପାଇଁ ଏହି ବ୍ଲାକମେଲ କରୁଥିବାର ସୂଚନା ମିଳୁଛି ।

ତେବେ ଏହା ଭିତରେ ଅର୍ଚ୍ଚନାଙ୍କର ହ୍ୱାଟ୍ସଆପ ଚାଟ ମଧ୍ୟ ଭାଇରାଲ ହୋଇଥିଲା । ତେବେ ଏହି ଲେଡି ବ୍ଲାକମେଲର ବହୁ ବଡ ବଡ ନେତାଙ୍କୁ ମଧ୍ୟ ତାର ଜାଲରେ ଫସାଉଥିଲା । ନିଜକୁ ଆଇନଜୀବି ଭାବେ ମଧ୍ୟ ପରିବେଷଣ କରି ଟଙ୍କା ହଡପ କରିବାକୁ ଷଡଯନ୍ତ୍ର କରୁଥିଲା ।

Get real time updates directly on you device, subscribe now.