fbpx

ଅର୍ଚ୍ଚନା ନାଗ ମାମଲା; ୧୨ ଘଣ୍ଟା ଜେରା ପରେ ଇଡିରେ ପୁଣି ହାଜର ହେଲେ ହୋଟେଲ ମାଲିକ ଶିବ ପ୍ରସାଦ

ଭୁବନେଶ୍ୱର: ଅର୍ଚ୍ଚନା ନାଗ ମାମଲାରେ ଧୀରେ ଧୀରେ ଗୁମର ଫିଟିବାରେ ଲାଗିଛି । ଏହି ଘଟଣାକୁ ନେଇ ଇଡି ତାର ତଦନ୍ତ ଚଳାଇଥିବା ବେଳେ , ପ୍ରତ୍ୟେକ ଦିନ କିଛି ନା କିଛି ନୂଆ ତଥ୍ୟ ସାମ୍ନାକୁ ଆସୁଛି । ତେବେ ଆଜି ପୁଣି ଥରେ ଇଡିର ଦ୍ୱାରରେ ଉପସ୍ଥିତ ହୋଇଛନ୍ତି ହୋଟେଲ ମାଲିକ ଶିବ ପ୍ରସାଦ। ପୂର୍ବରୁ ସେ ଥରେ ଇଡି ଅଫିସରେ ହାଜର ହୋଇଥିବା ବେଳେ ତାଙ୍କୁ ୧୨ ଘଣ୍ଟା ଜେରା କରାଯାଇଥିଲା । ଏଥିସହିତ ଶିବ ପ୍ରସାଦ ଆଜି ମଧ୍ୟ ଇଡି ଅପିସରେ ହାଜର ହୋଇଛନ୍ତି ।

ସୂଚନା ଅନୁସାରେ , ହୋଟେଲ ବ୍ୟବସାୟୀ ଶିବ ପ୍ରସାଦ ସହ ଅର୍ଚ୍ଚନା ନାଗର ସମ୍ପର୍କ ଥିବା ଇଡି ତଦନ୍ତରୁ ଜାଣିବାକୁ ପାଇଥିଲା । ଫଳରେ ଶିବପ୍ରସାଦକୁ ଇଡି ଅଫିସରେ ହାଜର ହେବା ପାଇଁ ସମନ ପଠାଯାଇଥିଲା । ତେବେ ହୋଟଲ ବ୍ୟବସାୟୀ ତାଙ୍କ ଓକିଲଙ୍କ ସହ ଆସି ଇଡି ଅଫିସରେ ହାଜର ହୋଇଥିବା ବେଳେ ତାକୁ ଇଡି ୧୨ ଘଣ୍ଟା ଜେରା କରିଥିଲା । ଏହାପରେ ଆଜି ପୁଣି ଥରେ ଶିବପ୍ରସାଦ ଇଡି ଅଫିସରେ ହାଜର ହୋଇଛନ୍ତି । ।

ତେବେ ଅର୍ଥନୈତିକ କାରବାର ନେଇ ଇଡି ସନ୍ଦେହ କରୁଥିବା ବେଳେ ଏହାକୁ ଖଣ୍ଡନ କରିଛନ୍ତି ହୋଟେଲ ବ୍ୟବସାୟୀ ଶିବପ୍ରସାଦ । ଅର୍ଚ୍ଚନାଙ୍କ ସହ ତାଙ୍କର କୌଣସି ଆର୍ଥିକ କାରବାର ନଥିବା ସେ ପ୍ରକାଶ କରିଛନ୍ତି । ଏଥିସହିତ ଅର୍ଚ୍ଚନା କେବଳ ତାଙ୍କ ହୋଟେଲକୁ ଆସୁଥବା ସେ ସ୍ୱିକାର କରିଛନ୍ତି । ତେବେ ଧୀରେ ଧୀରେ ଫିଟୁଛି ଅର୍ଚ୍ଚନା ନାଗ କଳା ସାମ୍ରାଜ୍ୟର କଳା ଚିଠା। ଆଜି ପୁଣି ଠାରେ ହୋଟେଲ ବ୍ୟବସାୟୀ ଶିବ ପ୍ରସାଦ ଦାସ ଇଡି ଅଫିସରେ ହାଜର ହୋଇଛନ୍ତି । ଯାହା ଆଶା କରାଯାଉଛି ଆଜି କିଛି ବିଶେଷ ସୂଚନା ଖୋଜି ବାହାର କରିବାରେ ଇଡି ସଫଳ ହୋଇ ପାରେ ।

Get real time updates directly on you device, subscribe now.