fbpx

କୋର୍ଟରେ ହାଜର ହେବେ ଅର୍ଚ୍ଚନା,ରିମାଣ୍ଡରେ ଆଣିବା ପାଇଁ ଆବେଦନ କରିପାରେ ଇଡି

ଭୁବନେଶ୍ୱର: ଆଜି କୋର୍ଟରେ ହାଜର ହେବେ ଅର୍ଚ୍ଚନା । ବହୁ ଚର୍ଚ୍ଚିତ ଲେଡିବ୍ଲାକମିଲର ଅର୍ଚ୍ଚନା ନାଗଙ୍କୁ ଆଜି କୋର୍ଟରେ ହାଜର କରାଯିବ । ଝାରପଡା ଜେଲରୁ ବ୍ୟାପକ କଡା ସୁରକ୍ଷା ଭିତରେ ତାଙ୍କୁ ଆଜି କୋର୍ଟରେ ହାଜର କରାଯିବ ।

ସୂଚନାଯୋଗ୍ୟ ଏହାପରେ ଇଡି ତାଙ୍କୁ ରିମାଣ୍ଡରେ ଆଣିବା ପାଇଁ ଆବେଦନ କରିପାରେ । ତେବେ ଏହି ଲେଡି ବ୍ଲାକମିଲରର ଏଯାବତ ପର୍ଦ୍ଦାଫାଶ ହୋଇ ପାରୁ ନାହିଁ । ଏହି ତାଲିକାରରେ ବଡ ବଡ ନେତାଙ୍କ ସମେତ ବ୍ୟବସାୟକାରୀଙ୍କ ଲମ୍ବା ତାଲିକା ଫିଟିବାରେ ଲାଗିଛି । ଏହା ଭିତରେ ଇଡି ଫିଲ୍ମ ପ୍ରୟୋଜକ, ନିର୍ଦ୍ଦେଶକ,ଡ୍ରାଇଭର ଆଦି ଅର୍ଚ୍ଚନା ସହ ସମ୍ପୃକ୍ତ ସମସ୍ତ ଲୋକଙ୍କୁ ଡାକି ପଚରା ଉଚୁରା କରୁଛି । ଏହା ସହିତ ଅର୍ଚ୍ଚନାଙ୍କ କୋପାର୍ଟନର ତାଙ୍କ ସ୍ୱାମୀ ଏବଂ ବାନ୍ଧବୀ ଶ୍ରଦ୍ଧାଞ୍ଜଳୀଙ୍କୁ ମଧ୍ୟ ଡାକି ଜେରା ଜାରି ରହିଛି ।

ସୂଚନା ଅନୁସାରେ , ହୋଟେଲ ବ୍ୟବସାୟୀ ଶିବ ପ୍ରସାଦ ସହ ଅର୍ଚ୍ଚନା ନାଗର ସମ୍ପର୍କ ଥିବା ଇଡି ତଦନ୍ତରୁ ଜାଣିବାକୁ ପାଇଥିଲା । ଫଳରେ ଶିବପ୍ରସାଦକୁ ଇଡି ଅଫିସରେ ହାଜର ହେବା ପାଇଁ ସମନ ପଠାଯାଇଥିଲା । ତେବେ ହୋଟଲ ବ୍ୟବସାୟୀ ତାଙ୍କ ଓକିଲଙ୍କ ସହ ଆସି ଇଡି ଅଫିସରେ ହାଜର ହୋଇଥିବା ବେଳେ ତାକୁ ଇଡି ୧୨ ଘଣ୍ଟା ଜେରା କରିଥିଲା । ଏହାପରେ ଆଜି ପୁଣି ଥରେ ଶିବପ୍ରସାଦ ଇଡି ଅଫିସରେ ହାଜର ହୋଇଛନ୍ତି ।

ତେବେ ଅର୍ଥନୈତିକ କାରବାର ନେଇ ଇଡି ସନ୍ଦେହ କରୁଥିବା ବେଳେ ଏହାକୁ ଖଣ୍ଡନ କରିଛନ୍ତି ହୋଟେଲ ବ୍ୟବସାୟୀ ଶିବପ୍ରସାଦ । ଅର୍ଚ୍ଚନାଙ୍କ ସହ ତାଙ୍କର କୌଣସି ଆର୍ଥିକ କାରବାର ନଥିବା ସେ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.