fbpx

କୋପା ଆମେରିକା ୨୦୨୪: ଇକ୍ୱେଡରକୁ ପେନାଲ୍ଟି ଶୁଟଆଉଟରେ ପରାସ୍ତ କରି ସେମିରେ ପହଞ୍ଚିଲା ଆର୍ଜେଣ୍ଟିନା

Advertisement

ନୂଆଦିଲ୍ଲୀ: କୋପା ଆମେରିକା ୨୦୨୪ର କ୍ୱାର୍ଟରଫାଇନାଲ ମୁକାବିଲାରେ ଇକ୍ୱେଡରକୁ ପରାସ୍ତ କରିଛି ଆର୍ଜେଣ୍ଟିନା । ଏହି ବିଜୟ ସହ କୋପା ଆମେରିକା ସେମିଫାଇନାଲରେ ପ୍ରବେଶ କରିଛି ଆର୍ଜେଣ୍ଟିନା । କୋପା ଆମେରିକା ଟାଇଟଲ ହାସଲ କରିବା ପାଇଁ ଆର୍ଜେଣ୍ଟିନା ଆଉ ଦୁଇଟି ପାଦ ପଛରେ ରହିଛି । ନିର୍ଦ୍ଧାରିତ ସମୟ ସୁଦ୍ଧା ମ୍ୟାଚ ୧-୧ରେ ଅମୀମାଂସିତ ରହିବାରୁ ପେନାଲ୍ଟି ଶୁଟଆଉଟରେ ଅର୍ଜେଣ୍ଟିନା ୪-୨ରେ ବାଜି ମାରି ନେଇଥିଲା ।

ଆର୍ଜେଣ୍ଟିନା ଗୋଲକିପରି ଏମିଲିଆନେ ମାର୍ଟିନେଜ ଏହି ମ୍ୟାଚରେ ଦୁଇଟି ଗୋଲ ରକ୍ଷା କରି ହିରୋ ସାଜିଥିଲେ । ଅନ୍ୟପକ୍ଷରେ ତାରକା ଖେଳାଳୀ ଲିଓନେଲ ମେସି ପ୍ରଥମ କିକ୍ ମିସ୍ କରିଥିଲେ । ଟେକ୍ସାସର ହୌଷ୍ଟନ ସ୍ଥିତ ଏନଆରଜି ଷ୍ଟାଡିୟମରେ ଏହି କ୍ୱାର୍ଟର ଫାଇନାଲ ମ୍ୟାଚ ଖେଳାଯାଇଥିଲା । ଏହି ମ୍ୟାଚରେ ଲିକାଣ୍ଡ୍ରୋ ମାଟିନେଜ ଆର୍ଜେଣ୍ଟିନା ପକ୍ଷରୁ ପ୍ରଥମ ଗୋଲ ସ୍କୋର କରିଥିଲେ । ଏହାପାରେ ଦୀର୍ଘସମୟ ପରେ କୌଣସି ଟିମର କୌଣସି କୌଣସି ଖେଳାଳି ଗୋଲ ସ୍କୋର କରିପାରିନଥିଲେ । ଏହାପରେ ଇକ୍ୱେଡର ପକ୍ଷରୁ କେଭିନ୍ ରେଡ୍ରିଗୁଏଜ ଏକ ଗୋଲ ସ୍କୋର କରି ମ୍ୟାଚକୁ ସମାନ ସ୍ଥିତିକୁ ନେଇ ଆସିଥିଲେ । ଏହାପରେ ପେନାଲ୍ଟି ଶୁଟଆଉଟ୍ ହୋଇଥିଲା ଓ ସେଥିରେ ଇକ୍ୱେଡର ୪-୨ରେ ପଛରେ ରହିଯାଇ ଚଳିତ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଥିଲା ।

Get real time updates directly on you device, subscribe now.