fbpx

ଚୀନ୍-ପାକିସ୍ତାନ ସହିତ ବିବାଦ ମଧ୍ୟରେ ବଡ଼ ମନ୍ତବ୍ୟ ଦେଲେ ସେନା ମୁଖ୍ୟ: କହିଲେ – ‘ଆମେ ଯୁଦ୍ଧ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ’

ନୂଆଦିଲ୍ଲୀ: ଲାଇନ୍ ଅଫ କଣ୍ଟ୍ରୋଲ ପାଖରେ ଚୀନ୍ ଏବଂ ଏଲ୍‌ଓସି ନିକଟରେ ପାକିସ୍ତାନ ସହିତ ଗତ କିଛି ବର୍ଷ ହେବ ଭାରତର ବିବାଦ ଲାଗି ରହିଛି। ଏଭଳି ସମୟରେ ଭାରତୀୟ ସେନା ମୁଖ୍ୟ ମନୋଜ ପାଣ୍ଡେ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, ଭାରତୀୟ ସେନା ଯୁଦ୍ଧ ପାଇଁ ସମ୍ପୁର୍ଣ୍ଣ ପ୍ରସ୍ତୁତ ରହିଛି। ସେ ଏହା ମଧ୍ୟ କହିଥିଲେ ଯେ, ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟାର ବ୍ୟବହାର କରି ଭାରତୀୟ ସେନା ନିଜକୁ ଆଧୁନିକ କରୁଛି। ତେବେ ଆଗାମୀ ଦିନରେ ଯୁଦ୍ଧ ହେଲେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଗେମ୍ ଚେଞ୍ଜର ହେବ ବୋଲି ସେ କହିଛନ୍ତି।

ଇଣ୍ଡିଆ ଟୁଡେ କନକ୍ଲେଭ୍‌ରେ ଯୋଗ ଦେଇ ସେନା ମୁଖ୍ୟ କହିଛନ୍ତି ଯେ ଆମେ ନିଜକୁ ଆଧୁନିକ ଏବଂ ପାଇଁ ପରିବର୍ତ୍ତନ ଆଣିବା ଚେଷ୍ଟା କରୁଛୁ । ଏହି ପ୍ରକ୍ରିୟା ଆମକୁ ଯୁଦ୍ଧ ପାଇଁ ପ୍ରସ୍ତୁତ ହେବାକୁ ସକ୍ଷମ କରେ । ଏହା ଆମକୁ ଭବିଶ୍ୟତରେ କୋଣସି ପରିସ୍ଥିତିକୁ ସାମ୍ନା କରିବା ପଇଁ ଏବଂ ପ୍ରଭାବଶାଳୀ ଭାବରେ ସାମ୍ନା କରିବାକୁ ପ୍ରସ୍ତୁତ ହେବାକୁ ସମର୍ଥ ହେବେ ।

ଗତ ବର୍ଷ କେନ୍ଦ୍ର ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଅଗ୍ନିପଥ ନିଯୁକ୍ତି ଯୋଜନା କେବଳ ସେନା ନୁହେଁ ସମାଜକୁ ମଧ୍ୟ ସାହାଯ୍ୟ କରିଛି ବୋଲି ସେନା ମୁଖ୍ୟ କହିଛନ୍ତି । ଏବଂ ଦେଶ ମଧ୍ୟ ଉପକୃତ ହେବ । ସେ ଏହାକୁ ଏକ ପରିବର୍ତ୍ତନଶୀଳ ସଂସ୍କାର ବୋଲି କହିଛନ୍ତି । ଏଥି ସହିତ ଏହାର ସଠିକ କାର୍ଯ୍ୟକାରିତା ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି । ତେବେ କମ୍ ସମୟ ମଧ୍ୟରେ ତାଲିମ ଦେବା ଭଳି ପ୍ରସଙ୍ଗ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.