fbpx

ଅଗଷ୍ଟ ୫ରେ ଡ୍ୟୁଟିକୁ ଫେରିଲେ ଯବାନ, ୭ରେ ହୋଇଗଲେ ସହିଦ୍; ସସମ୍ମାନ ଦିଆଗଲା ଶ୍ରଦ୍ଧାଞ୍ଜଳି

ହରିୟାଣା: ଅଗଷ୍ଟ ୫ ତାରିଖରେ ଡ୍ୟୁଟିକୁ ଫେରିଥିଲେ ଯବାନ । ହେଲେ ୭ ତାରିଖରେ ଯୁଦ୍ଧ ସମୟରେ ସହିଦ୍ ହୋଇଗଲେ । ହରିୟାଣାର ହିସାର ଗାଁରେ ରହୁଥିବା ୨୪ ବର୍ଷିୟ ଯବାନ ସୁରେନ୍ଦ୍ର କାଲୀରାମନା ଜମ୍ମୁ-କାଶ୍ମୀରର ଉରୀ ବୋର୍ଡରରେ ସହୀଦ ହୋଇଯାଇଥିଲେ । ରବିବାର ଦିନ ଆତଙ୍କବାଦୀଙ୍କ ସହିତ ଜବାବୀ ଆକ୍ରମଣ ସମୟରେ ତାଙ୍କର ପରଲୋକ ହୋଇଥିଲା ।

ସୂଚନା ଅନୁସାରେ, ହିସାରା ଠାରେ ରହୁଥିବା ୨୪ ବର୍ଷିୟ ସୁରେନ୍ଦ୍ର କାଲୀରାମାନା ଜୁଲାଇ ୧୫ ତାରିଖରେ ୨୦ ଦିନ ପାଇଁ ଛୁଟିରେ ଆସିଥିଲେ । ଅଗଷ୍ଟ ୫ ରେ ତାଙ୍କର ଛୁଟି ସରିଥିଲା । ଏହାପରେ ସେ ଡ୍ୟୁଟିକୁ ଫେରିଥିଲେ। ଏହାପରେ ଅଗଷ୍ଟ ୭ ତାରିଖରେ ଉରୀ ସୀମାରେ ଆତଙ୍କବାଦୀଙ୍କ ସହିତ ଗୁଳି ବର୍ଷଣ ବେଳେ ସେ ସହିଦ୍ ହୋଇଛନ୍ତି । ତେବେ ସୋମବାର ଦିନ ସହିଦ୍ ସୁରେନ୍ଦ୍ରଙ୍କ ମୃତ୍ୟୁ ହୋଇଥିବା ଖବର ପରିବାର ପାଖରେ ପହଞ୍ଚିଥିଲା । ମଙ୍ଗଳବାର ତାଙ୍କ ପାର୍ଥିବ ଶରୀର ଗାଁରେ ପହଞ୍ଚିଥିଲା ।

Get real time updates directly on you device, subscribe now.