fbpx

ଅର୍ପିତାଙ୍କ ମାଆ ହେବାର ଇଚ୍ଛା ପୂରଣ କରିବେ କି ପ୍ରାର୍ଥ ! ଘରରୁ ମିଳିଲା କିଛି ଏଭଳି ସାର୍ଟିଫିକେଟ….

ପଶ୍ଚିମବଙ୍ଗ: ମାଆ ହେବାକୁ ଚାହୁଁଛନ୍ତି ଅର୍ପିତା । ଗତକାଲି ଏଭଳି ଖୁଲାସା କରିଛି ଇଡି । ତେବେ ଗତ କିଛି ଦିନ ହେବ ଅର୍ପିତା ମୁଖାର୍ଜୀ ଏବଂ ପ୍ରାର୍ଥ ଚାଟାର୍ଜୀ ବିରୋଧରେ ଏକାଧିକ ମକଦ୍ଦମା ଚାଲିଛି । ସେମାନଙ୍କ ବିରୋଧ୍ୟରେ ୧୭୨ ପୃଷ୍ଠାର ଚାର୍ଜସିଟ ଫାଇଲ ରୁଜୁ କରିଛି ଇଡି। ବହୁ ସମୟରେ ଅର୍ପିତାଙ୍କ ବିରୋଧରେ ବିଭିନ୍ନ ପ୍ରକାର ମାମଲା ଦାୟର ହୋଇଛି । କେବେ ତାଙ୍କ ଇନସୁରାନ୍ସ ପ୍ରିମିୟମ ତ ଆଉ କେବେ ତାଙ୍କ ସମ୍ପତିକୁ ନେଇ ତ ପୁଣି କେବେ ତାଙ୍କ ବ୍ୟକ୍ତିଗତ ଇଚ୍ଛାକୁ ନେଇ ସମସ୍ୟା ସୃଷ୍ଟି ହୋଇଛି । ତେବେ ଇଡି ଅର୍ପିତାଙ୍କୁ ନେଇ ଏବେ ଏକ ବଡ ଖୁଲାସା କରିଛି । ଏଥର ଚାର୍ଜସିଟ ଅର୍ପିତା ମାଆ ହେବାକୁ ଚାହୁଁଛନ୍ତି ବୋଲି ଉଲ୍ଲେଖ କରିଛି ଇଡି ।

ସୂଚନାମୁତାବକ,ଅର୍ପିତା ମାଆ ହେବାକୁ ଚାହୁଁଥିବା ବେଳେ ପୂର୍ବତ୍ତନ ଶିକ୍ଷା ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଙ୍କ କୌଣସି ଆପତ୍ତି ନଥିବା ସୂଚନା ରହିଛି । ଇଡି ଦ୍ୱାରା ଫାଇଲ ହୋଇଥିବା ଚାର୍ଜସିଟରେ ଅର୍ପିତାଏକ ସନ୍ତାନ ଗ୍ରହଣ କରିବାକୁ ଚାହୁଁଛନ୍ତି । ମନ୍ତ୍ରୀ ପାର୍ଥ ଚାଟାର୍ଜୀ ତାଙ୍କୁ ଆବଶ୍ୟକ ନୋ ଆପତି ପ୍ରମାଣପତ୍ର ପ୍ରଦାନ କରିଥିଲେ । କୋର୍ଟରେ ଦାଖଲ ହୋଇଥିବା ଚାର୍ଜସିଟରେ ଇଡି ଏହା ଦାବି କରିଛି ।

ଇଡି ଆହୁରି ମଧ୍ୟ ଦାବି କରିଛି ଯେ , ଅନୁସନ୍ଧାନକାରୀ ସଂସ୍ଥା ଅର୍ପିତାଙ୍କ ଫ୍ଲାଟରୁ ଏହି ଚିଠିକୁ ପାଇଛନ୍ତି ।ସେ ଚିଠିରେ ସୂଚନା ସହ ସନ୍ତାନ ଗ୍ରହଣ କରିବାକୁ ଚାହଁଥିବା ପ୍ରସଙ୍ଗ ରହିଛି ।ଖବରଅନୁଯାୟୀ , ପଶ୍ଚିମ କୋଲକାତାରେ ଶିକ୍ଷାମନ୍ତ୍ରୀ ପାର୍ଥଙ୍କ ନିକଟତମ ବନ୍ଧୁ ଅର୍ପିତାଙ୍କ ଫ୍ଲାଟରେ ରେଡ୍ କରିଥିଲେ । ଛାନଭିନ ସମୟରେ ୨୧ କୋଟି ପୁଣି ୯୦ ଲକ୍ଷ ଟଙ୍କା ସହ ସୁନା ଗହଣା ଏବଂ ବିଦେଶୀ ମୁଦ୍ରା ଇଡି ହାତରେ ଲାଗିଥିଲା । ତେବେ ସେ ସବୁକୁ ଇଡ ଜବତ କରିଥିଲା । ଜୁଲାଇ୨୨ରୁ ୨୩ ଭିତରେ ଜବତ କରାଯାଇଥିବା ଡକୁମେଣ୍ଟ ଭିତରେ ଅର୍ପିତା ଏକ ସନ୍ତାନ ଗ୍ରହଣ କରିବାକୁ ଚାହୁଁଥିବା ଡକୁମେଣ୍ଟ ସହ ପାର୍ଥ ଦେଇଥିବା ନୋ ଅବଜେସନ ସାଟିଫିକେଟ ରହିଥିଲା। ତେବେ ସାଟିଫିକେଟ୍ କୁ ନେଇ ପ୍ରାର୍ଥଙ୍କୁ ପ୍ରଶ୍ନ କରାଯାଇଥିଲା । ସେ କହିଛନ୍ତି ଯେ , ଜଣେ ସାଧାରଣ ପ୍ରତିନିଧି ଭାବେ ଅନେକ ଲୋକ ବିଭିନ୍ନ ବିଷୟ ଉପରେ ପ୍ରମାଣପତ୍ର ପାଇବାକୁ ତାଙ୍କ ନିକଟକୁ ଆସିଥାନ୍ତି । ତେବେ ପାର୍ଥ ସାର୍ଟିଫିକେଟ୍ ଏବଂ ତା ତଳେ ଥିବ ଦସ୍ତଖତକୁ ମଧ୍ୟ ସେ ଦେଇଥିବା ନେଇ ସ୍ୱାକାର କରିଛନ୍ତି ।

Get real time updates directly on you device, subscribe now.