fbpx

ଅଭିନେତ୍ରୀ ମୁନମୁନ୍ ଦତ୍ତାଙ୍କୁ ଗିରଫ କରିବା ପାଇଁ ଉଠିଲା ଦାବି, ଦଳିତଙ୍କ ପାଇଁ ବ୍ୟବହାର କରିଥିଲେ ଏପରି ଶବ୍ଦ

ନୂଆଦିଲ୍ଲୀ, ୧୦/୫(ଓଡିଶା ଭାସ୍କର) : ଟିଭିର ସବୁଠାରୁ ଲୋକପ୍ରିୟ କମେଡି ସୋ ‘ତାରକ୍ ମେହେତା କା ଉଲଟା ଚଷମା’ ଫେମ୍ ଅଭିନେତ୍ରୀ ମୁନମୁନ୍ ଦତ୍ତା ସୋସିଆଲ ମିଡିଆରେ ବହୁତ୍ ଆକ୍ଟିଭ୍ ରୁହନ୍ତି । ସେ ଖୁବ୍ ଶୀଘ୍ର ୟୁ-ଟ୍ୟୁବ୍ ରେ ନଜର ଆସିବାକୁ ଯାଉଛନ୍ତି । ତେଣୁ ସେ ରବିବାର ଏନେଇ ସୁଚନା ଦେଇ ଏକ ଭିଡିଓ ଜାରି କରିଥିଲେ । ସେଥିରେ କିଛି ଏପରି ଭାଷାର ବ୍ୟବହାର କରିଛନ୍ତି । ଯାହା ପରେ ସେ ଟ୍ରୋଲ୍ ହେବାରେ ଲାଗିଛନ୍ତି । ଖାଲି ସେତିକି ନୁହେଁ ୟୁଜର୍ ମାନେ ତାଙ୍କୁ ଗିରଫ କରିବାକୁ ମଧ୍ୟ ଅପିଲ୍ କରିଛନ୍ତି ।

ଟୁଇଟର୍ ଏବେ ତାଙ୍କ ନାମରେ ଏକ ହ୍ୟାସଟ୍ୟାଗ୍ ଟ୍ରେଣ୍ଡ କରୁଛି । ତାହା ହେଉଛି #ArresMunmunDutta । ଏବେ ଏହି ହ୍ୟାସଟ୍ୟାଗ୍ ଟୁଇଟର୍ ରେ ଟ୍ରେଣ୍ଡ କରୁଛି । ଜାରି କରିଥିବା ଭିଡିଓରେ ସେ ଯେଉଁ ଭାଷାର ବ୍ୟବହାର କରିଛନ୍ତି ତାହା ଦଳିତ ଜାତିର ଲୋକ ମାନଙ୍କୁ ଅପମାନିତ କରିବା ଭଳି ସୁଚାଉଛି । ସୋସିଆଲ ମିଡିଆରେ ତାଙ୍କୁ ଆକ୍ଷେପ କରି ଅନେକ ଲୋକ କମେଣ୍ଟ କରିଛନ୍ତି ।

 

ଅଭିନେତ୍ରୀ ମୁନମୁନ୍ ଦତ୍ତା ଭିଡିଓରେ କହିଛନ୍ତି ଯେ, “ମୁଁ ଖୁବ୍ ଶୀଘ୍ର ୟୁ-ଟ୍ୟୁବ୍ ରେ ଆସିବାକୁ ଯାଉଛି । ତେଣୁ ମୁଁ ଭଲ ଦେଖାଯିବାକୁ ଚାହୁଁଛି । ମୁଁ ଭଙ୍ଗିଙ୍କ ପରି ଦେଖାଯିବାକୁ ଚାହୁଁନି” । ଏଥିରେ ସେ ଯେଉଁ ଭଙ୍ଗି ଶବ୍ଦ ବ୍ୟବହାର କରିଛନ୍ତି ତାହା ଲୋକଙ୍କୁ ପସନ୍ଦ ଆସିନି । କାରଣ ଏହି ଶବ୍ଦଟି ଦଳିତ ସମୁଦାୟ ମାନଙ୍କ ପାଇଁ ଏକ ଜାତିସୁଚକ ଭାବରେ ବ୍ୟବହାର କରାଯାଏ । ଯାହାକି ଖୁବ୍ ଅପମାନଜନକ ।

ତେବେ ତାଙ୍କୁ ଖୁବ୍ ଶୀଘ୍ର ଗିରଫ କରିବା ପାଇଁ ଅଭିଯାନ ଆରମ୍ଭ ହୋଇ ଯାଇଛି । ଏସସି/ଏସଟି ଆକ୍ଟ ଅଧୀନରେ ତାଙ୍କୁ ଗିରଫ କରାଯାଉ ବୋଲି ୟୁଜର୍ ମାନେ ଅପିଲ କରିଛନ୍ତି ।

ତେବେ ଏହି ଘଟଣା ପରେ ସେ ତାଙ୍କ ଭିଡିଓରୁ ଏହି କ୍ଲିପକୁ ହଟାଇ ଦେଇଛନ୍ତି । ଆଉ କ୍ଷମା ମଧ୍ୟ ମାଗିଛନ୍ତି । ସେ କହିଛନ୍ତି ଯେ, ତାଙ୍କୁ ଏହି ଶବ୍ଦର ସଠିକ୍ ଅର୍ଥ ଜଣା ନଥିଲା । ତେଣୁ ଏପରି କହି ଦେଇଛନ୍ତି । ସେ କାହାକୁ ଲକ୍ଷ୍ୟ କରି ବା ଅପମାନିତ କରି ଏପରି କହି ନାହାନ୍ତି । ସେ ତାଙ୍କ ଭିଡିଓରେ ଜାଣିଶୁଣି ଏପରି କହି ନାହାନ୍ତି । ହେଲେ ଯେତେବେଳେ ସେ ସେହି ଶବ୍ଦର ଅର୍ଥ ଜାଣିଲେ ସେ ତୁରନ୍ତ ସେହି କ୍ଲିପ୍ କୁ ଡିଲିଟ୍ କରି ଦେଇଛନ୍ତି । ସେ ସବୁ ପ୍ରକାର ସବୁଦାୟକୁ ସମ୍ମାନ କରନ୍ତି । ତେଣୁ ଯେଉଁ ମାନଙ୍କୁ ମୋ କଥା ଖରାପ ଲାଗିଛି ସେମାନେ ତାଙ୍କୁ କ୍ଷମା କରି ଦିଅନ୍ତୁ ।

Get real time updates directly on you device, subscribe now.