fbpx

ଦେଶରେ ପ୍ରକାଶ ପାଉଥିବା କରୋନା ମୃତ୍ୟୁ ହାର ୭ଗୁଣା ଅଧିକ ଦର୍ଶାଯାଇଥିବା ରିପୋର୍ଟକୁ ଭିତ୍ତିହୀନ ସୂଚାଇଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ସରକାରଙ୍କ ପକ୍ଷରୁ ପ୍ରକାଶ ପାଉଥିବା କୋଭିଡ ମୃତ୍ୟୁ ସଂଖ୍ୟା ଭିତ୍ତିହୀନ ଏବଂ ତ୍ରୁଟିପୂର୍ଣ୍ଣ । ଏହାକୁ ନେଇ ଗତ କିଛିଦିନ ହେବ ଆଲୋଚନା ପର୍ଯ୍ୟାଲୋଚନା ଚାଲିଥିବା ବେଳେ ଏହାକୁ ନେଇ କେନ୍ଦ୍ର ପ୍ରତିକ୍ରିୟା ରଖିଛି । କଥା ହେଉଛି ସରକାରୀଙ୍କ ପକ୍ଷରୁ ଘୋଷଣା ହେଉଥିବା ମୃତ୍ୟୁସଂଖ୍ୟା ଠାରୁ ଭାରତରେ କୋଭିଡ୍‌ ଜନିତ ମୃତ୍ୟୁସଂଖ୍ୟା ‘ପାଞ୍ଚରୁ ସାତଗୁଣ’ ଅଧିକ ବୋଲି ଦାବି କରାଯାଇଥିବା ରିପୋର୍ଟକୁ ଶନିବାର ଭାରତ ସରକାର ଅସ୍ବୀକାର କରି କହିଛନ୍ତି ଯେ, ଏହା ଡାକ୍ତରୀ ପ୍ରମାଣରହିତ ଆନୁମାନିକ ଆକଳନ ଉପରେ ଆଧାରିତ ।

ଏକ ବିବୃତିରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଏହି ରିପୋର୍ଟକୁ ନେଇ କହିଛି ଯେ, ଏହି ଆଲେଖ୍ୟ କଳ୍ପନାପ୍ରସୂତ, ଭିତ୍ତିହୀନ ଏବଂ ତ୍ରୁଟିପୂର୍ଣ୍ଣ ସୂଚନା ଆଧାରିତ । ଏହି ପ୍ରକାଶନ ବ୍ୟବହାର କରିଥିବା ଅଧ୍ୟୟନ ସବୁ କାହିଁକି ବିଶ୍ବାସଯୋଗ୍ୟ ନୁହେଁ, ତାହାର କାରଣ ମଧ୍ୟ ସ୍ବାସ୍ଥ୍ୟ ମନ୍ତ୍ରାଳୟ ଜଣାଇଛି । ‘ଦି ଇକୋନୋମିଷ୍ଟ୍‌’ରେ ପ୍ରକାଶିତ ଉକ୍ତ ଆଲେଖ୍ୟରେ ଦାବି କରାଯାଇଛି ଯେ, ସରକାରୀ ଭାବେ ଘୋଷିତ କୋଭିଡ୍-୧୯ ମୃତ୍ୟୁସଂଖ୍ୟା ଠାରୁ ଭାରତରେ ସମ୍ଭବତଃ ୫ ରୁ ୭ଗୁଣା ଅତିରକ୍ତ ମୃତ୍ୟୁ ଘଟିଛି । ସୁପରିଚାଳିତ ଗବେଷଣାତ୍ମକ ଅଧ୍ୟୟନ ଏବଂ ନିର୍ଭରଯୋଗ୍ୟ ସୂତ୍ରରୁ ମିଳୁଥିବା ମୃତ୍ୟୁସଂଖ୍ୟାଜନିତ ତଥ୍ୟାବଳୀ କୁ ହିଁ ସରକାରୀ ତାଲିକାଭୁକ୍ତ କରାଯାଇଥାଏ ।

କିନ୍ତୁ, କୋଭିଡ୍‌ ତଥ୍ୟାବଳି ପରିଚାଳନାରେ ଭାରତ ସରକାରଙ୍କର ଆଭିମୁଖ୍ୟ ସ୍ବଚ୍ଛ ରହି ଆସିଛି । ତେଣୁ, ମୃତ୍ୟୁହାର ସଠିକ କୋଭିଡ ନିମନ୍ତେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ସୁପାରିସ କରିଥିବା ‘ଆଇସିଡି-୧୦’ ଆଧାରରେ ଭାରତରେ କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା ରେକର୍ଡ କରାଯାଉଛି । ଏଥି ନିମନ୍ତେ ୨୦୨୦ ମେ’ରେ ‘ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଅଫ୍‌ ମେଡିକାଲ୍‌ ରିସର୍ଚ’ ଗାଇଡ୍‌ଲାଇନ୍‌ ଜାରି କରିଥିଲା ।

Get real time updates directly on you device, subscribe now.