fbpx

ମୌସୁମୀ ବର୍ଷା ପୁର୍ବରୁ ସହରରେ କୁତ୍ରିମ ବନ୍ୟା ଚିନ୍ତା, ଆକ୍ସନ ପ୍ଲାନ ପ୍ରସ୍ତୁତି ନେଇ ମୁନିସିପାଲିଟି କମିଶନରଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର: ମୌସୁମୀ ବର୍ଷା ପୁର୍ବରୁ ସହରରେ କୁତ୍ରିମ ବନ୍ୟା ଚିନ୍ତା । ଡ୍ରେନ୍ ମରାମତୀ ଓ ଜଳ ନିଷ୍କାସନ ପାଇଁ ଗୃହ ନଗର ଉନ୍ନୟନ ବିଭାଗର ନିଷ୍ପତି । ଆସନ୍ତା ବର୍ଷା ଋତୁରେ ସହରାଞ୍ଚଳରେ ଜଳନିଷ୍କାସନକୁ ନେଇ ଯେପରି କୌଣସି ସମସ୍ୟ ନଉପୁଜେ ସେ ପାଇଁ ଆକ୍ସନ ପ୍ଲାନ କରାଯିବ । ସହରୀବନ୍ୟା ମୁକାବିଲା ପାଇଁ ଆକ୍ସନ ପ୍ଲାନ ପ୍ରସ୍ତୁତି ନେଇ ମୁନିସିପାଲିଟି କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ବର୍ଷା ପୁର୍ବରୁ ସମସ୍ତ ଡ୍ରେନ୍, ମ୍ୟାନହୋଲ ଗୁଡ଼ିକର ସ୍ଥିତିର ଅନୁଧ୍ୟାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଡ୍ରେନର ମରାମତୀ କରିବା, ଘୋଡ଼ାଇବା ବ୍ୟବସ୍ଥା କରାଯିବ । ଡ୍ରେନ୍ ର କଭର ନଷ୍ଟ ହୋଇଥିଲେ ତୁରନ୍ତ ମରାମତି କରିବାକୁ ନିର୍ଦ୍ଦେଶ ରହିଛି । ମରାମତୀ ନହେବା ପର୍ଯ୍ୟନ୍ତ ସତର୍କରତା ପାଇଁ ଚିହ୍ନ ରହିବ । ବର୍ଷା ଦିନରେ କୌଣସି ପ୍ରକାର ଦୁର୍ଘଟଣାକୁ ଏଡ଼ାଇବାକୁ ପଦକ୍ଷେପ । ସେହିପରି ପାଣି ଜମୁଥିବା ସ୍ଥାନର ଚିହ୍ନଟ କରି ଉପଯୁକ୍ତ ପଦକ୍ଷେପ ନେବାକୁ କୁହାଯାଇଛି ।

 

 

 

Get real time updates directly on you device, subscribe now.