fbpx

ଲୋକ ବଛିବେ ଲୋକ ପ୍ରତିନିଧି: ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା ପୂର୍ବରୁ ନମ୍ବର ଜାରି କଲେ କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ଏକ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି। ଜନତାଙ୍କୁ ଜଣ ପ୍ରତିନିଧି ଚୟନ କରିବାର ଅଧିକାର ପ୍ରଦାନ କରିଛନ୍ତି କେଜ୍ରିୱାଲ। ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ କେଜ୍ରିୱାଲ ଏଭଳି ଘୋଷଣା କରିଛନ୍ତି। କେଜ୍ରିୱାଲ କହିଛନ୍ତି ଭଗୱନ୍ତ ସିଂ ମାନ୍ ଦଳର ମୂଖ୍ୟମନ୍ତ୍ରୀ ପ୍ରାର୍ଥୀ ଦୌଡ଼ରେ ଆଗୁଆ ରହିଛନ୍ତି।

ତେବେ ମାନଙ୍କୁ ଏହି ଅଫର ଦିଅ ଯିବାରୁ ସେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ। ଜନତାଙ୍କ ମତ ପରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବାକୁ ସେ ପ୍ରସ୍ତାବ ଦେଇଥିଲେ। ଏହାପରେ କେଜ୍ରିୱାଲ ଏକ ନମ୍ବର ଜାରି କରିଥିଲେ। ଏହି ନମ୍ବରରେ କଲ୍ କରି ନିଜର ରାୟ ପ୍ରଦାନ କରିବାକୁ ପ୍ରସ୍ତାବ ଦେଇଥିଲେ କେଜ୍ରିୱାଲ। ୭୦୭୪୮୭୦୭୪୮ ଏହି ନମ୍ବରରେ କଲ କରି ପଞ୍ଜାବ ବାସୀ ନିଜ ପସନ୍ଦର ପ୍ରାର୍ଥୀ ମାନଙ୍କ ନାମ କହି ପାରିବେ। ଆସନ୍ତା ଜାନୁଆରୀ ୧୭ ତାରିଖ ଅପରାହ୍ନ ୫ଟା ଯାଏଁ ଏହି ଲାଇନ ଖୋଲା ରହିବ। ଫେବୃୟାରୀ ୧୪ ତାରିଖରେ ପଞ୍ଜାବ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ମାର୍ଚ୍ଚ ୧୦ରେ ଭୋଟ ଗଣତି ହେବ।

Get real time updates directly on you device, subscribe now.