fbpx

ଆର୍ଯ୍ୟନଙ୍କୁ ପୁଣି ଝଟକା: ଜାମିନ ଖାରଜ କଲେ କୋର୍ଟ, ଏବେ ହାଇକୋର୍ଟ ଭରସା

ନୂଆଦିଲ୍ଲୀ: ଡ୍ରଗ୍ସ କେସରେ ଫସିଥିବା ଅଭିନେତା ଶାହରୁଖ ଖାନଙ୍କ ପୁତ୍ର ଆର୍ଯ୍ୟନଙ୍କ ଜାମିନ ଖାରଜ ହୋଇଯାଇଛି । ଆର୍ଯ୍ୟନଙ୍କ ସହ ଅନ୍ୟ ଦୁଇ ଅଭିଯୁକ୍ତ ଅରବାଜ ମର୍ଚ୍ଚେଣ୍ଟ ଓ ମୁନମୁନ ଧମେଚାଙ୍କ ଜାମିନ ଖାରଜ କରିଛନ୍ତି କୋର୍ଟ । ତେବେ ଆର୍ଯ୍ୟନଙ୍କ ଜାମିନ ଦିନକୁ ଦିନ ଘୁଞ୍ଚିଘୁଞ୍ଚି ଯାଉଥିବା ବେଳେ ଆସନ୍ତା ବୁଧବାର ଦିନ ତାଙ୍କୁ ବେଲ ମିଳିପାରେ ବୋଲି କୁହାଯାଉଛି । ତେବେ ମୁମ୍ବାଇ ସ୍ୱତନ୍ତ୍ର କୋର୍ଟରେ ଜମାନତ ଖାରଜ ହେବା ହେବା ପରେ ଏବେ ଆର୍ଯ୍ୟନ ହାଇକୋର୍ଟ ଯିବେ ବୋଲି ତାଙ୍କର ଓକିଲ ସୂଚନା ଦେଇଛନ୍ତି ।

ସୂଚନା ମୁତାବକ, ଆର୍ଯ୍ୟନଙ୍କ ବେଲ ଖାରଜ ହୋଇଯାଇଥିବାରୁ ତାଙ୍କୁ ଏବେ କିଛି ଦିନ ଆର୍ଥର ଜେଲରେ ରହିବାକୁ ପଡ଼ିବ । ତେବେ ଏହି ଘଟଣାରେ ଆର୍ଯ୍ୟନଙ୍କ ସହ ଜଣେ ନବାଗତ ବଲିଉଡ ଅଭିନେତ୍ରୀଙ୍କ ଚାଟ୍ ଏନସିବି ହାତରେ ପଡ଼ିଛି । ଏନସିବି ଟିମ୍ ପକ୍ଷରୁ ଏହି ଚାଟ ସହ ଅନ୍ୟ କିଛି ଡ୍ରଗ ପେଡଲରଙ୍କ ସହ ଚାଟ୍ କୋର୍ଟରେ ଦାଖଲ କରାଯାଇଥିଲା । ଏହି ମାମଲାରେ କୋର୍ଟରେ ଦୁଇ ପକ୍ଷଙ୍କ ମଧ୍ୟରେ ଜୋରଦାର ଲଢ଼େଇ ଦେଖିବାକୁ ମିଳିଥିଲା । ଆର୍ଯ୍ୟନଙ୍କର ଅନ୍ତର୍ଜାତୀୟ ଡ୍ରଗ ପେଡଲର୍ସଙ୍କ ସହ କନେକ୍ସନ ରହିଥିବାରୁ ଏନେଇ ରହିଥିବା ବଡ଼ ଧରଣର ସ୍କାଣ୍ଡାଲର ଯାଞ୍ଚ ହେବା ନିହାତି ଜରୁରୀ ବୋଲି ଏନସିବି ପକ୍ଷରୁ କୁହାଯାଇଥିଲା । ସୂଚନାଯୋଗ୍ୟ ଯେ, ମୁମ୍ବାଇରୁ ଗୋଆ ଯାଉଥିବା କ୍ରୁଜ ସିପରେ ଚାଲିଥିବା ଡ୍ରଗ୍ସ ପାର୍ଟିରୁ ଗତ ୨ ତାରିଖରେ ଆର୍ଯ୍ୟନଙ୍କୁ ଗିରଫ କରାଯାଇଥିଲା ।

Get real time updates directly on you device, subscribe now.