fbpx

ଦୂର ହେବ ଟିକା ସମସ୍ୟା: ଡିସେମ୍ବର ମାସ ସୁଦ୍ଧା ୨୧୬ କୋଟି ଟିକା

ନୂଆଦିଲ୍ଳୀ, ୧୩/୦୫ : କୋଭିଡ୍ ସଂକ୍ରମଣ ବଢ଼ୁଥିବା ବେଳେ ଦେଶରେ ଟିକାକରଣକୁ ପ୍ରାଧାନ୍ୟ ଦିଆଯାଉଛି । ଏହି ପରିପ୍ରେକ୍ଷୀରେ ଟିକାର ଘୋର ଅଭାବ ଦେଖାଦେଇଛି । ହେଲେ ଆଜି ନୀତି ଆୟୋଗଙ୍କ ପକ୍ଷରୁ ସୁଚନା ଦିଆଯାଇଛି ଯେ, ଦେଶକୁ ଡିସେମ୍ବର ମାସ ସୁଦ୍ଧା ୨୧୬ କୋଟି ଟିକା ଆସିଯିବ । ଅର୍ଥାତ୍ ଟିକାକରଣ ସମସ୍ୟା ଦୂର ହୋଇଯିବ । ଟିକା ସମ୍ପର୍କରେ ନୀତି ଆୟୋଗ ସଦସ୍ୟ ଭି.କେ ପଲ୍ ସୁଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଆସନ୍ତା ଅଗଷ୍ଟରୁ ଡିସେମ୍ବର ମଧ୍ୟରେ ୨୧୬ କୋଟି ଟିକା ଉପଲବ୍ଧ ହେବ । କୋଭାକ୍ସିନ୍, କୋଭିସିଲ୍ଡ ସହିତ ଅନେକ ବିଦେଶୀ କମ୍ପାନୀ ଟିକା ମିଳିବ ।

ଏହି କ୍ରମରେ ଅଗଷ୍ଟରୁ ଡିସେମ୍ବର ମଧ୍ୟରେ ୭୫ କୋଟି କୋଭିସିଲ୍ଡ ଉବଲବ୍ଧ ହେବ ବୋଲି ଆକଳନ ହୋଇଛି । ସେହିପରି କୋଭାକ୍ସିନ୍ ୫୫ କୋଟି, ବାୟୋ ଇ-ଟିକା ୩୦ କୋଟି , ଜାଇଡସ୍ କାଡିଲା ଟିକା ୫ କୋଟି, ଏସଆଇଆଇ ନୋଭାଭାକ୍ସ ୨୦ କୋଟି, ବିବି ନାଜାଲ୍ ଭ୍ୟାକସିନ୍ ୧୦ କୋଟି, ଜେନୋଭା ଟିକା ୬ କୋଟି, ରୁଷ୍ ଟିକା ସ୍ଫୁଟନିକ୍ ଭି ମଧ୍ୟ ୧୫.୬ କୋଟି ଉପଲବ୍ଧ ହେବ ବୋଲି କହିଲେ ନୀତି ଆୟୋଗ ସଦସ୍ୟ ଭି.କେ ପଲ୍ । ସେ କହିଛନ୍ତି ଯେ, ଭାରତ ଟିକାକରଣରେ ବିଶ୍ୱରେ ତୃତୀୟ ସ୍ଥାନରେ ରହିଛି ।

Get real time updates directly on you device, subscribe now.