fbpx

କୋର୍ଟ ଶୁଣାଇଲେ ଦଣ୍ଡାଦେଶ, ଏଣିକି କାରାଗାରରେ ବିତିବ ଆଶାରାମଙ୍କ ଜୀବନ

ଗାନ୍ଧିନଗର: ମହିଳା ଶିଷ୍ୟଙ୍କ ସହ ପୁରୁଣା ବଳାତ୍କାର ମାମଲାରେ ଆତ୍ମଘୋଷିତ ଗଡମ୍ୟାନ ଆଶାରାମ ବାପୁଙ୍କୁ ଗତକାଲି ଦୋଷୀ ସାବ୍ୟସ୍ତ କରିଥିଲା କୋର୍ଟ ।ଆଉ ଆଜି ତାଙ୍କ ଦଣ୍ଡ ଘୋଷଣା କରାଯାଇଛି ।ଆଶାରାମ ଙ୍କୁ ଆଜୀବନ ଜେଲ ଦଣ୍ଡ ଶୁଣାଇଛନ୍ତି କୋର୍ଟ । ସୂଚନାମୁତାବକ ପ୍ରାୟ ୧୦ ବର୍ଷ ପୂର୍ବେ ଅହମ୍ମଦାବାଦର ମୋଟେରାସ୍ଥିତ ଆଶ୍ରମରେ ସୁରଟ ର ଜଣେ ମହିଳାଙ୍କୁ ବାରମ୍ବାର ବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା। ୨୦୧୩ ବଳାତ୍କାର ମାମଲାରେ ଅହମ୍ମଦାବାଦର ଚାନ୍ଦଖେଡା ପୋଲିସ ଷ୍ଟେସନରେ ଆଶାରାମଙ୍କ ବିରୋଧରେ ଦାଖଲ ହୋଇଥିବା ଶୁଣାଣି ବେଳେ ଗାନ୍ଧିନଗର କୋର୍ଟ ଏହି ରାୟ ଦେଇଛନ୍ତି।

ବଳାତ୍କାର, ଅପ୍ରାକୃତିକ ଯୌନ ସମ୍ପର୍କ, ଅପରାଧିକ ଷଡଯନ୍ତ୍ର, ପ୍ରମାଣ ନଷ୍ଟ ଇତ୍ୟାଦି ଅଭିଯୋଗରେ ଆଶାରାମଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ଆଶାରାମଙ୍କ ପତ୍ନୀ ଏବଂ ଝିଅଙ୍କ ସମେତ ଅନ୍ୟ ୬ଜଣ ସହ-ଅଭିଯୁକ୍ତଙ୍କୁ ଗର୍ଭପାତ, ବନ୍ଧକ ରଖିବା ଏବଂ ଷଡଯନ୍ତ୍ର ଅଭିଯୋଗ ରହିଛି। ଦୁଇ ଭଉଣୀଙ୍କ ଅଭିଯୋଗ ଆଧାରରେ ସୁରଟ ପୋଲିସ ୬ ଅକ୍ଟୋବର ୨୦୨୧ ରେ ଏକ ଏଫଆଇଆର ପଞ୍ଜୀକୃତ କରିଥିଲା। ଗୋଟିଏ ମାମଲା ଆଶାରାମ ଏବଂ ଅନ୍ୟଟି ତାଙ୍କ ପୁଅ ନାରାୟଣ ସାଇଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା।

ଉଭୟଙ୍କ ଉପରେ ବଳାତ୍କାର, ଯୌନ ଉତ୍ପୀଡ଼ନ, ବେଆଇନ ବନ୍ଧକ ଗ୍ରହଣ ଭଳି ଅନେକ ଆରୋପ ଲାଗୁ କରାଯାଇଛି। ପରେ ଆଶାରାମଙ୍କ ବିରୋଧରେ ଆସିଥିବା ଅଭିଯୋଗ ସେଠାରେ ଥିବା ଆଶ୍ରମରେ ଘଟିଥିବାରୁ ଅହମ୍ମଦାବାଦର ଚାନ୍ଦକେଡା ପୋଲିସ ଷ୍ଟେସନକୁ ସ୍ଥାନାନ୍ତର କରାଯାଇଥିଲା। ଉଲ୍ଲେଖନୀୟ କଥା ହେଉଛି, ୨୦୧୩ ମସିହାରେ ଯୋଧପୁର (ରାଜସ୍ଥାନ) ର ଏକ କୋର୍ଟ ଜଣେ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ୨୦୧୮ ରେ ଆଶାରାମଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ସେ ବର୍ତ୍ତମାନ ଯୋଧପୁର ଜେଲରେ ଅଛନ୍ତି। ତେବେ ଦୋଷୀ ସାବ୍ୟସ୍ତ ହେବା ପରେ ଆଉ ତାଙ୍କୁ ଯେଉଁ ଦଣ୍ଡାଦେଶ ଶୁଣାଯାଇଛି ସେ ବର୍ତ୍ତମାନ ଆଜୀବନ ଜେଲ୍ ରେ ବିତେଇବେ ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.