fbpx

ଆଶା ପାରେଖଙ୍କୁ ଦାଦା ସାହେବ ଫାଲକେ ଆୱାର୍ଡ: ଦେଖନ୍ତୁ ସମ୍ପୂର୍ଣ୍ଣ ପୁରସ୍କାର ଲିଷ୍ଟ

ନୂଆଦିଲ୍ଲୀ: ମୁମ୍ବାଇଠାରେ ପ୍ରତିଷ୍ଠିତ ଦାଦା ସାହେବ ଫାଲକେ ଅନ୍ତର୍ଜାତୀୟ ଫିଲ୍ମ ପୁରସ୍କାର ୨୦୨୨ ଘୋଷଣା କରାଯାଇଛି । ଭେଟେରାନ ଅଭିନେତ୍ରୀ ଆଶା ପାରେଖଙ୍କୁ ମନୋରଞ୍ଜନ ଜଗତରେ ଉଲ୍ଲେଖନୀୟ ଅବଦାନ ପାଇଁ ଭାରତୀୟ ଫିଲ୍ମ ଜଗତର ସର୍ବୋଚ୍ଚ ପୁରସ୍କାର ଦାଦା ସାହେବ ଫାଲକେ ଆୱାର୍ଡ ପ୍ରଦାନ କରାଯାଇଛି । ଏହି ସମାରୋହରେ ମୋଟ ୨୮ ବର୍ଗରେ ପୁରସ୍କାର ପ୍ରଦାନ କରାଯାଇଛି ।

ସେହିପରି ସାଉଥ ଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ବ୍ଲକ ବଷ୍ଟର ଫିଲ୍ମ ‘ପୁଷ୍ପା’କୁ ଇୟର ଅଫ୍ ଦି ଫିଲ୍ମ, ଫିଲ୍ମ ‘୮୩’ ପାଇଁ ରଣବୀର ସିଂହଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳିଛି । କୃତି ସେନନ- ‘ମିମୀ’ ଶ୍ରେଷ୍ଠ ଅଭିନେତ୍ରୀ, ଶେରଶାହ- ସର୍ବଶ୍ରେଷ୍ଠ ଫିଲ୍ମ, ଅଦର ରାଉଣ୍ଡ- ବେଷ୍ଟ ଅନ୍ତର୍ଜାତୀୟ ଫିଚର ଫିଲ୍ମ, କେନ ଘୋଷ- ବେଷ୍ଟ ନିର୍ଦ୍ଦେଶକ ‘ରେଷ୍ଟ ଅଫ୍ ସିଜ- ଟେମ୍ପଲ ଆଟାକ’, ଜୟକଷ୍ଣ ଗୁମ୍ମଡ଼ୀ- ବେଷ୍ଟ ସିନୋମାଟୋଗ୍ରାଫର ‘ହସୀନା ଦିଲରୁବା’, ସତୀଶ କୌଶିକ- ସହାୟକ ଭୂମିକା ସର୍ବଶ୍ରେଷ୍ଠ ଅଭିନେତା, ‘କାଗଜ’ ।

ଲାରା ଦତ୍ତା- ସହାୟକ ଭୂମିକା ସର୍ବଶ୍ରେଷ୍ଠ ଅଭିନେତ୍ରୀ ‘ବେଲ ବଟମ୍’, ଆୟୁଷ ଶର୍ମା- ନକାରାତ୍ମକ ଭୂମିକା ସର୍ବଶ୍ରେଷ୍ଠ ଅଭିନେତା, ‘ଏଟିମ: ଦ ଫାଇନାଲ ଟ୍ରୁଥ’, ଅଭିମନ୍ୟୁ ଦସାନୀ- ପିପୁଲ୍ସ ଚଏସ ବେଷ୍ଟ ଆକ୍ଟର, ରାଧିକା ମଦାନ, ପିପୁଲ୍ସ ଚଏସ ବେଷ୍ଟ ଆକ୍ଟ୍ରେସ, ଅହନ ଶେଟ୍ଟି- ବେଷ୍ଟ ଡେବ୍ୟୁ ‘ତଡ଼ପ’, ‘କୌଡ଼ି’- ସର୍ବଶ୍ରେଷ୍ଠ ୱେବ ସିରିଜ, ମନୋଜ ବାଜପେୟୀ- ସର୍ବଶ୍ରେଷ୍ଠ ୱେବ ସିରିଜ ଅଭିନେତା ‘ଦ ଫ୍ୟାମିଲି ମ୍ୟାନ ୨’ ।

ରବିନା ଟଣ୍ଡନ- ୱେବ ସିରିଜ ସର୍ବଶ୍ରେଷ୍ଠ ଅଭିନେତ୍ରୀ ‘ଅରଣ୍ୟକ’, ବିଶାଲ ମିଶ୍ରା- ସର୍ବଶ୍ରେଷ୍ଠ ପ୍ରଚ୍ଚଦପଟ୍ଟ ଗାୟକ ପୁରୁଷ, କନିକା କପୁର- ସର୍ବଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟିକା ମହିଳା, ‘ପୌଲୀ’- ସର୍ବଶ୍ରେଷ୍ଠ ଲଘୁ ଫିଲ୍ମ, ଅନୁପମା- ବେଷ୍ଟ ଟେଲିଭିଜନ ସିରିଜ ଅଫ୍ ଦି ଇୟର, ଶହୀର ଶେଖ- ଟେଲିଭିଜନ ସିରିଜ ସର୍ବଶ୍ରେଷ୍ଠ ଅଭିନେତା, ଶ୍ରଦ୍ଧା ଆର୍ଯ- ଟେଲିଭିଜନ ସିରିଜ ସର୍ବଶ୍ରେଷ୍ଠ ଅଭିନେତ୍ରୀ, ଧୀରଜ ଧୂପର- ଟେଲିଭିଜନ ସିରିଜର ସବୁଠାରୁ ପ୍ରତିଜ୍ଞାକାରୀ ଅଭିନେତା, ରୂପାଲି ଗାଙ୍ଗୁଲି- ଟେଲିଭିଜନ ସିରିଜର ସବୁଠାରୁ ପ୍ରତିଜ୍ଞାକାରୀ ଅଭିନେତ୍ରୀ, ସରଦାର ଉଧମ- କ୍ରିଟିକ୍ସ ବେଷ୍ଟ ଫିଲ୍ମ, ସିଦ୍ଧାର୍ଥ ମାଲହୋତ୍ରା- କ୍ରିଟିକ୍ସ ବେଷ୍ଟ ଆକ୍ଟର ‘ଶେରଶାହ’, କିୟାରା ଆଡଭାନୀ, କ୍ରିଟିକ୍ସ ବେଷ୍ଟ ଆକ୍ଟ୍ରେସ ‘ଶେରଶାହ’ ।

Get real time updates directly on you device, subscribe now.