fbpx

୩୦ ବର୍ଷର ଚାକିରି ଜୀବନରେ ୫୫ ଥର ଟ୍ରାନ୍ସଫର ହେଲେଣି ଏହି IAS ଅଫିସର, ଜାଣନ୍ତୁ କ’ଣ ରହିଛି କାରଣ

ନୂଆଦିଲ୍ଲୀ: ଦେଶରେ ଅନେକ ଚର୍ଚ୍ଚିତ ପ୍ରଶାସନିକ ଅଧିକାରୀ ରହିଛନ୍ତି, ସମୟ ସମୟରେ ସେମାନଙ୍କର କାର୍ଯ୍ୟଶୈଳୀ ଏବଂ ସେମାନଙ୍କ ସହିତ ଜଡ଼ିତ ବିବାଦୀୟ ଘଟଣାକୁ ନେଇ ସେମାନେ ଚର୍ଚ୍ଚାରେ ରହିଥାନ୍ତି । ସେହିଭଳି ଜଣେ ଆଇଏଏସ୍ ଅଧିକାରୀ ହେଉଛନ୍ତି ହରିୟାଣା କ୍ୟାଡର ଅଶୋକ ଖେମକା । ସେ ତାଙ୍କର ୩୦ ବର୍ଷ ଲମ୍ବା ଚାକିରି ଜୀବନରେ ପ୍ରାୟ ୫୫ଥର ଟ୍ରାନ୍ସଫର ହେଲେଣି ।

ସୋମବାର ହରିୟାଣା ସରକାରଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଯେଉଁଥିରେ ଅନ୍ୟ ଚାରି ରାଜ୍ୟ ପ୍ରଶାସନିକ ଅଧିକାରୀଙ୍କ ସମେତ ଅଶୋକଙ୍କୁ ମଧ୍ୟ ବଦଳି କରାଯାଇଛି । ଏହା ସହିତ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଅଶୋକ ଖେମକାଙ୍କୁ ଅତିରିକ୍ତ ମୁଖ୍ୟ ସଚିବ, ଅଭିଲେଖାଗାର ବିଭାଗ ଭାବରେ ନିଯୁକ୍ତ କରାଯାଇଛି ।

ତାଙ୍କର ଶେଷ ଟ୍ରାନ୍ସଫର ଅକ୍ଟୋବର ୨୦୨୧ ରେ ହୋଇଥିଲା । ୧୯୯୧-ବ୍ୟାଚ୍ ଆଇଏଏସ୍ ଅଧିକାରୀ ଖେମକାଙ୍କୁ ତାଙ୍କର ତିନି ଦଶନ୍ଧି କ୍ୟାରିୟରରେ ୫୦ ଥରରୁ ଅଧିକ ବଦଳି କରାଯାଇଛି । କୁହାଯାଏ ଯେ, ସଚ୍ଚୋଟ ତଥା ଦୁର୍ନୀତି ବିରୋଧରେ ସ୍ୱର ଉତ୍ତୋଳନ କରିଥିବାରୁ ତାଙ୍କୁ ଏଭଳି ନିୟମିତ ଭାବେ ଟ୍ରାନ୍ସଫର କରାଯାଉଛି ।

Get real time updates directly on you device, subscribe now.