fbpx

Ind vs Aus ପୂଜାରାଙ୍କ ବୋଲିଙ୍ଗରେ କମେଣ୍ଟ କରି ଫସିଲେ ଅଶ୍ୱୀନ: ଖେଳାଳିଙ୍କ ଭିତରେ ଟ୍ୱିଟର ଯୁଦ୍ଧ

ନୂଆଦିଲ୍ଲୀ: ବର୍ଡର ଗାଭାସ୍କର ଟ୍ରଫିର ଶେଷ ଟେଷ୍ଟ ମ୍ୟାଚରେ ଏକ ରୋମାଞ୍ଚକର ଘଟଣା ଦେଖିବାକୁ ମିଳିଛି । ଟିମ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ ଚେତେଶ୍ୱର ପୂଜାରା ଏବଂ ଶୁଭମନ ଗିଲଙ୍କୁ ଏକ ନୂଆ ଅବତାରରେ ଦେଖିବାକୁ ମିଳିଛି । ଏହି ମ୍ୟାଚର ଶେଷ ମୁହୂର୍ତ୍ତରେ ଉଭୟ ଖେଳାଳିଙ୍କୁ ବୋଲିଙ୍ଗ ଦେଇଥିଲେ ଅଧିନାୟକ ରୋହିତ ଶର୍ମା । ମ୍ୟାଚଡ୍ର ହେବା ପୂର୍ବରୁ ପୂଜାରାଙ୍କର ଏହି ଓଭର କୁବ ଚର୍ଚ୍ଚାରେ ରହିଛି । ବିଶେଷ କରି ଭାରତର ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ୱୀନ ଏହି ଓଭରର ଖୁବ ମଜା ନେଇଛନ୍ତି ।

ଅହମ୍ମଦାବାଦ ଟେଷ୍ଟ ସରିବା ପରେ ଟ୍ୱିଟରରେ ଆକ୍ଟିଭ ହୋଇଥିଲେ ରବିଚନ୍ଦ୍ରନ ଅଶ୍ୱୀନ । ପୂଜାରାଙ୍କ ବୋଲିଙ୍ଗ ସମୟର ଏକ ଫଟୋ ସେୟାର କରି ମଜାଳିଆ ଢଙ୍ଗରେ ସେ ଲେଖିଛନ୍ତି ଯେ, “ମୁଁ କ’ଣ କରିବି? ଖେଳ ଛାଡିଦେବି?” ଏହାସହିତ ସ୍ମାଇଲିର ଇମୋଜୀ ଦେଇଥିଲେ ଅଶ୍ୱୀନ । କିନ୍ତୁ ଏହି ପୋଷ୍ଟ ଅଶ୍ୱୀନଙ୍କ ଉପରେ ଖୁବ ଭାରି ପଡିଛି । ପୂଜାରା ମଧ୍ୟ ଅଶ୍ୱୀନଙ୍କ ଏହି ଟ୍ୱିଟରେ ମଜାଦାର କମେଣ୍ଟ କରିଛନ୍ତି । ଏହି ପୋଷ୍ଟକୁ ରିଟ୍ୱିଟ କରି ପୂଜାରା ଲେଖିଛନ୍ତି ଯେ, “ନା, ତୁମକୁ ନାଗପୁର ଟେଷ୍ଟରେ ତିନି ନମ୍ବରରେ ଖେଳିବା ପାଇଁ ଧନ୍ୟବାଦ ।” ନାଗପୁରରେ ଖେଳାଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟରେ ପୂଜାରାଙ୍କ ସ୍ଥାନରେ ବ୍ୟାଟିଂ କରିବା ପାଇଁ ଆସିଥିଲେ ରବିଚନ୍ଦ୍ରନ ଅଶ୍ୱୀନ । ପୂଜାରା ଏହି ଘଟଣାକୁ ନେଇ ଖୁବ ମଜା ଉଡାଇଛନ୍ତି ।

ପୂଜାରାଙ୍କ ଏମିତି ଉତ୍ତର ପରେ ସୋସିଆଲ ମିଡିଆରେ ଏହା ଖୁବ ଭାଇରାଲ ହେବାରେ ଲାଗିଛି । ଫ୍ୟାନ୍ସମାନେ ମଧ୍ୟ ଏହାର ବହୁତ ମଜା ଉଡାଇଛନ୍ତି । ଜଣେ ଫ୍ୟାନ ଏଥିରେ କମେଣ୍ଟ କରିଛନ୍ତି , “ଇଟାର ଜବାବ ପଥର ରେ” । ନିଜ କଳାରେ ମାହିର ଦୁଇ ଖେଳାଳିଙ୍କ ଭିତରେ ମଜାକ୍ । ଆପଣ ୨ ଜଣଙ୍କୁ ପରଫର୍ମ କରୁଥିବା ଏବଂ ଏଞ୍ଜୟ କରୁଥିବାର ଦେଖି ବହୁତ ଖୁସି ଲାଗୁଛି ।”

Get real time updates directly on you device, subscribe now.