fbpx

ଅର୍ଶଦୀପଙ୍କୁ ଗଦ୍ଦାର କହିଲେ ପ୍ରଶଂସକ, କ୍ରୋଧିତ ହେଲେ ଯୁବ କ୍ରିକେଟର

ନୂଆଦିଲ୍ଲୀ: ପାକିସ୍ତାନ ବିପକ୍ଷ ଏସିଆ କପ ସୁପର-୪ ମ୍ୟାଚରେ ଅର୍ଶଦୀପ ସିଂହ ଆସିଫ ଅଲ୍ଲୀଙ୍କ ସହଜ କ୍ୟାଚ୍ ଛାଡିଥିଲେ। ଏହା ପରଠୁ ତାଙ୍କୁ ସାମାଜିକ ଗଣମାଧ୍ୟମରେ ଟ୍ରୋଲ କରାଯାଉଛି। ଏହି ସମୟରେ କିଛି ପ୍ରଶଂସକ ତ ତାଙ୍କୁ ଖାଲିସ୍ତାନୀ କହିଛନ୍ତି। ଏବେ ଶ୍ରୀଲଙ୍କା ବିପକ୍ଷ ସୁପର-୪ ମୁକାବିଲାରେ ଭାରତ ଦ୍ଵିତୀୟ ପରାଜୟ ଭୋଗିଛି। ମ୍ୟାଚ୍ ସରିବା ପରେ ଯେତେବେଳେ ଭାରତୀୟ ଦଳ ବସରେ ଚଢୁଥିଲେ, ସେହି ସମୟରେ ଜଣେ ପ୍ରଶଂସକ ଅର୍ଶଦୀପଙ୍କୁ ଚିତ୍କାର କରି ଗଦ୍ଦାର କହିଥିଲେ। ଆଉ ଅର୍ଶଦୀପଙ୍କ ଚେହେରାରେ କ୍ରୋଧ ଦେଖିବାକୁ ମିଳିଥିଲା। ସେଠାରେ ଥିବା କ୍ରୀଡା ସାମ୍ବାଦିକ ବିମଲ କୁମାର ଉକ୍ତ ପ୍ରଶଂସକଙ୍କୁ ଖୁବ୍ ତାଗିଦ୍ କରିଛନ୍ତି। ପରେ ସିକ୍ୟୁରିଟି ଆସି ସ୍ଥିତି ନିୟନ୍ତ୍ରଣ କରିଥିଲେ।

ଶ୍ରୀଲଙ୍କା ବିପକ୍ଷରେ ଭାରତ ଛଅ ଓ୍ଵିକେଟରେ ପରାଜିତ ହୋଇଛି। ଏବେ ଦଳର ଏସିଆ କପ୍ ୨୦୨୨ ଫାଇନାଲରେ ପହଞ୍ଚିବା ପ୍ରାୟତଃ ଅସମ୍ଭବ। ତେବେ ମ୍ୟାଚ୍ ପରେ ଯେତେବେଳେ ପ୍ରଶଂସକ ଅର୍ଶଦୀପଙ୍କୁ ଗଦ୍ଦାର କହିଲେ କ୍ରିକେଟରଙ୍କ ଚେହେରାରେ କ୍ରୋଧ ସ୍ପଷ୍ଟ ବାରି ହୋଇ ପଡିଥିଲା। ବସରେ ଚଢିବା ସମୟରେ ଅର୍ଶଦୀପ ଉକ୍ତ ପ୍ରଶଂସକଙ୍କୁ ରାଗରେ ଘୁରି ଘୁରି ଦେଖିଥିଲେ।

ପରେ କ୍ରୀଡା ସାମ୍ବାଦିକ ବିମଲ କୁମାର ପ୍ରଶଂସକଙ୍କୁ ଖୁବ୍ ତାଗିଦ୍ କରିଥିଲେ। ପରେ ସିକ୍ୟୁରିଟି କର୍ମଚାରୀ ମାମଲାରେ ହସ୍ତକ୍ଷେପ କରି ସ୍ଥିତି ନିୟନ୍ତ୍ରଣ କରିଥିଲେ। ଉଲ୍ଲେଖନୀୟ ପାକିସ୍ତାନ ଏବଂ ଶ୍ରୀଲଙ୍କା ଦୁଇଟି ମ୍ୟାଚରେ ଅର୍ଶଦୀପଙ୍କୁ ଶେଷ ଓଭର ବୋଲିଂ କରିବାର ଦାୟିତ୍ଵ ମିଳିଥିଲା ଏବଂ ପ୍ରତିଥର ତାଙ୍କୁ ସାତ ରନ ବଞ୍ଚାଇବାର ଥିଲା। ଅର୍ଶଦୀପ ଉଭୟ ଥର ଭଲ ବୋଲିଂ କରିଥିଲେ। ହେଲେ ଏତେ କମ ରନ ବଞ୍ଚାଇବା ତାଙ୍କ ପକ୍ଷେ ବହୁତ ମୁସ୍କଲ ଥିଲା। ଉଭୟ ମ୍ୟାଚରେ ଭାରତକୁ ପରାଜୟର ମୁହଁ ଦେଖିବାକୁ ପଡିଛି।

Get real time updates directly on you device, subscribe now.