fbpx

ମଉଳିଲା ପାକିସ୍ତାନର ଆଶା: ଖେଳାଯିବ ନାହିଁ ଏସିଆ କପ୍ ୨୦୨୩! ବିସିସିଆଇକୁ କଲା ଦାୟୀ

ଆଶଙ୍କାରେ ଏସିଆ କପ୍ ୨୦୨୩। ଅନକେ ବର୍ଷ ପରେ ପାକିସ୍ତାନ ବଡ଼ ଟୁର୍ଣ୍ଣାମେଣ୍ଟ ଆୟୋଜନ ପାଇଁ ଅଧିକାର ପାଇଥିଲା ବେଳେ ଏହି ଆଶାରେ ଏବେ ପୁର୍ନଚ୍ଛେଦ ପଡ଼ିବା ଅନୁଭବ ହେଲାଣି। ପାକିସ୍ତାନରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ ହେଉଥବାରୁ ଭାରତ ପାକିସ୍ତାନ ଯିବାକୁ ମନା କରି ଦେଇଛି। ଏଭଳି ସ୍ଥିତିରେ ଏସିଆ କପ୍ କେଉଁଠାରେ ଖେଳାଯିବ, ସେ ନେଇ ଲମ୍ବା ସମୟ ଧରି ବିବାଦ ଜାରି ରହିଛି।

କିଛି ଦିନ ତଳେ ଖବର ଆସିଥିଲା ଯେ, ଭାରତ ଏହାର ମ୍ୟାଚ୍ ଗୁଡ଼ିକ ଅନ୍ୟ କୌଣସି ପଡ଼ୋଶୀ ଦେଶରେ ଖେଳିପାରେ। ଏହି ସମୟରେ, ଖବର ସାମ୍ନାକୁ ଆସୁଛି ଯେ “ଯଦି ପାକିସ୍ତାନ କ୍ରିକେଟ୍ ବୋର୍ଡ ହାଇବ୍ରିଡ୍ ମଡେଲ ଉପରେ ଜିଦ୍ କରେ ତେବେ ଏସିଆ କପ୍ ୨୦୨୩ ହୋଇପାରେ ନାହିଁ । ବିସିସିଆଇ ଏହି ସମୟରେ ପାଞ୍ଚ ଦେଶକୁ ନେଇ ଏକ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିପାରେ, ଯାହା ଏସିଆ କପ୍ ୱିଣ୍ଡୋ ସମୟରେ ଅନୁଷ୍ଠିତ ହେବ ।”

ମିଡ଼ିଆ ରିପୋର୍ଟ ଅନୁଯାୟୀ ଏହା କୁହାଯାଉଛି ଯେ ବିସିସିଆଇ ଏକ ପାଞ୍ଚ ଦେଶ ଟୁର୍ନାମେଣ୍ଟ ଆୟୋଜନ କରିବାକୁ ଚାହୁଁଥିବାରୁ ପିସିବିଏସିଆ କପ୍ ବଳିଦାନ ଦେବାକୁ ପ୍ରସ୍ତୁତ । ଏହାପୂର୍ବରୁ ପିସିବି ଏସିଆ କପ୍ ପାଇଁ ଏକ ‘ହାଇବ୍ରିଡ୍ ମଡେଲ୍‌’ ଉପସ୍ଥାପନ କରିଥିଲା ଯେଉଁଥିରେ କୁହାଯାଇଥିଲା ଯେ ପାକିସ୍ତାନ ଏହାର ସମସ୍ତ ମ୍ୟାଚ୍ ପାକିସ୍ତାନରେ ଖେଳିବ । ୟୁଏଇ, ଦୁବାଇ, ଓମାନ କିମ୍ବା ଶ୍ରୀଲଙ୍କାରେ ଟିମ୍ ଇଣ୍ଡିଆ ଏହାର ମ୍ୟାଚ୍ ଖେଳିପାରେ । କିନ୍ତୁ ଏବେ ଖବର ଆସୁଛି ଯେ, ଏସିଆ କପ୍ ଆଦୌ ଖେଳାଯିବ ନାହିଁ ବୋଲି ଖବର ଆସୁଛି । ଏବଂ ଏହି ସମୟରେ ପାଞ୍ଚଟି ଦେଶ ବ୍ୟତିତ ଅନ୍ୟ କୌଣସି ଟୁର୍ନାମେଣ୍ଟ ଖେଳାଯାଇପାରିବ ।

Get real time updates directly on you device, subscribe now.