fbpx

୨୭ରୁ ଏସିଆ କପ୍‌ କ୍ରିକେଟ: ଏହି ଦିନ ଦୁବାଇରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ, ମ୍ୟାଚ୍ ଦେଖିବାକୁ ଫ୍ୟାନ୍‌ଙ୍କ ଅପେକ୍ଷା

ନୂଆଦିଲ୍ଲୀ: ଚଳିତ ଅଗଷ୍ଟ ମାସ ୨୭ ତାରିଖରୁ ୟୁନାଇଟେଡ ଆରବ ଏମିରେଟ୍‌ସରେ ଅନୁଷ୍ଠିତ ହେବ ଏସିଆ କପ୍‌ ଟି-୨୦ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ । ଏହି ପ୍ରତିଯୋଗିତା ଶ୍ରୀଲଙ୍କାରେ ଅନୁଷ୍ଠିତ ହେବାର ଥିଲା । ମାତ୍ର ସମ୍ପ୍ରତି ଶ୍ରୀଲଙ୍କାର ଆର୍ଥିକ ଓ ରାଜନୈତିକ ସ୍ଥିତି ଅତ୍ୟନ୍ତ ଖରାପ ପରିସ୍ଥିତି ଦେଇ ଗତି କରୁଥିବାରୁ ଏସିଆ କପ୍‌ ଆୟୋଜନ କରିବା ପାଇଁ ଅସମର୍ଥ ପ୍ରକାଶ କରିଥିଲା । ତେଣୁ ୟୁନାଇଟେଡ୍‌ ଆରବ ଏମିରେଟ୍‌ସରେ ଏହା ଆୟୋଜନ ପାଇଁ ସ୍ଥିର ହୋଇଥିଲା । ଅଗଷ୍ଟ ୨୭ରୁ ସେପ୍ଟେମ୍ବର ୧୧ ତାରିଖ ପର୍ଯ୍ୟନ୍ତ ଏହି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ । ଏଥିରେ ଭାରତ, ପାକିସ୍ତାନ, ଶ୍ରୀଲଙ୍କା, ବାଂଲାଦେଶ ଓ ଆଫଗାନିସ୍ଥାନ ଭାଗ ନେବାପାଇଁ ସିଧାସଳଖ ଯୋଗ୍ୟତା ହାସଲ କରିଥିବା ବେଳେ ୟୁନାଇଟେଡ୍‌ ଆରବ ଏମିରେଟ୍‌ସ, କୁଏତ, ସିଙ୍ଗାପୁର ଓ ହଂକଂ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ ଖେଳିବା ପରେ ଏମାନଙ୍କ ମଧ୍ୟରୁ ୨ ଦଳ ସାମିଲ ହେବେ ।

ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଭାରତ ଓ ପାକିସ୍ତାନ ଦଳ ଘୋଷଣା ହୋଇସାରିଥିବା ବେଳେ ଆଫଗାନିସ୍ଥାନ, ବାଂଲାଦେଶ ଓ ଶ୍ରୀଲଙ୍କା ଦଳ ନାମ ତାଲିକା ଘୋଷଣା କରାଯାଇନାହିଁ । ଏଥିରେ ଅଂଶଗ୍ରହଣ କରିବାକୁ ଥିବା ୬ ଦଳକୁ ୨ ଗ୍ରୁ୍‌ପରେ ବିଭକ୍ତ କରାଯାଇଛି । ଅଗଷ୍ଟ ୨୭ ତାରିଖ ଦିନ ଗ୍ରୁପ ‘ବି’ରେ ସ୍ଥାନ ପାଇଥିବା ଶ୍ରୀଲଙ୍କା ଓ ଆଫଗାନିସ୍ଥାନ ଦୁବାଇରେ ଅନୁଷ୍ଠିତ ହେବାକୁ ଥିବା ପ୍ରଥମ ମ୍ୟାଚରେ ପରସ୍ପରକୁ ଭେଟିବେ।

ସେହିପରି ଅଗଷ୍ଟ ୨୮ ତାରିଖ ଦିନ ଗ୍ରୁପ ‘ଏ’ର ଭାରତ ଓ ପାକିସ୍ତାନ ଦୁବାଇରେ ମୁହାଁମୁହିଁ ହେବେ । ଅଗଷ୍ଟ ୩୦ ତାରିଖ ଦିନ ବାଂଲାଦେଶ ଓ ଆଫଗାନିସ୍ଥାନ ସାରଜାରେ ଖେଳିବେ ତୃତୀୟ ମ୍ୟାଚ । ଅଗଷ୍ଟ ୩୧ରେ ଭାରତ ଅନ୍ୟତମ କ୍ୱାଲିଫାୟାର ଟିମ୍‌କୁ ଭେଟିବା କାର୍ଯ୍ୟକ୍ରମ ଥିବାବେଳେ ସେପ୍ଟେମ୍ବର ୧ରେ ଶ୍ରୀଲଙ୍କା ଓ ବାଂଲାଦେଶ ଏବଂ ସେପ୍ଟେମ୍ବର ୨ରେ ପାକିସ୍ତାନ ଅନ୍ୟତମ କ୍ୱାଲିଫାୟାର ଦଳ ସହିତ ଖେଳିବ । ସେହିପରି ପରବର୍ତ୍ତୀ ସମୟରେ କ୍ୱାଲିଫାୟାର ମ୍ୟାଚ ଅନୁଷ୍ଠିତ ହେବ ।

Get real time updates directly on you device, subscribe now.