fbpx

ଉପ-ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାମ ପ୍ରକାଶ କଲା ବିଜେପି;ଜାଣନ୍ତୁ କିଏ ଦେବେ ଟକ୍କର

ନୂଆଦିଲ୍ଲୀ : ହରିୟାଣା, ତେଲେଙ୍ଗାନା ଏବଂ ଉତ୍ତରପ୍ରଦେଶର ବିଧାନସଭା ଆସନରେ ହେବାକୁ ଥିବା ଉପ-ନିର୍ବାଚନ ପାଇଁ ବିଜେପି ତାର ୩ ଜଣ ପ୍ରାର୍ଥୀଙ୍କ ନାମ ପ୍ରକାଶ କରିଛି। ଏହି ତିନିଟି ଆସନରେ ମତଦାନ ନଭେମ୍ବର ୩, ୨୦୨୨ ରେ ହେବାକୁ ପ୍ରସ୍ତାବ ଦିଆଯାଇଛି। ବିଜେପି ହରିୟାଣାର ଆଦମପୁର ବିଧାନସଭା ଆସନରୁ ପୂର୍ବତନ ବିଧାୟକ କୁଲଦୀପ ବିଶୋଇଙ୍କ ପୁଅ ଭବ୍ୟ ବିଶୋଇଙ୍କ ନାମ ଦେଇଛି। ତେଲେଙ୍ଗାନାର ମୁନୁଗୋଡେ ଆସନରୁ କୋମାତିରେଡି ରୋଜଗୋପାଲ ରେଡ୍ଡୀଙ୍କୁ ପ୍ରାର୍ଥୀ କରିଛନ୍ତି ବିଜେପି। ଅନ୍ୟପକ୍ଷରେ ବିଜେପି ୟୁପିର ଗୋଲା ଗାକରନାଥ ଆସନରୁ ଅମନ ଗିରିଙ୍କୁ ମଇଦାନ କୁ ଓଲ୍ହେଇଛି ।

ଆପଣଙ୍କୁ କହିରଖୁଛୁ ଯେ ଚଳିତ ବର୍ଷ ଜୁଲାଇରେ କୁଲଦୀପ ବିଶୋଇ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିଲେ।ବିଜେପିରେ ଯୋଗଦେବା ପରେ ସେ ଆଦମପୁର ଆସନରୁ ଇସ୍ତଫା ଦେଇଛନ୍ତି। ଏହି କାରଣରୁ ଏଠାରେ ଉପ-ନିର୍ବାଚନ ହେବାକୁ ପଡିବ। ବର୍ତ୍ତମାନ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭଜନ ଲାଲଙ୍କ ନାତି ଭବ୍ୟ ବିଜେପି ଟିକେଟରେ ଏହି ଆସନରୁ ଉପ-ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବେ।

Get real time updates directly on you device, subscribe now.