fbpx

ଟୋକିଓ ବିଜେତାଙ୍କୁ ସମ୍ମାନ ଜଣାଇବ ବିଧାନସଭା

ନୂଆଦିଲ୍ଳୀ: ଅଲିମ୍ପିକ୍ସରେ ପଦକ ହାସଲ କରି ଦେଶ ପାଇଁ ଗୌରବ ଆଣିଥିବା ବକ୍ସର ଲଭଲିନା ବୋର୍ଗୋହେନଙ୍କୁ ସମ୍ମାନିତ କରିବ ଆସାମ ବିଧାନସଭା । ସଦ୍ୟ ସମାପିତ ଟୋକିଓ ୨୦୨୦ରେ ବ୍ରୋଞ୍ଜ ପଦକ ବିଜୟିନୀ ଲଭଲିନାଙ୍କୁ ଗୁରୁବାର ଆସାମ ବିଧାନସଭାରେ ସମ୍ମାନିତ କରାଯିବ ବୋଲି ଜଣାପଡିଛି । ଟୋକିଓ କ୍ରୀଡାଗ୍ରାମରୁ ଫେରିବା ପରେ ଲଭଲିନା ବର୍ତ୍ତମାନ ଦିଲ୍ଲୀରେ ରହିଛନ୍ତି ।

ଆସନ୍ତା ଗୁରୁବାର ଲଭଲିନା ଦିଲ୍ଲକୀରୁ ନିଜ ରାଜ୍ୟ ଆସାମରେ ପହଞ୍ଚିବେ । ଏହି ଅବସରରେ ସମଗ୍ର ଆସାମ ବିଧାନସଭା ପକ୍ଷରୁ ଲଭଲିନାଙ୍କୁ ସ୍ୱାଗତ କରାଯିବ । ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଲଭଲିନାଙ୍କୁ ସମ୍ବର୍ଦ୍ଧିତ କରିବେ ବୋଲି କ୍ରୀଡାମନ୍ତ୍ରୀ ବିମଳ ବୋରା ସୂଚନା ଦେଇଛନ୍ତି । ଏହା ସହିତ ଆସାମର ସମସ୍ତ ବିଧାୟକଙ୍କୁ ଏହି କାର୍ଯ୍ୟକ୍ରମ ପାଇଁ ଆମନ୍ତ୍ରଣ କରାଯାଇଥିବା ନେଇ ବିମଳ ବୋରା ସୂଚନା ଦେଇଛନ୍ତି । ଚଳିତ ଅଲିମ୍ପିକ୍ସରେ ଆସାମର ଏକମାତ୍ର ଖେଳାଳି ଭାବରେ ଲଭଲିନା ରହିଥିବା ବେଳେ ୬୯ କିଗ୍ରା ଓଜନ ବର୍ଗରେ ସେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଅର୍ଜୁନ ପୁରସ୍କାର ବିଜୟିନୀ ଲଭଳିନା ଏକ ଚାଷୀ ପରିବାରରୁ ଆସୁଥିବା ବେଳେ ପଦକ ବିଜୟ ପରେ ତାଙ୍କ ଗାଁକୁ ରାସ୍ତା ନିର୍ମାଣ ଆରମ୍ଭ ହୋଇଥିଲା ।

Get real time updates directly on you device, subscribe now.