fbpx

ରାସ୍ତାରୁ ହଟିଲେ ଅଟୋ ଚାଳକ ସଂଘ ; ପୋଲିସ ଡିଜିଙ୍କ ସହ ଆଲୋଚନା ପରେ ପ୍ରତ୍ୟାହତୃ ହେଲା ଆନ୍ଦୋଳନ

ଭୁବନେଶ୍ୱର : ଭୁବନେଶ୍ୱର ସ୍ମାର୍ଟ ସିଟି ଅନଲାଇନ୍ ଅଟୋ ଚାଳକ ସଂଘ ପକ୍ଷରୁ ଆଜି ହୋଇଥିବା ଆନ୍ଦୋଳନକୁ ପ୍ରତ୍ୟାହାର କରାଯାଇଛି । ପୋଲିସ ଡିଜିଙ୍କ ସହ ଆଲୋଚନା ପରେ ଅଟୋ ଚାକଳ ସଂଘ ରାସ୍ତାରୁ ହଟିଥିବା ଜଣାପଡିଛି । ଗତକାଲି ସୁଆଣ୍ଡୋରେ ଜଣେ ଅଟୋ ଚାଳକଙ୍କ ସହ ହୋଇଥିବା ଦୁର୍ବବ୍ୟବହାର ଅଭିଯୋଗରେ ସେମାନେ ଆନ୍ଦୋଳନ କରିଥିଲେ । ସେଠାକାର ପୋଲିସ ଷ୍ଟେସନରେ ଏନେଇ ମାମଲା ରୁଜୁ ହେବ ବୋଲି ପୋଲିସ ଜିଡି ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ।

ସୂଚନାଯୋଗ୍ୟ , ଗତକାଲି ଠାରୁ ଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଡ୍ରାଇଭର ମହାସଂଘ ପକ୍ଷରୁ ଷ୍ଟିୟରିଂ ଛାଡ ଆନ୍ଦୋଳନ ଆରମ୍ଭ ହୋଇଥିଲା । ଭୁବନେଶ୍ୱର, ପୁରୀ , ନୟାଗଡ ସମେତ ପଶ୍ଚିମଓଡିଶାର ସମ୍ବଲପୁର, ବୁର୍ଲା, କୁଚିଣ୍ଡା ଆଦି ସହରରେ ଷ୍ଟିୟରିଂ ଛାଡ ଆନ୍ଦୋଳନ ଜୋରଦାର କରାଯାଇଥିଲା । କିନ୍ତୁ ସରକାରୀ ବସ ସହ ବାଇକ୍ ଏବଂ ଅନ୍ୟାନ୍ୟ ଘରୋଇ ଗାଡି ରାସ୍ତାରେ ଗଡିଥିଲା । ଛାତ୍ରଛାତ୍ରୀଙ୍କ ପରୀକ୍ଷାକୁ ଦୃଷ୍ଟରେ ରଖି ଅଟୋ ଚାଳକ ସଂଘ ଏହି ଆନ୍ଦୋଳନରୁ ବାଦ୍ ପଡିଥିଲା । ଲୋକମାନଙ୍କୁ ଜରୁରୀକାଳୀନ ସେବା ଏମାନେ ଯୋଗାଇ ଦେଇଥିଲେ । ଖୋର୍ଦ୍ଧା ତମାଣ୍ଡୋ ନିକଟରେ ଆନ୍ଦୋଳନରତ ଡ୍ରାଇଭର ଏକ ଅଟୋକୁ ଅଟକାଇ ଚାଳକଙ୍କ ବେକରେ ଫୁଲ ହାର ପକାଇବା ସହ ସିଲଟ୍ ଧରାଇ ଫଟୋ ଉଠାଇଥିଲେ । ଯାହାକୁ ଅଟୋ ଚାଳକ ମାନେ ଘୋର ବିରୋଧ କରିବା ସହ ଏହାର ପ୍ରତିବାଦରେ ରାଜରାସ୍ତାରେ ପିକେଟିଂ କରିଥିଲେ । ଫଳରେ ଯାତାୟତ ପୁରାପୁରି ବାଧାପ୍ରାପ୍ତ ହୋଇଥିଲା ।

ଶାନ୍ତିପୂର୍ଣ୍ର ଭାବରେ ଆନ୍ଦୋଳନ କରାନଗଲେ ରାଜରାସ୍ତାରେ ଅଶାନ୍ତି ପରସ୍ଥିତି ସୃଷ୍ଟି ହେବ ବୋଲି ଅଟୋଚାଳକ ସଂଘ ପକ୍ଷରୁ ଧମକ ଦିଆଯାଇଥିଲା । ପୋଲିସ କମିଶନର ପକ୍ଷରୁ ଜାରି କରାଯାଇଥିବା ହେଲ୍ପଲାେଇନ୍ ନମ୍ବର କାମ କରୁନି ଏବଂ ସେଥିରୁ କିଛି ସମାଧାନ ବାଟ ବାହାରୁନି । ପୋଲିସ ଉପସ୍ଥିତିରେ ଡ୍ରାଇଭର ମହାସଂଘର ଏଭଳି କାର୍ଯକଳାପ ଏବଂ ପୋଲିସ ନୀରବ ରହି ଦର୍ଶକ ସାଜଛି ବୋଲି ଅଟୋ ଚାଳକ ସଂଘ ପକ୍ଷରୁ ଅଭିଯୋଗ କରାଯାଇଥିଲା । ଏଥିରେ ଶହ ଶହ ଅଟୋ ଚାଳକ ସାମିଲ ହୋଇଥିଲେ ।

Get real time updates directly on you device, subscribe now.