ବିଛା ରାଶିଙ୍କ ପାଇଁ ଆଜିର ଦିନ ଅତ୍ୟନ୍ତ ଶୁଭ, ମିଳିପାରେ ଆର୍ଥିକ ଲାଭ
ସେପ୍ଟେମ୍ବର ୧୫, ଶୁକ୍ରବାର ଚାକିରି, ବିବାହ, ପ୍ରେମ ଜୀବନ ଓ ଆର୍ଥିକ ସ୍ଥିତି କିପରି ରହିବ, ଜାଣନ୍ତୁ ଆଜିର ରାଶିଫଳରୁ।
ଓଡିଶା ଭାସ୍କର : ନମସ୍କାର ଦର୍ଶକବନ୍ଧୁ, ଆଜି ହେଉଛି ୧୫ ସେପ୍ଟେମ୍ବର ୨୦୨୬ (ମଙ୍ଗଳବାର)। ଆଜିର ପଞ୍ଚାଙ୍ଗ ଏବଂ ଗ୍ରହ ନକ୍ଷତ୍ରର ଚଳନ ଅନୁସାରେ, ମେଷରୁ ମୀନ – ସମସ୍ତ ୧୨ଟି ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ କିପରି ରହିବ ଦିନଟି? କାହାର ଚମକିବ ଭାଗ୍ୟ, କାହାକୁ ମିଳିବ ଧନଲାଭ କିମ୍ବା କେଉଁ କ୍ଷେତ୍ରରେ ରହିବ ସତର୍କତା? ଜାଣନ୍ତୁ ଆଜିର ରାଶିଫଳର ସମ୍ପୂର୍ଣ୍ଣ ଆକଳନ..
ମେଷ: ଆଜି ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। କାମରେ ପରିଶ୍ରମର ପ୍ରଶଂସା ମିଳିବ। ପ୍ରେମ ଓ ବୈବାହିକ ଜୀବନ ଖୁସିରେ କଟିବ।
ବୃଷ: ଆଜି ନୂଆ ରୋଜଗାର ସୁଯୋଗ ମିଳିପାରେ। ପରିବାରର ସହଯୋଗରେ ଭଲ ନିଷ୍ପତ୍ତି ନେବେ। ପ୍ରେମ ଜୀବନ ଭଲ ରହିବ।
ମିଥୁନ: ନୂଆ କିଛି ଶିଖିବାର ସୁଯୋଗ ମିଳିବ। ଅଯଥା ଖର୍ଚ୍ଚରୁ ଦୂରେଇ ରୁହନ୍ତୁ। ଜୀବନସାଥୀଙ୍କ ସହ ସମ୍ପର୍କ ମଜବୁତ ହେବ।
କର୍କଟ: ଆଜି ଆର୍ଥିକ ଲାଭର ସୁଯୋଗ ରହିଛି। ଜୀବନସାଥୀଙ୍କ ସହ ମତଭେଦ ହୋଇପାରେ। ନିଜ ପାଇଁ କିଛି ସମୟ ଦିଅନ୍ତୁ।
ସିଂହ: ବନ୍ଧୁଙ୍କ ସହ ଭଲ ସମୟ କଟିବ। ଦରମା ବିଳମ୍ବ ହେଲେ ଆର୍ଥିକ ଚିନ୍ତା ବଢ଼ିପାରେ। କାମରେ ନେତୃତ୍ୱ ଦକ୍ଷତାର ପ୍ରଶଂସା ମିଳିବ।
କନ୍ୟା: ଆଜି ପରିଶ୍ରମର ଫଳ ମିଳିବ। ନିବେଶ ପୂର୍ବରୁ ଭଲ ଭାବେ ଯାଞ୍ଚ କରନ୍ତୁ। କାର୍ଯ୍ୟକ୍ଷେତ୍ରରେ ଦକ୍ଷତାର ପ୍ରଶଂସା ମିଳିବ।
ତୁଳା: ଆଜି ଆତ୍ମବିଶ୍ୱାସର ସହ କାମ କରନ୍ତୁ। ଯାତ୍ରା ସମୟରେ ମୂଲ୍ୟବାନ ଜିନିଷର ଯତ୍ନ ନିଅନ୍ତୁ। କାମରେ ଭଲ ଫଳ ମିଳିବ।
ବିଛା: ଆର୍ଥିକ ଲାଭର ସମ୍ଭାବନା ରହିଛି। ପରିବାର ସହ ଭଲ ସମୟ କଟିବ। ବିବାଦ ସମୟରେ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।
ଧନୁ: ଯୋଗ ଓ ଧ୍ୟାନ ମନକୁ ଶାନ୍ତ ରଖିବ। ଘର ଖର୍ଚ୍ଚ ବଢ଼ିପାରେ। କାମରେ ପ୍ରଶଂସା ସହ ପଦୋନ୍ନତିର ସୁଯୋଗ ରହିଛି।
ମକର: ଆଜି ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ସଞ୍ଚୟରେ କିଛି ସମସ୍ୟା ଆସିପାରେ, ହେଲେ ସ୍ଥିତି ସୁଧୁରିବ। ଜୀବନସାଥୀଙ୍କ ଭଲପାଇବା ମିଳିବ।
କୁମ୍ଭ: କଠିନ ପରିସ୍ଥିତି ଆପଣଙ୍କୁ ନୂଆ ଶିକ୍ଷା ଦେବ। ଆର୍ଥିକ ପରାମର୍ଶ ଲାଭଦାୟକ ହେବ। ପରିବାରର ସମର୍ଥନ ମିଳିବ।
ମୀନ: ଅନ୍ୟମାନଙ୍କ ପରାମର୍ଶ ଆଜି ଲାଭଦାୟକ ହେବ। ଟଙ୍କା ଧାର ଦେବାରୁ ଦୂରେଇ ରୁହନ୍ତୁ। କାମରେ ବରିଷ୍ଠଙ୍କ ସମର୍ଥନ ମିଳିବ।

