ହଠାତ୍ କଣ ହେଲା? କାହିଁକି ଖେଳିବାକୁ ମନା କଲେ ଅଶ୍ବିନ; ପୋଷ୍ଟ ଦେଖି ସମସ୍ତେ ଆଶ୍ଚର୍ଯ୍ଯ…

ଇତିହାସ ରଚିବା ପାଇଁ ସାଥ ଦେଲାନି ଭାଗ୍ଯ...

ଓଡିଶା ଭାସ୍କର:  ଇତିହାସ ରଚିବା ପାଇଁ ସାଥ ଦେଲାନି ଭାଗ୍ଯ। ଏବେ କମବ୍ଯାକ କରିବା ପାଇଁ ଅଶ୍ବିନୀଙ୍କୁ ଆହୁରୀ ଅପେକ୍ଷା କରିବାକୁ ପଡି଼ବ। ପ୍ରଥମେ IPL ରୁ ଅଲବିଦା କହିଥିଲେ ଆଉ ଏବେBBL ରେ ମଧ୍ୟ ଖେଳିବେ ନାହିଁ।

ଆଉ କିଛି ଦିନ ମଧ୍ୟରେ ଆରମ୍ଭ ହୋଇଯିବ BBL ମ୍ଯାଚ। ଆଉ ଏଥିରେ ପ୍ରଥମ ଭାରତୀୟ ଖେଳାଳି ଭାବରେ ରବୀନଚନ୍ଦ୍ର ଅଶ୍ବିନ ଖେଳିବାର କାର୍ଯ୍ଯକ୍ରମ ଥିଲା। ମାତ୍ର ଏବେ ଆଉ ସେପରି ହୋଇପାରିବ ନାହିିଁ।

ରବିଚନ୍ଦ୍ରନ ଅଶ୍ୱିନଙ୍କୁ କ୍ରିକେଟ୍ ମଇଦାନକୁ ଫେରିବା ପାଇଁ ଅପେକ୍ଷା କରିବାକୁ ପଡିବ। ସେ ବିଗ୍ ବ୍ୟାସ୍ ଲିଗ୍ (BBL)ର ପରବର୍ତ୍ତୀ ସିଜିନରେ ଖେଳିବା ପାଇଁ ଯୋଜନା କରିଥିଲେ, କିନ୍ତୁ ଆଘାତ ଯୋଗୁଁ ସେ ଏବେ ସେଥିରେ ସାମିଲ ହୋଇପାରିବେ ନାହିଁ ।

ଅଶ୍ୱିନ ନିଜେ ସୋସିଆଲ ମିଡିଆରେ ଏକ ଲମ୍ବା ବିବୃତ୍ତି ଜାରି କରି କହିଛନ୍ତି ଯେ ସେ ଆଉ ସିଡନୀ ଥଣ୍ଡର ପାଇଁ ଖେଳିପାରିବେ ନାହିଁ। ଅଶ୍ୱିନ ସିଡନୀ ଥଣ୍ଡର ପାଇଁ ସମଗ୍ର ସିଜିନରେ ଖେଳିବାର କାର୍ଯ୍ୟକ୍ରମ ଥିଲା।

ଯଦି ସେ ଏଥିରେ ଖେଳିଥାଆନ୍ତେ ତେବେ ସେ BBLରେ ଖେଳିବା ସହିତ ପ୍ରଥମ ଭାରତୀୟ ପୁରୁଷ କ୍ରିକେଟର ଭାବେ ଏପରି କରି ରେକର୍ଡ କରିଥାଆନ୍ତେ।

ମାତ୍ର ଅଶ୍ୱିନଙ୍କ ଆଣ୍ଠୁରେ ଆଘାତ ଲାଗିଛି। ଏହି କାରଣରୁ ସେ ଏଥିରେ ସାମିଲ ହେବେ ନାହିଁ ମାତ୍ର ଯଦି ସେ ଶୀଘ୍ର ସୁସ୍ଥ ହୁଅନ୍ତି, ତେବେ ସିଡନୀ ଥଣ୍ଡର ତାଙ୍କୁ ଖେଳ ଅଧାରୁ ଡାକିପାରେ ବୋଲି କୁହାଯାଉଛି।

ଅଶ୍ୱିନ ଆହତ: ସୋସିଆଲ ମିଡିଆରେ ଏକ ବିବୃତ୍ତି ଜାରି କରି ରବିଚନ୍ଦ୍ରନ ଅଶ୍ୱିନ କହିଛନ୍ତି, “ଚେନ୍ନାଇରେ BBLର ପରବର୍ତ୍ତୀ ସିଜିନ ପାଇଁ ପ୍ରସ୍ତୁତି କରୁଥିବା ସମୟରେ ମୁଁ ଆଣ୍ଠୁରେ ଆଘାତ ପାଇଛି।

ମୁଁ ଏହା ଯାଞ୍ଚ କରାଇଥିଲି, ଆଉ ଏବେ କିଛି ଦିନ ଆରାମ ନେବା ପାଇଁ କୁହାଯାଇଛି ଏଣୁ ମୁଁ BBL 15 ରେ ଖେଳିପାରିବି ନାହିଁ। ମୁଁ ଏହା କହିବାକୁ ଦୁଃଖିତ, କାରଣ ମୁଁ ଏଥିରେ ଖେଳିବାକୁ ବହୁତ ଉତ୍ସାହିତ ଥିଲି।”

ଅଶ୍ୱିନ କହିଛନ୍ତି ଯେ ସେ ସୁସ୍ଥ ହେବା ପରେ ନିଶ୍ଚିତ ଭାବରେ ସେ ଟିମକୁ ଫେରିବାକୁ ଚାହାଁନ୍ତି। ତାଙ୍କ ଆଘାତ ସତ୍ତ୍ୱେ, ତାଙ୍କୁ ସିଡନୀ ଥଣ୍ଡର ଖେଳାଳି ଏବଂ କର୍ମଚାରୀଙ୍କଠାରୁ ସମର୍ଥନ ମିଳିଛି।

ଅଶ୍ୱିନ କହିଛନ୍ତି ଯେ ସେ ପଡ଼ିଆକୁ ଓହ୍ଲାଇପାରିବେ ନାହିଁ, କିନ୍ତୁ ସେ ଥଣ୍ଡରର ପୁରୁଷ ଏବଂ ମହିଳା ଦଳକୁ ଉତ୍ସାହିତ କରିବା ପାଇଁ ସେଥିରେ ଉପସ୍ଥିତ ରହିବେ।

ସୂଚନାଯୋଗ୍ଯ ଯେ BBL ଆସନ୍ତା ଡିସେମ୍ବର 14ରୁ ଆରମ୍ଭ ହେବ।ଆଉ ସିଡନି ଥଣ୍ଡର ଡିସେମ୍ବରର 16ରେ ନିଜର ପ୍ରଥମ ମ୍ଯାଚ ଖେଳିବ।