ସପିଂ ସେଣ୍ଟରରେ ଭୟାବହ ଅଗ୍ନିକାଣ୍ଡ, ୮ ଜୀବନ୍ତ ଦଗ୍ଧ ଓ ୩୬ ଆହତ

ଏହି ଭୟଙ୍କର ଅଗ୍ନିକାଣ୍ଡରେ ୮ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୪୦ ରୁ ଉର୍ଦ୍ଧ୍ୱ ଗୁରୁତର ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି ।

ନୂଆଦିଲ୍ଲୀ : ଇରାନ ରାଜଧୀନ ନିକଟସ୍ଥ ଏକ ସପିଙ୍ଗ ସେଣ୍ଟରରେ ଭୟଙ୍କର ଅଗ୍ନିକାଣ୍ଡ ଯୋଗୁଁ ୮ ଜଣଙ୍କର ମୃତ୍ୟୁ ହୋଇଯାଇଛି । ଏହା ବାଦ ୪୦ରୁ ଉର୍ଦ୍ଧ୍ୱ ଲୋକ ଗୁରୁତର ଆହତ ହୋଇଛନ୍ତି । ସରକାରୀ ଟିଭି ଚ୍ୟାନେଲ ପକ୍ଷରୁ ଏ ସଂପର୍କରେ ସୂଚନା ଦିଆଯାଇଛି । ସରକାରୀ ନ୍ୟୁଜ ଚ୍ୟାନେଲ ଆଇଆରଆଇବି ପକ୍ଷରୁ ଏହା ସୂଚନା ଦିଆଯାଇଛି ଯେ, ଇରାନର ତେହେରାନ ପ୍ରଦେଶ ‘ଅନ୍ଦିଶେହ’ ସହରର ଅର୍ଘାୱନ ସପିଂ ସେଣ୍ଟରରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି ।

ଏହି ଅଗ୍ନିକାଣ୍ଡର କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଅସ୍ପଷ୍ଟ ଥିବାବେଳେ କର୍ତ୍ତୃପକ୍ଷ ଏହି ଘଟଣାର ତଦନ୍ତ ବର୍ତ୍ତମାନ କରୁଛନ୍ତି । ଟେଲିଭିଜନରେ ଦେଖାଯାଇଥିବା ଫୁଟେଜ ଅନୁଯାୟୀ ଦଳକଳ ବାହିନୀ ନିଆଁ ଲିଭାଇବା ପାଇଁ ଜୋରସେ ଲାଗି ପଡିଛନ୍ତି । ଅନ୍ୟପଟେ ବହୁତଳ ପ୍ରାସାଦରୁ କଳ ଧୁଆଁର କୁଣ୍ଡଳୀ ବାହାରୁଥିବା ଦେଖିବାକୁ ମିଳିଛି । ଏହି ଅଗ୍ନିକାଣ୍ଡ ଯୁଦ୍ଧ ସହିତ ଜଡିତ ଥିବା ନେଇ କୌଣସି ସୂଚନା ମିଳିନାହିଁ । ଅଧିକାରୀମାନେ ଏହା ସ୍ପଷ୍ଟ କରିଛନ୍ତି ଯେ, ଏହି ଘଟଣା ଆଞ୍ଚଳିକ ଉତ୍ତେଜନା ଏବଂ ଯୁଦ୍ଧ ବିରତି ସହ କୌଣସି ସଂପର୍କ ନାହିଁ । ପ୍ରକାଶ ଥାଉକି ଇରାନ ସହ ଆମେରିକା ଯୁଦ୍ଧ ବିରତି ଘୋଷଣା କରିଛି କିନ୍ତୁ ଏହି ଭୟଙ୍କର ଅଗ୍ନିକାଣ୍ଡ ସହ ଏହାର କୌଣସି ସଂପର୍କ ନାହିଁ ।