fbpx

ଏହି ସମୟରେ ରୋଷେଇ ଘରେ ଜଳାନ୍ତୁ ଲବଙ୍ଗ-କର୍ପୂର, ଦୂର ହେବ ଟଙ୍କା ସମସ୍ୟା

ବାସ୍ତୁ ଶାସ୍ତ୍ରରେ ଘରର ସବୁ ଦିଗ ଏବଂ ଜିନିଷକୁ ରଖିବାକୁ ନେଇ ନିୟମ ରହିଛି । ଯଦି ଏହି ନିୟମର ପାଳନ ହେଉନାହିଁ ତେବେ ଜୀବନରେ ଅନେକ ସମସ୍ୟା ଦେଖାଦେଇଥାଏ । ବାସ୍ତୁ ଶାସ୍ତ୍ରରେ ଏହି ଦୋଷକୁ ଦୂର କରିବା ପାଇଁ କିଛି ଉପାୟ କୁହାଯାଇଛି । ଏହି ଉପାୟ ପରିବାର ଅଶାନ୍ତି ପରିବେଶକୁ ବଦଳାଇ ସକରାତ୍ମକ ପ୍ରଭାବ ପକାଇଥାଏ । ଆଜି ଏମିତି କିଛି ଉପାୟ ବାସ୍ତୁ ଦୋଷ ଦୂର କରିବା ପାଇଁ କହିବୁ ଯାହାଦ୍ୱାରା ଆର୍ଥିକ ସମସ୍ୟା ଦୂର ହେବା ସହ ଜୀବନରେ ସଫଳତା ହାସଲ କରିବେ ।

-ଘରେ ଯଦି କିଛି ବାସ୍ତୁ ଦୋଷ ରହିଛି ଏବଂ ଦୂର ହୋଇ ପାରୁନି ତେବେ ଘରର ଯେକୌଣସି ସ୍ଥାନରେ ୨ଟି କର୍ପୂର ରଖି ଦିଅନ୍ତୁ । ସେଠାରେ ଖସି ପଡ଼ିବା ବା ନଷ୍ଟ ହୋଇ ଯିବା ପରେ ନୂଆ କର୍ପୂର ସେହି ଯାଗାରେ ରଖନ୍ତୁ । ବାସ୍ତବରେ କର୍ପୂର ବାସ୍ତୁ ଦୋଷ ଦୂର କରିବା ପାଇଁ ପ୍ରଭାବି ଅଟେ ।

-ଯଦି ବାରମ୍ବାର ଧନ ହାନି ଘଟୁଛି ତେବେ ସକାଳ ବା ସଂଧ୍ୟା ସମୟରେ ରୋଷେଇ ଘରେ ଏକ ଗିନାରେ କିଛି ଲବଙ୍ଗ ସହ କର୍ପୂର ଜଳାଇ ଦିଅନ୍ତୁ । ସମ୍ଭବ ହେଉଛି ଯଦି ପ୍ରତିଦିନ ଏହାକୁ ଚାନ୍ଦି ଗିନାରେ ଜଳାନ୍ତୁ । ଏହାଦ୍ୱାରା ଧନ ହାନିରୁ ରକ୍ଷା ସହ ମା ଲକ୍ଷ୍ମୀଙ୍କ ବାସ ହୋଇଥାଏ ।

-କାମରେ ବାରମ୍ବାର ବାଧା ଉପୁଜୁଛି କି? ତେବେ ଶନିବାର ଦିନ ସ୍ନାନ ପାଣିରେ କର୍ପୂର ତେଲ ୨ ତିନି ବୁନ୍ଦା ପକାଇ ଗାଧାନ୍ତୁ । ସେହିପରି ଗୁରୁବାର ଦିନ ଗାଧୋଇବା ପାଣିରେ ଚିମୁଟାଏ ହଳଦୀ ଗୁଣ୍ଡ ପକାଇ ଗାଧାନ୍ତୁ । ଏହା ଫଳରେ ସବୁ ବାଧା ବିଘ୍ନ ଦୂର ହେବା ସହ ଭାଗ୍ୟ ସାଥ ଦେବ ଆପଣଙ୍କୁ ।

-ଘରେ ବାରମ୍ବାର କଳି-ଝଗଡ଼ା ହେଉଛି କି? ତେବେ ଦୈନିକ କର୍ପୂରକୁ ଦେଶୀ ଘିଅରେ ବୁଡାଇ ଜଳାନ୍ତୁ । ଫଳରେ ଘରେ ସକରାତ୍ମାକତା ବଢିବା ସହ ଶୁଖ ଶାନ୍ତି ବଜାୟ ରହିବ ।

Get real time updates directly on you device, subscribe now.