fbpx

ଭୁବନେଶ୍ୱରରେ ଜଳିଗଲା ଏସବିଆଇ ଏଟିଏମ

ଭୁବନେଶ୍ୱର: ଲକ୍ଷ୍ମୀସାଗର ଓସ୍କାର ସିଟି ନିକଟରେ ଥିବା ଏସବିଆଇ ଏଟିଏମ ପୋଡ଼ି ଯାଇଥିବା ସୂଚନା ମିଳିଛି । ଲକ୍ଷ୍ମୀସାଗର କେନାଲ ରୋଡ଼ ଓସ୍କାର ସିଟିରେ ଥିବା ଏଟିଏମ ଜଳି ଯାଇଛି । ଏହି ଏଟିଏମ ଉପରେ ପାଖାପାଖି ୫ ହଜାରରୁ ୧୦ ହଜାର ଲୋକ ନିର୍ଭର କରୁଥିଲେ । ଏହି ଅଗ୍ନିକାଣ୍ଡରେ ଏଟିଏମରେ ଥିବା ଟଙ୍କା ଜଳିଛି କି ନାହିଁ, ତାହା ଏପର୍ଯ୍ୟନ୍ତ ଜଣା ପଡ଼ି ନାହିଁ ।

ତେବେ ନିଆଁ ଲାଗିବା ପରେ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଥିଲା । ଏଟିଏମ ଜଳୁଥିବାର ଦେଖି ଲୋକମାନେ ଅଗ୍ନିଶମ ବାହିନୀ ଏବଂ ପୋଲିସକୁ ଏସମ୍ପର୍କରେ ସୂଚନା ଦେଇଥିଲେ । ସୂଚନା ପାଇବା ମାତ୍ରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଅଗ୍ନିକାଣ୍ଡର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣା ପଡ଼ି ନଥିବା ବେଳେ ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗି ଥାଇପାରେ ବୋଲି ସନ୍ଦେହ କରାଯାଉଛି । ଅଗ୍ନିକାଣ୍ଡର କାରଣ ଜାଣିବା ପାଇଁ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

Get real time updates directly on you device, subscribe now.