fbpx

ଜଞ୍ଜିର ଲଗାଇ ଏଟିଏମ ଉଠାଇ ନେଲେ ଦୁବୃର୍ତ୍ତ : କ୍ୟାମରାରେ କଏଦ ହେଲା ଦୃଶ୍ୟ

ନୂଆଦିଲ୍ଲୀ: ରାଜସ୍ଥାନର ଯୋଧପୁରରେ ଡକାୟତମାନଙ୍କ ଦୌରାତ୍ମ୍ୟ ବଢି ଚାଲିଛି । ଯାହା ଆପଣ ଏକ ଭିଡିଓ ଦେଖିଲେ ଅନୁମାନ କରିପାରିବେ । ବିମାନବନ୍ଦର ପୋଲିସ ଷ୍ଟେସନ ପରିସରର ଶିଖରଗଡ ମିନି ମାର୍କେଟରେ ଏଟିଏମ ଡକାୟତି ଘଟଣା ଘଟିଛି । ଡକାୟତମାନେ ରାତିରେ ଏକ ବୋଲେରୋରେ ଆସି କିଛି ମିନିଟ ମଧ୍ୟରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏଟିଏମକୁ ଉଠାଇ ନେଇଥିଲେ । ଡକାୟତମାନଙ୍କ କାର୍ଯ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି । ଏଟିଏମ ଡକାୟତି ଘଟଣା ସମ୍ପର୍କରେ ପୋଲିସ ବିଭାଗରେ ଆଲୋଡ଼ନ ସୃଷ୍ଟି ହୋଇଥିଲା ।

 

ବ୍ୟାଙ୍କ ଅଧିକାରୀମାନେ ପୋଲିସ ସହିତ ଘଟଣାସ୍ଥଳରେ ମଧ୍ୟ ପହଞ୍ଚିଥିଲେ । ପୋଲିସ ଟିମ୍ ସିସିଟିଭି କ୍ୟାମେରାରେ ଅନୁସନ୍ଧାନ କରିଥିଲା । ଏହି ଫୁଟେଜରେ ଡକାୟତମାନେ ଏଟିଏମ ଉଠାଇ ନେଉଥିବା ନଜର ଆସିଛି । ବ୍ୟାଙ୍କ ଅଧିକାରୀଙ୍କୁ ଏଟିଏମର ସୁରକ୍ଷା ସମ୍ପର୍କରେ ପଚରାଯାଇଥିଲା । ତେବେ ଅନୁସନ୍ଧାନରେ ବ୍ୟାଙ୍କ ପରିଚାଳନାର ଅବହେଳା ସାମ୍ନାକୁ ଆସିଛି । ଏଟିଏମ ଏକ ଆବାସିକ ଅଞ୍ଚଳରେ ଥିବା ସତ୍ତେ୍ୱ କୌଣସି ଗାର୍ଡ଼ ପୋଷ୍ଟ କରାଯାଇ ନଥିଲା ଏବଂ ସୁରକ୍ଷା ଆଲାର୍ମ ମଧ୍ୟ ସ୍ଥାପନ କରାଯାଇ ନଥିଲା । ଡିସିପି ଅମୃତା ଦୁହାନଙ୍କ ଅନୁଯାୟୀ ଅଧା ଡଜନରୁ ଅଧିକ ଡକାୟତ ଏଟିଏମ ଡକାୟତି କରିଛନ୍ତି । ବୋଲେରୋରେ ଯାଉଥିବା ଡକାୟତମାନେ ଏଟିଏମ ନିକଟରେ ଗାଡି ପାର୍କିଂ କରିଥିଲେ । ତା’ପରେ ଗାଡ଼ିରୁ ଓହ୍ଲାଇବା ପରେ ପ୍ରଥମେ ଏଟିଏମରେ ଲଗାଯାଇଥିବା ସିସିଟିଭି କ୍ୟାମେରା ଗୋଟିଏ ପରେ ଗୋଟିଏ ଭାଙ୍ଗିଥିଲେ ।

 

ସିସିଟିଭି କ୍ୟାମେରା ନଷ୍ଟ କରିବା ପରେ ଦୁବୃର୍ତ୍ତମାନେ ଗାଡ଼ିରୁ ଜଞ୍ଜିର ବାହାର କରି ଏଟିଏମ ପାଖକୁ ନେଇଥିଲେ । ପରେ ବୋଲେରୋକୁ ଏକ ହୁକ ମାଧ୍ୟମରେ ଯୋଡ଼ି ଗାଡ଼ିକୁ ଆଗକୁ ନେଇଗଲେ । ଏହି ସମୟରେ ଏଟିଏମ ଉଖାଡ଼ି ହୋଇ ଏଟିଏମ କୋଠରୀରୁ ବାହାରି ଆସିଥିଲା । ଏହା ପରେ ଦୁବୃର୍ତ୍ତମାନେ ଏଟିଏମ ଉଠାଇ ଗାଡ଼ିରେ ରଖି ଘଟଣାସ୍ଥଳରୁ ପଳାଇ ଯାଇଥିଲେ । ଦୁବୃର୍ତ୍ତମାନେ କିଛି ମିନିଟ୍ ମଧ୍ୟରେ ଏଟିଏମ ଉଠାଇ ନେଇଥିଲେ । ସିସିଟିଭି ଫୁଟେଜ ଆଧାରରେ ପୋଲିସ ଦୁବୃର୍ତ୍ତମାନଙ୍କୁ ଖୋଜିବାରେ ଲାଗିଛି ।

Get real time updates directly on you device, subscribe now.