fbpx

କରୋନା ଔଷଧ ମାମଲାକୁ ନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ସୋନୁ ସୁଦ୍; କଣ କହିଲେ ଜାଣନ୍ତୁ

ମୁମ୍ବାଇ : କରୋନା ସମୟରେ ଲକ୍ଷ ଲକ୍ଷ ଲୋକଙ୍କୁ ଘରେ ପହଞ୍ଚାଇ ବେଶ୍ ପ୍ରଶଂସା ସାଉଁଟିଥିଲେ ସୋନୁ ସୁଦ୍ । ତେବେ ପରବର୍ତ୍ତୀ ସମୟରେ ସାଧାରଣ ଲୋକଙ୍କ ନିକଟରେ କରୋନା ଔଷଧ ପହଞ୍ଚାଇ ବିବାଦ ଘେରକୁ ଟାଣି ହୋଇ ଆସିଥିଲେ ସୋନୁ । ଏହି ମାମଲାରେ କଂଗ୍ରେସ ବିଧାୟକ ଜିଶାନ ସିଦ୍ଦିକି ଏବଂ ସୋନୁ ସୁଦଙ୍କ ଭୂମିକା ଯାଞ୍ଚ କରିବାୁ ପାଇଁ ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ମୁହଁ ଖୋଲିଛନ୍ତି ସୋନୁ ସୁଦ୍ । ସୋନୁ କହିଛନ୍ତି ଏପରି ମାମଲା କେବଳ ତାଙ୍କୁ ଏବଂ ତାଙ୍କର ସମାଜସେବା ସଙ୍ଗଠନକୁ ବଦନାମ କରିବା ପାଇଁ କରାଯାଉଛି । ଆମେ କେବଳ ସେବା ମନୋବୃତି ରଖି ଲୋକଙ୍କୁ ସାହାଯ୍ୟ ପାଇଁ ଆଗେଇ ଆସିଛୁ ବୋଲି ସୋନୁ କହିଥିଲେ ।

ତେବେ ମାମଲାର ଶୁଣାଣି କରୁଥିବା ଏସପି ଦେଶମୁଖ ଏବଂ ଜିଏସ୍ କୁଲକର୍ଣ୍ଣୀଙ୍କ ଯୁକ୍ତିକୁ ଖାରଜ କରି ଦେଇଥିଲେ । କରୋନା ଔଷଧ ଆପଣଙ୍କ ନିକଟକୁ କେଉଁଭଳି ଭାବରେ ଆସିଲା ଏବଂ ତାହା ଅସଲି କି ନକଲି ତଦନ୍ତ ସାପେକ୍ଷ । ନିର୍ଦ୍ଧାରିତ ଲାଇସେନ୍ସ ନଥାଇ ରେମିଡେସିଭିର ଏବଂ ଫାବିପାରିଭିର ଔଷଧ ବିତରଣ କରିବା ନେଇ ନିଲେଶ ନୱଲଖା ନାମକ ଜନୈକ ବ୍ୟକ୍ତି ଏହି ମାମଲା ରୁଜୁ କରିଥିଲେ । ସରକାରୀ ନିୟମ ଅନୁଯାୟୀ ଉପରୋକ୍ତ ଦୁଇଟି ଔଷଧ କେବଳ ସରକାର ବିତରଣ କରିଥାନ୍ତି ।

Get real time updates directly on you device, subscribe now.