fbpx

ପୁଣି ବିଧାନସଭା ନିକଟରେ ଆତ୍ମାହୁତି ଉଦ୍ୟମ

ଭୁବନେଶ୍ୱର,୧୮ ।୨(ଓଡିଶା ଭାସ୍କର): ଆଜିଠାରୁ ବଜେଟ୍ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ପୁଣି ବିଧାନସଭା ନିକଟରେ ଜଣେ ମହିଳା ଆତ୍ମାହୁତିର ଉଦ୍ୟମ କରିଛନ୍ତି । ବିଧାନସଭା ନିକଟ ଜୟଦେବ ଭବନ ସାମ୍ନାରେ ମହିଳା ଜଣକ ଆତ୍ମାହୁତି ଉଦ୍ୟମ କରିଥିବା ଜଣାପଡିଛି । ଦେହରେ ପେଟ୍ରୋଲ ଢାଳିବା ବେଳେ ତାଙ୍କୁ କାବୁ କରିଥିଲା ପୋଲିସ । ମହିଳା ଜଣକ ଜଗତସିଂହପୁର କୁଜଙ୍ଗ ଅଞ୍ଚଳର ହୋଇଥିବା ସୂଚନା ମିଳିଛି । କିନ୍ତୁ କାହିଁକି ସେ ଏମିତି କରୁଥିଲେ, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ । ତେବେ କାଲି ମଧ୍ୟ ଜଣେ ବ୍ୟକକ୍ତି ବିଧାନସଭା ସାମ୍ନାରେ ଆତ୍ମାହୁତି ଉଦ୍ୟମ କରିଥିଲେ ।

Get real time updates directly on you device, subscribe now.