fbpx

ବିଧାନସଭା ସାମ୍ନାରେ ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ୱର,୧୭ ।୨(ଓଡିଶା ଭାସ୍କର): ବିଧାନସଭା ସାମ୍ନାରେ ପୁଣି ଜଣେ ବ୍ୟକ୍ତି ଆତ୍ମାହୁତି ଉଦ୍ୟମ କରିଥିବା ଜଣାପଡିଛି । ହଂସପାଳ ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଆତ୍ମାହୁତି ଉଦ୍ୟମ କରିଥିବା ସୂଚନା ମିଳିଛି । ପାରିବାରିକ କଳହ ଯୋଗୁଁ ବ୍ୟକ୍ତିଜଣକ ଅଭିଯୋଗ କରିଥିଲେ । ମଞ୍ଜେଶ୍ୱର ଥାନା ଅଭିଯୋଗ ପରେ କେହି ତାଙ୍କ କଥା ଶୁଣୁନଥିଲେ । କିଛି ଶୁଣୁନଥିବା ପ୍ରତିବାଦରେ ଆତ୍ମାହୁତି ଉଦ୍ୟମ କରିଥିବା ଜଣାପଡିଛି । ପେଟ୍ରୋଲ ଧରି ଆତ୍ମାହୁତି ଉଦ୍ୟମ ବେଳେ ବ୍ୟକ୍ତିଜଣଙ୍କୁ ପୋଲିସ ଉଦ୍ଧାର କରିଛି । ଆତ୍ମହତ୍ୟା ଉଦ୍ୟମ କରିଥିବା ବ୍ୟକ୍ତି ଫଳ ବ୍ୟବସାୟୀ ହୋଇଥିବା ସୂଚନା ମିଳିଛି ।

Get real time updates directly on you device, subscribe now.