fbpx

ଶେଷରେ ଅଷ୍ଟ୍ରେଲିଆ ପହଂଚିଲେ ଆଇପିଏଲ୍ ଖେଳିଥିବା କଙ୍ଗାରୁ ଖେଳାଳି, ଏହି କାରଣରୁ ଫେରି ପାରିନଥିଲେ ସ୍ୱଦେଶ

ସିଡନୀ ୧୭ ।୦୫: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ) ସ୍ଥଗିତ ହେବା ପରେ ବିଦେଶୀ ଖେଳାଳି ନିଜ ଘର ଅଭିମୁଖେ ବାହୁଡିଥିଲେ। ତେବେ ଅଷ୍ଟ୍ରେଲିଆ ସରକାରଙ୍କ କଠୋର କଟକଣା ନୀତି କାରଣରୁ ଅଷ୍ଟ୍ରେଲିଆ କ୍ରିକେଟ୍ ଖେଳାଳି ସ୍ୱଦେଶ ଯାଇନପାରି ମାଳଦ୍ୱୀପରେ କିଛି ଦିନ ରହିଥିଲେ। ଶେଷରେ କଙ୍ଗାରୁ ଖେଳାଳି ସୋମବାର ସିଡନୀ ପହଂଚିଛନ୍ତି। ଭାରତରେ କୋଭିଡ୍ ମହାମାରୀ ସ୍ଥିତିକୁ ଦୃଷ୍ଟିରେ ରଖି ଅଷ୍ଟ୍ରେଲିଆ ଭାରତ ସହ ସମସ୍ତ ଉଡାଣ ଉପରେ ପ୍ରତିବନ୍ଧକ ଲଗାଇଥିଲା। ଏହି କାରଣରୁ ଆଇପିଏଲ ସ୍ଥଗିତ ହେବାର ପ୍ରାୟ ଦୁଇ ସପ୍ତାହ ପରେ ଅଷ୍ଟ୍ରେଲିଆ କ୍ରିକେଟର ସ୍ୱଦେଶ ପହଂଚିଛନ୍ତି।

ଅଷ୍ଟ୍ରେଲିଆ ଗ୍ରୁପରେ ଖେଳାଳି, ଅଧିକାରୀ ଓ ଭାଷ୍ୟକାର ସମେତ ମୋଟ୍ ୩୮ ସଦସ୍ୟ ସାମିଲ ଥିଲେ । ୧୦ ଦିନ ମାଳଦ୍ୱୀପରେ ବିତାଇବା ପରେ ସୋମବାର ସକାଳେ ସିଡନୀ ବିମାନ ବନ୍ଦରରେ ପହଂଚିଛନ୍ତି । ବିଭିନ୍ନ ଦଳର ଖେଳାଳି କରୋନା ସଂକ୍ରମିତ ହେବା ପରେ ମେ ୫ରେ ବିଶ୍ୱର ସବୁଠୁ ଧନଶାଳୀ କ୍ରିକେଟ୍ ଲିଗ୍ ଆଇପିଏଲକୁ ମେ ୫ରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ କରାଯାଇଛି।

ଅଷ୍ଟ୍ରେଲିଆ ଖେଳାଳିଙ୍କୁ ଏବେ ସିଡନୀରେ ଦୁଇ ସପ୍ତାହ ବାଧ୍ୟତାମୂଳକ ସଙ୍ଗରୋଧରେ ରହିବାକୁ ପଡିବ। ରାଷ୍ଟ୍ରୀୟ ପ୍ରସାରକ ଏବିସି ଅନୁସାରେ ଏୟାର ସେସେଲ୍ସ ଉଡାଣରେ ଅଷ୍ଟ୍ରେଲିଆ ପହଂଚିଥିବା ଖେଳାଳିଙ୍କ ମଧ୍ୟରେ ଷ୍ଟିଭ୍ ସ୍ମିଥ୍‌, ପ୍ୟାଟ୍ କମିନ୍ସ, ଡେଭିଡ୍ ୱାର୍ଣ୍ଣର, ଦିଲ୍ଲୀ କ୍ୟାପିଟାଲ୍ସର କୋଚ୍ ରିକି ପଟିଂ ଅ।।ଦି ସାମିଲ । ଚେନ୍ନାଇ ସୁପରକିଙ୍ଗ୍‌ର ବ୍ୟାଟିଂ କୋଚ୍ ମାଇକେଲ୍ ହସି ମଧ୍ୟ ଶୁକ୍ରବାର କୋଭିଡ୍‌-୧୯ ରିପୋର୍ଟ ନେଗେଟିଭ୍ ଆସିବା ପରେ ରବିବାର ଦୋହା ରାସ୍ତା ଦେଇ ସିଡନୀ ପହଂଚିଥିଲେ।

Get real time updates directly on you device, subscribe now.