fbpx

କୋଭିଡ ପଜିଟିଭ ହେଲେ କ୍ରିକେଟର: ବିଶ୍ୱକପରେ ଏହି ଦଳ ପାଇଁ ବଢିଲା ଟେନସନ

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପରେ ଅଚାନକ ଏଣ୍ଟ୍ରି କରିଛି କରୋନା ମହାମାରୀ । ଜଣେ ଷ୍ଟାର କ୍ରିକେଟର ଏବେ କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ଜାଣିବାକୁ ମିଳିଛି । ଅଷ୍ଟ୍ରେଲିଆର ଷ୍ଟାର ଲେଗ ସ୍ପିନର ଆଡାମ ଜାମ୍ପାଙ୍କ ରିପୋର୍ଟ ପଜିଟିଭ ଚିହ୍ନଟ ହୋଇଛି । ଏଥିପାଇଁ ସେ ଆଗାମୀ ମ୍ୟାଚରୁ ମଧ୍ୟ ବାଦ ପଡିଛନ୍ତି । ତେବେ ଆଇସିସିର ନୂଆ ନିୟମ ଅନୁଯାୟୀ ସେ ମ୍ୟାଚରେ ସାମିଲ ହୋଇପାରିଥାନ୍ତେ ।

ସୂଚନା ଅନୁଯାୟୀ ଆଡାମ ଜାମ୍ପା ଏବେ କରୋନା ଆକ୍ରାନ୍ତ ହୋଇଛନ୍ତି । ଯାହା ଫଳରେ ଆସନ୍ତା ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ତାଙ୍କୁ ବିଶ୍ରାମ ଦେବା ପାଇଁ ନିଷ୍ପତ୍ତି ନେଇଛି ଟିମ ମ୍ୟାନେଜମେଣ୍ଟ । ଏହାସହିତ ଜାମ୍ପାଙ୍କ ସ୍ଥାନରେ ଏବେ ଏଷ୍ଟନ ଏଗରଙ୍କୁ ଦଳରେ ସାମିଲ କରିଛି ଅଷ୍ଟ୍ରେଲିଆ । ତେବେ ଆଇସିସିର ନୂଆ ନିୟମ ଅନୁସାରେ ଏହି ମ୍ୟାଚରେ ଜାମ୍ପା ଖେଳିବାର ସୁଯୋଗ ପାଇ ପାରିଥାନ୍ତେ । ନିକଟରେ ଆଇସିସି ଘୋଷଣା କରିଥିଲା ଯେ, ଯଦି ବିଶ୍ୱକପ ସମୟରେ କୌଣସି ଖେଳାଳି କରୋନା ପଜିଟିଭ ହୁଅନ୍ତି, ତେବେ ତାଙ୍କୁ ଦଳରେ ଖେଳିବାକୁ ସୁଯୋଗ ମିଳିପାରିବ । ଏହି ନିୟମରେ ଶ୍ରୀଲଙ୍କା ବିପକ୍ଷରେ ଆୟରଲାଣ୍ଡର ଜର୍ଜ ଡକରେଲ ମଧ୍ୟ ସାମିଲ ହୋଇଥିଲେ ।

ତେବେ ବର୍ତ୍ତମାନ କୋଭିଡ ସ୍ଥିତିକୁ ନଜରରେ ରଖି ଖେଳର ନିୟମରେ କୋହଳ କରାଯାଇଛି । ଟୁର୍ଣ୍ଣାମେଣ୍ଟ ସମୟରେ କୋଭିଡ-୧୯ ଟେଷ୍ଟ ପାଇଁ ବାଧ୍ୟ କରାଯାଇ ପାରିବ ନାହିଁ । ସେହିପରି କରୋନା ପଜିଟିଭ ହେବା ପରେ ମଧ୍ୟ ଆଇସୋଲେସନ ପିରିୟଡରେ ରହିବାକୁ ପଡିବ ନାହିଁ ।

Get real time updates directly on you device, subscribe now.