fbpx

ମାର୍ଶ ଓ ୱାର୍ଣ୍ଣରଙ୍କ ଅର୍ଦ୍ଧଶତକ: ଅଷ୍ଟ୍ରେଲିଆକୁ ପ୍ରଥମ ଟି-୨୦ ଟାଇଟଲ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡକୁ ୮ ୱିକେଟରେ ପରାସ୍ତ କରିବା ସହିତ ପ୍ରଥମ ଥର ପାଇଁ ଟି-୨୦ ବିଶ୍ୱକପ ଜିତିଛି ଅଷ୍ଟ୍ରେଲିଆ । ମିଚେଲ ମାର୍ଶଙ୍କ ଧୂଆଁଧାର ଅର୍ଦ୍ଧଶତକ ବଳରେ ଅଷ୍ଟ୍ରେଲିଆ ମାତ୍ର ୨ ୱିକେଟ ହରାଇ ୭ଟି ବଲ ପୂର୍ବରୁ ବିଜୟ ହାସଲ କରି ନେଇଥିଲା । ମାର୍ଶ ୭୭ ରନରେ ଅପରାଜିତ ରହିଥିବା ବେଳେ ୱାର୍ଣ୍ଣର ମଧ୍ୟ ୫୩ ରନର ଇନିଂସ ଖେଳିଥିଲେ । ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୪ ୱିକେଟ ହରାଇ ୧୭୨ ରନ କରିଥିବା ବେଳେ ୨ ୱିକେଟରେ ବିଜୟ ହାସଲ କରିଥିଲା କଙ୍ଗାରୁ ଦଳ । ମାର୍ଶ ୫୦ ବଲ ଖେଳି ୬ ଚୌକା ଓ ୪ ଛକା ସହିତ ଅପରାଜିତ ୭୭ ରନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ୱାର୍ଣ୍ଣର ୩୮ ବଲ ଖେଳି ୪ ଚୌକା ଓ ୩ ଛକା ସହିତ ୫୩ ରନ ସଂଗ୍ରହ କରିଥିଲେ । ଏହା ବ୍ୟତିତ ମ୍ୟାକ୍ସୱେଲ ୨୮ ରନ କରି ଅପରାଜିତ ରହିଥିଲେ । ନ୍ୟୁଜିଲାଣ୍ଡ ପକ୍ଷରୁ ଟ୍ରେଣ୍ଟ ବୋଲ୍ଟ ୧୮ ରନରେ ୨ଟି ୱିକେଟ ନେଇଥିବା ବେଳେ ଅନ୍ୟ ସମସ୍ତ ବୋଲର ୱିକେଟ ଶୂନ୍ୟ ରହିଥିଲେ ।

ଟସ ହାରି ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡର ଆରମ୍ଭ ଅତ୍ୟନ୍ତ ଧୀମା ରହିଥିଲା । ଦଳ ପ୍ରଥମ ୧୧ ଓଭରରେ ମାତ୍ର ୭୬ ରନ କରିଥିଲା । ତେବେ ଅଧିନାୟକ ସମ୍ମୁଖରୁ ଆକ୍ରମଣ କରିବା ସହିତ ଦଳକୁ ୧୭୦ ରନ ପାର କରାଇଥିଲେ । କେନ ୱିଲିୟମସନ୍ ମାତ୍ର ୪୮ ବଲ ଖେଳି ୮୫ ରନ ସଂଗ୍ରହ କରିଥିଲେ । ଆରମ୍ଭରୁ ଧୀମା ଖେଳୁଥିବା ବେଳେ ୧୫ ଓଭର ପରେ ଗିଅର ବଦଳାଇବା ସହିତ ୧୦ଟି ଚୌକା ଓ ୩ଟି ଛକା ମାରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମାର୍ଟିନ ଗପ୍ଟିଲ ୨୮ ଏବଂ ଗ୍ଲେନ୍ ଫିଲିପ୍ସ ୧୮ ରନର ଅବଦାନ ଦେଇଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ଜୋଶ ହେଜଲଉଡ୍ ମାତ୍ର ୧୬ ରନ ବ୍ୟୟରେ ୩ଟି ୱିକେଟ ନେଇଥିବା ବେଳେ ଆଡାମ ଜାମ୍ପା ଗୋଟିଏ ୱିକେଟ ନେଇଥିଲେ ।

Get real time updates directly on you device, subscribe now.