fbpx

ଆର୍ଥିକ ଅସୁବିଧା ଯୋଗୁଁ କାଠକାମ କରୁଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ ବୋଲର

ନୂଆଦିଲ୍ଲୀ: ଅନ୍ତରାଷ୍ଟ୍ରୀୟ କ୍ରିକେଟରୂ ସନ୍ୟାସ ନେବା ପରେ ଅନେକ ଖେଳାଳୀଙ୍କର ଜୀବନ ସହଜ ହୋଇନଥାଏ । ଏମିତି ଅନେକ କ୍ରିକେଟରଙ୍କ ଉଦାହରଣ ରହିଛି ଯେଉଁମାନଙ୍କୁ ଅବସର ପରେ ଆର୍ଥିକ ଅସୁବିଧା ସହ ଗତି କରିବାକୁ ପଡେ । ଏଭଳି ଜଣେ ଖେଳାଳୀ ହେଉଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ ଦ୍ରୁତ ବୋଲର ଜାଭିୟର ଡୋହର୍ଟି । ଡୋହର୍ଟି କ୍ରିକେଟରୁ ସନ୍ୟାସ ନେବା ପରେ ଏବେ ଗୁଜୁରାଣ ମେଣ୍ଟାଇବା  ପାଇଁ କାଠ କାମ କରୁଛନ୍ତି ।

ଅଷ୍ଟ୍ରେଲିଆର ପୂର୍ବତନ ଦ୍ରୁତ ବୋଲର ଜାଭିୟର ଡୋହର୍ଟି ୨୦୧୭ରେ କ୍ରିକେଟ ଠାରୁ ଅଲଗା ହେବା ପରେ ବହୁ ଅସୁବିଧାରେ ଚଳୁଛନ୍ତି ଏବଂ ଏବେ ସେ ଘର ଚଳାଇବା ପାଇଁ କାଠ ମିସ୍ତ୍ରୀ କାମ କରୁଛନ୍ତି । ଅଷ୍ଟ୍ରେଲୀୟ କ୍ରିକେଟର୍ସ ଆସୋସିଏସନ ଡୋହର୍ଟି  କାଠ କାମ କରୁଥିବାର ଏକ ଭିଡିଓ ପୋଷ୍ଟ କରିଛି । ଏଥିରେ, ଡୋହର୍ଟି ଏକ ବିଲଡିଂ ତିଆରି ହେଉଥିବା ସ୍ଥାନରେ କାଠ କାମ କରୁଥିବା ଦେଖାଯାଉଛି ।

ଜାଭିୟର୍ ଡୋହର୍ଟି ଏକଦା ଅଷ୍ଟ୍ରେଲିଆ କ୍ରିକେଟ୍ ଦଳର ଅଗ୍ରଣୀ ସ୍ପିନର ଥିଲେ  । ୨୦୧୦ ରେ ଆନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଥିବା ଏହି ଲେଫ୍ଟ ସ୍ପିନର ବିଶ୍ୱକପ୍ ୨୦୧୫ ମଧ୍ୟ ଖେଳିଥିଲେ। ସେହିବର୍ଷ ଅଷ୍ଟ୍ରେଲିଆ ଦଳ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରି ପଞ୍ଚମ ଥର ପାଇଁ ବିଶ୍ୱ ଚାମ୍ପିଅନ୍ ହୋଇଥିଲା। ଡୋହର୍ଟି ନିଜେ ବିଶ୍ୱକପରେ ଶ୍ରୀଲଙ୍କା ବିପକ୍ଷରେ ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ। ତେବେ ସେ ଫାଇନାଲ ମ୍ୟାଚରେ ଦଳରେ ସ୍ଥାନ ପାଇପାରିନଥିଲେ। ୨୦୧୭ ରେ ସେ କ୍ରିକେଟ୍ ପାଇଁ ବିଦାୟ ନେଇଥିଲେ।

ଅଷ୍ଟ୍ରେଲୀୟ କ୍ରିକେଟର୍ସ ଆସୋସିଏସନ ଦ୍ୱାରା ସେୟାର କରାଯାଇଥିବା ଏକ ଭିଡିଓରେ ଡୋହର୍ଟି କହିଛନ୍ତି “ଯେ ଯେତେବେଳେ ସେ କ୍ରିକେଟ୍ ଛାଡ଼ିଥିଲେ, ଭବିଷ୍ୟତରେ ସେ କ’ଣ କରିବେ ସେ ବିଷୟରେ ସେ ଚିନ୍ତା କରିନଥିଲେ ,ଏଭଳି ପରିସ୍ଥିତିରେ ସେ ପ୍ରଥମ ୧୨ ମାସ ପାଇଁ ଯାହା କିଛି କାମ ମିଳିଲା ତାହା କରିଥିଲେ । ଏବଂ ଶେଷରେ କାଠ କାମ କରିବା ଶିଖିଥିଲେ ଏବଂ ଏହାକୁ ସେ କରୁଛନ୍ତି ।”

Get real time updates directly on you device, subscribe now.