୬୨ ବର୍ଷିୟ ବରଙ୍କୁ, ୪୬ ବର୍ଷିୟ କନିଆ; ପ୍ରଧାନମନ୍ତ୍ରୀ ଥିବା ସମୟରେ ବିବାହ କରି ରେକର୍ଡ କଲେ ଆଲବାନିଜ, ମୋଦୀ କହିଲେ …
ପ୍ରଧାନମନ୍ତ୍ରୀ ଥିବା ଅବସ୍ଥାରେ ବିବାହ କଲେ ବିଶ୍ବର ପ୍ରଥମ ନେତା, କନିଆଙ୍କ ବୟସ ୪୬ ବର୍ଷ
ନୂଆଦିଲ୍ଲୀ: ଦେଶର ପ୍ରଧାନମନ୍ତ୍ରୀ ଥାଇ ୬୨ ବର୍ଷ ବୟସରେ ବିବାହ କରିଛନ୍ତି ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଜ୍। ନିଜ ଠାରୁ ୧୬ ବର୍ଷ ସାନ ପ୍ରେମିକାଙ୍କୁ କରିଛନ୍ତି ଜୀବନ ସାଥି। ଏହା ପରେ ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି, ‘ମ୍ୟାରେଡ୍’ । ବିବାହ ସମୟର ଫଟୋ ଏବଂ ଭିଡିଓ ମଧ୍ୟ ସେୟାର କରିଛନ୍ତି ।
ସୂଚନାମୁତାବକ ପ୍ରଧାନମନ୍ତ୍ରୀଙ୍କର ଏହା ଦ୍ବିତୀୟ ବିବାହ । ଏହା ପୂର୍ବରୁ ସେ ୨୦୧୯ରେ ନିଜର ପ୍ରଥମ ପତ୍ନୀଙ୍କୁ ଛାଡ଼ପତ୍ର ଦେଇଥିଲେ । ବିବାହର ୧୯ ବର୍ଷ ପରେ ଛାଡ଼ିଥିଲେ ପ୍ରଧାନମନ୍ତ୍ରୀ । ପ୍ରଥମ ପତ୍ନୀଙ୍କ ସହ ତାଙ୍କର ଜଣେ ପୁଅ ଅଛନ୍ତି । ସେପଟେ ତାଙ୍କର ଦ୍ବିତୀୟ ପତ୍ନୀଙ୍କ ପ୍ରଥମ ବିବାହ ସଂପର୍କରେ ଅଧିକ ତଥ୍ୟ ମିଳି ନାହିଁ ।
ଆଲବାନିଜଙ୍କ ଜୀବନ ସାଥି: ଆଲବାନିଜ୍ କାନବେରାର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ୪୬ ବର୍ଷୀୟା ଜୋଡି ହେଡେନ୍ ଙ୍କୁ ବିବାହ କରିଛନ୍ତି । ହେଡେନ୍ ଆର୍ଥିକ ସେବା କ୍ଷେତ୍ରରେ କାର୍ଯ୍ୟ କରନ୍ତି। ଆଲବାନିଜ୍ ଫେବୃଆରୀ ୨୦୨୪ରେ ହେଡେନଙ୍କ ସହିତ ନିର୍ବନ୍ଧ କରିଥିଲେ। ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆରେ ‘ବିବାହିତ’ବୋଲି ପୋଷ୍ଟ କରିଛନ୍ତି । ସେ ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି । ଆଲବାନିଜ୍ ୨୦୨୦ରେ ହେଡେନଙ୍କୁ ମେଲବର୍ଣ୍ଣରେ ଆୟୋଜିତ ଏକ ବିଜନେସ୍ ଡିନରରେ ଦେଖିଥିଲେ । ହେଡେନଙ୍କ ଏହା ଦ୍ବିତୀୟ ବିବାହ ।
Married💍❤️💍 pic.twitter.com/mSzojtBF2I
— Anthony Albanese (@AlboMP) November 29, 2025
ମୋଦୀ ଜଣାଇଲେ ଶୁଭେଚ୍ଛା: ଏହାପରେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ ଲେଖିଛନ୍ତି ମୋର ପ୍ରିୟ ବନ୍ଧୁ ଆଲବାନିଜଙ୍କୁ ଅନେକ ଶୁଭେଚ୍ଛା ଆଉ ଶୁଭକାମନା। ଆତଙ୍କର ବୈବାହିକ ଜୀବନ ବହୁତ ଆନନ୍ଦରେ କଟୁ ଏହା କାମନା କରୁଛି ।
ଆଲବାନିଜଙ୍କ ଜୀବନ ଯାତ୍ରା: ଲେବର ପାର୍ଟି ନେତା ଆନ୍ଥୋନୀ ଆଲବାନିଜ୍ ତାଙ୍କ ‘ଆଲବୋ’ ନାଁରେ ଜଣାଶୁଣା । ମାର୍ଚ୍ଚ ୨, ୧୯୬୩ ମସିହାରେ ଅଷ୍ଟ୍ରେଲିଆର କ୍ୟାମ୍ପରଡାଉନ୍ ସହରରେ ଏକ ରକ୍ଷଣଶୀଳ କ୍ୟାଥୋଲିକ୍ ପରିବାରରେ ଜନ୍ମଗ୍ରହଣ କରିଥିଲେ ।
ଆଲବାନିଜ ୨୨ ବର୍ଷ ବୟସରେ ସେ ଲେବର ପାର୍ଟିରେ ସାମିଲ ହୋଇଥିଲେ । ୧୯୯୬ରେ ପ୍ରଥମ ଥର ଏମପି ହୋଇଥିଲେ ଆନ୍ଥୋନୀ ଆଲବାନିଜ । ତାପରେ ସେ ଆଉ କେବେ ପଛକୁ ଚାହିଁନଥିଲେ । ସେପଟେ ଦୀର୍ଘ ୧୦ ବର୍ଷ ଧରି ବିରୋଧୀ ଦଳ ନେତା ରହିବା ପରେ ୨୦୨୨ରେ ପ୍ରଧାନମନ୍ତ୍ରୀ ହେବାର ସୌଭାଗ୍ୟ ପାଇଲେ ଆଲବାନିଜ । ପୁଣି ୨୦୨୫ରେ ସେ ଦ୍ବିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ନିର୍ବାଚନ ଜିତିଥିଲେ ।
