fbpx

‘ସାଇବର ଅପରାଧରେ ଲାଗିବ ଲଗାମ’: ସର୍ବସାଧାରଣ ସ୍ଥାନରେ ମୋବାଇଲ ଚାର୍ଜ ନକରିବାକୁ ପରାମର୍ଶ ଦେଲା ଓଡ଼ିଶା ପୋଲିସ

ଭୁବନେଶ୍ୱର: ରାଜ୍ୟରେ ବଢ଼ିବାରେ ଲାଗିଛି ସାଇବର ଅପରାଧ । ଦେଖୁ ଦେଖୁ ଆକାଉଣ୍ଟ ଖୋଳ କରିଦେଉଛନ୍ତି ସାଇବର ଅପରାଧୀ । ଯାହାକୁ ଦୃଷ୍ଟିରେ ରଖି ସାଇବର ଅପରାଧ ଉପରେ ଲଗାମ ଲଗାଇବା ପାଇଁ ଆଜି ସଚେତନତା ଜାରି କରିଛି ଓଡ଼ିଶା ପୋଲିସ । ସର୍ବସାଧାରଣ ସ୍ଥାନରେ ମୋବାଇଲ ଚାର୍ଜ ନକରିବାକୁ ଦେଇଛି ଆହ୍ୱାନ । ଷ୍ଟେସନ କିମ୍ବା ୟୁଏସବି ପାୱାର ଷ୍ଟେସନରେ ମୋବଇଲ ଚାର୍ଜ ନକରିବାକୁ ଟ୍ୱିଟ କରି ପରାମର୍ଶ ଦିଆଯାଇଛି । ଆପଣ କୌଣସି ବି ଅଜଣା ସ୍ଥାନରେ ଆପଣଙ୍କ ମୋବାଇଲ ଚାର୍ଜ କରିବା ଦ୍ୱାରା ଆପଣଙ୍କ ଗୁରୁତ୍ୱପୂର୍ଣ୍ଣ ତଥା ବ୍ୟକ୍ତିଗତ ତଥ୍ୟ ଚୋରି ହେବାର ସମ୍ଭାବନା ଅଧିକ ରହିଛି ବୋଲି ଟ୍ୱିଟ କରି ସୂଚନା ଦେଇଛି ପୋଲିସ ।

ମୋବାଇଲ୍ ଫୋନର ବ୍ୟାପକ ବ୍ୟବହାର ମଧ୍ୟରେ ଅନେକ କିଛି ଅସୁବିଧାର ସାମ୍ନା କରିବାକୁ ପଡ଼ିଥାଏ | ଅଧିକାଂଶ କାର୍ଯ୍ୟରତ ପ୍ରଫେସନାଲମାନେ ସେମାନଙ୍କ ଫୋନ୍ ଚାର୍ଜ କରିବାକୁ ପ୍ରାୟତଃ ଭୁଲିଯାନ୍ତି | ଯଦିଓ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ସାଙ୍ଗରେ ପାୱାର ବ୍ୟାଙ୍କ କ୍ୟାରି କରିଥାନ୍ତି | କିନ୍ତୁ ଷ୍ଟେସନ, ବସ ଷ୍ଟାଣ୍ଡ ଆଦି ସ୍ଥାନ ମାନଙ୍କରେ ଚାର୍ଜିଙ୍ଗ ପଏଣ୍ଟ ଦେଖିବା ମାତ୍ରେ ସେଠାରେ ନିଜର ମୋବାଇଲ ଚାର୍ଜ କରିଥାନ୍ତି | ଯାହାକୁ ଦୃଷ୍ଟିରେ ରଖି ସାଇବର ଅପରାଧିକ ଶାଖା ଆଜି ଏନେଇ ଗୁରୁତ୍ୱପୂର୍ଣ୍ଣ ସଚେତନତା ଜାରି କରିଛି ।ସର୍ବସାଧାରଣ ସ୍ଥାନରେ ମୋବାଇଲ ଚାର୍ଜ ନକରିବାକୁ ପରାମର୍ଶ ଦେବା ଦେବା ସହିତ ଷ୍ଟେସନ କିମ୍ବା ୟୁଏସବି ପାୱାର ଷ୍ଟେସନରେ ମୋବଇଲ ଚାର୍ଜ ନକରିବାକୁ ଟ୍ୱିଟ କରି ଅନୁରୋଧ କରିଛି।

ଓଡିଶା ପୋଲିସ ଟୁଇଟ୍ କରି କହିଛି ଯେ ସାଇବର ଠକମାନେ ଆପଣଙ୍କ ମୋବାଇଲ୍ ଫୋନରୁ ଆପଣଙ୍କ ବ୍ୟକ୍ତିଗତ ସୂଚନା ଚୋରି କରିବାକୁ ଏବଂ ଆପଣଙ୍କ ଫୋନରେ ମାଲୱେର୍ ଇନଷ୍ଟଲ୍ କରିବାକୁ ଚେଷ୍ଟା କରୁଛନ୍ତି। ତେଣୁ କୋଣସି ସର୍ବସାଧାରଣ ସ୍ଥାନ ମାନଙ୍କରେ ମୋବଇଲ ଚାର୍ଜ କରନ୍ତୁ ନାହିଁ ।

ତେବେ ଏହା ପ୍ରଥମ ଥର ପାଇଁ ନୁହେଁ ଯେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଓଡ଼ିଶା ପୋଲିସ ଏଭଳି ସୂଚନା ଟୁଇଟ୍ କରିଛି।ଏହା ପୂର୍ବରୁ ସେପ୍ଟେମ୍ବର ୪ରେ, ଓଡିଶା ପୋଲିସ୍ ଟୁଇଟ୍ କରି ଲୋକଙ୍କୁ ସତର୍କ ରହିବାକୁ ନିବେଦନ କରିଥିଲା । କାରଣ ସାଇବର ଅପରାଧିମାନେ ସର୍ବଦା ଆପଣଙ୍କ ସିମ୍ କାର୍ଡ ଡାଟା ଚୋରି କରିବାକୁ ଚେଷ୍ଟା କରନ୍ତି। ତେବେ ଠକେଇ ଏହା ସବୁଠାରୁ ସହଜ ଉପାୟ ଲୋକମାନଙ୍କର ସମସ୍ତ ଆକାଉଣ୍ଟ ସେମାନଙ୍କ ପଞ୍ଜୀକୃତ ମୋବାଇଲ୍ ଫୋନ୍ ନମ୍ବର ସହିତ ଲିଙ୍କ୍ ହୋଇରହିଥାଏ | ଓଡିଶା ପୋଲିସ୍ ଟୁଇଟ୍ କରି ଲେଖିଛି, “ଠକମାନେ ପ୍ରାୟତଃ ଆପଣଙ୍କୁ ମୋବାଇଲ୍ ଅପରେଟର କର୍ମଚାରୀ ବୋଲି ଦର୍ଶାଇ ଫୋନ କରନ୍ତି ଏବଂ ସିମ୍ ଅପଗ୍ରେଡ୍ ସୁବିଧା ସହିତ ଆପଣଙ୍କୁ ବିଶ୍ୱାସ ଜିତିବାକୁ ଚେଷ୍ଟା କରନ୍ତି। ତେଣୁ ସଚେତନ ରୁହନ୍ତୁ ଏବଂ ସାଇବର_ସେଫ୍ ରୁହନ୍ତୁ। ”

 

Get real time updates directly on you device, subscribe now.