fbpx

ଶନି ଦଶା ପଡିଛି କି ? ଶନିଦେବଙ୍କ ପ୍ରକୋପରୁ ରକ୍ଷା ପାଇବା ପାଇଁ ଆପଣାନ୍ତୁ ଏହି ଉପାୟ

ଯେତେବେଳେ ଜଣଙ୍କ ଉପରେ ଶନିଙ୍କର କ୍ରୋଧ ଆସେ, ସେତେବେଳେ ସମ୍ପୃକ୍ତ ବ୍ୟକ୍ତିର ଜୀବନରେ ଦୁର୍ଘଟଣା, ଧନହାନୀ, କଳହ, ଅନିଷ୍ଠ ଆଦି ଦେଖିବାକୁ ମିଳିଥାଏ । ଶନିଙ୍କ ପ୍ରକୋପରୁ ରକ୍ଷା ପାଇବା ପାଇଁ ଶନିବାର ଦିନ ଶନି ମନ୍ଦିରରେ ଦୀପ ପ୍ରଜ୍ୱଳନ କରାଯାଏ । ଏହାବ୍ୟତୀତ ଶନିଦ୍ଦଶାରୁ ରକ୍ଷା ପାଇଁ ଅନେକ ଉପାୟ ରହିଛି । ଆସନ୍ତୁ ଜାଣିବା ସେ ଉପାୟଗୁଡ଼ିକ ବିଷୟରେ …

– ପ୍ରତିଦିନ ହନୁମାନ ଚାଳିଶା ପାଠ କରନ୍ତୁ । ପ୍ରତ୍ୟେକ ମଙ୍ଗଳବାର ଓ ଶନିବାର ଦିନ ଯଦି ଜସ୍ମିନ ତେଲରେ ଦୀପ ଜଳାନ୍ତି, ତେବେ ଗ୍ରହ ଶାନ୍ତ ହୋଇଥାଏ ।

– ଶନିବାର ଦିନ କୌଣସି ଜିନିଷର ଦାନ କିମ୍ବା ଗ୍ରହଣ କରନ୍ତୁ ନାହିଁ । ଏହା ଶନି ଦେବତାଙ୍କ ଆକ୍ରୋଶକୁ ବଢ଼ାଇଥାଏ । ଏହା ସହ ରୁଦ୍ରାକ୍ଷ ମାଳା ଧାରଣ କରନ୍ତୁ ।

– ସୋରିଷ ତେଲରେ ଶନିଦେବଙ୍କୁ ଅଭିଷେକ କରନ୍ତୁ । ଶନିବାର ଦିନ ବ୍ରତ କରନ୍ତୁ ଓ ଶନିଦେବଙ୍କୁ ଦର୍ଶନ କରନ୍ତୁ ।

– ଏକ କଳା ଘୋଡ଼ାର ନାଲ ଶନିବାର ଦିନ ମଧ୍ୟମା ଆଙ୍ଗୁଠିରେ ଧାରଣ କରନ୍ତୁ । ଏହା ଆପଣଙ୍କର ଜୀବନରୁ କୁଦୃଷ୍ଟି ଦୂର କରିବା ସହ ଜୀବନରେ ସୌଭାଗ୍ୟ ଆଣିଥାଏ ।

Get real time updates directly on you device, subscribe now.