ଘରେ ରଖିଛନ୍ତି କି ଶୁଖିଯାଇଥିବା ତୁଳସୀ ଗଛ, ଏବେ ହିଁ କରନ୍ତୁ ଏହି କାମ, ନହେଲେ ହେବ ବଡ଼ ଅନର୍ଥ

ଘରେ ରଖିଛନ୍ତି ଶୁଖିଯାଇଥିବା ତୁଳସୀ ଗଛ, ଏବେ ହିଁ କରନ୍ତୁ ଏହି କାମ

Tulsi Bisarjan: ଜ୍ୟୋତିଷ ଶାସ୍ତ୍ରରେ ତୁଳସୀ ଉଦ୍ଭିଦର ବିଶେଷ ଗୁରୁତ୍ୱ ରହିଛି । ବାସ୍ତୁ ଶାସ୍ତ୍ରରେ ବିଶ୍ୱାସ କରାଯାଏ ଯେ ଘରେ ରଖାଯାଇଥିବା ପ୍ରତ୍ୟେକ ଜିନିଷର ସ୍ଥିତି ଓ ଦିଗ ପ୍ରତି ଧ୍ୟାନ ରଖିବା ଉଚିତ୍ । ତୁଳସୀ ଗଛ ସେମାନଙ୍କ ମଧ୍ୟରୁ ଗୋଟିଏ । ଏକ ସାଧାରଣ ବିଶ୍ୱାସ ରହିଛି ମାତା ଲକ୍ଷ୍ମୀ ତୁଳସୀ ଗଛରେ ରୁହନ୍ତି ।

ବିଶେଷଜ୍ଞମାନେ କହିଛନ୍ତି ଯେ ଘରେ ତୁଳସୀ ଲଗାଇବା ଦ୍ୱାରା ସକରାତ୍ମକ ଶକ୍ତି ଆସିଥାଏ । ତୁଳସୀ ଗଛ ପାଖରେ ସକାଳ ଓ ସନ୍ଧ୍ୟାରେ ଧୂପ ଦିଆଯିବା ଉଚିତ୍, ଦୀପ ଜାଳିବା ଉଚିତ୍ । ତୁଳସୀ ଗଛର ପ୍ରତିଦିନ ପୂଜା ଘରେ ଆର୍ଥିକ ଲାଭ ଓ ଶାନ୍ତି ଆଣିଥାଏ । କିନ୍ତୁ, ମନେରଖନ୍ତୁ ଯେ ତୁଳସୀ ସହିତ ଜଡିତ କିଛି କାର୍ଯ୍ୟକଳାପ ମଧ୍ୟ ନିଷେଧ ।

ଉଦାହରଣ ସ୍ୱରୂପ, ଘରେ ତୁଳସୀ ଗଛ ଶୁଖିଗଲେ କଣ କରିବା ଉଚିତ୍? କେଉଁ ସତର୍କତା ଅବଲମ୍ବନ କରାଯିବା ଉଚିତ୍? ଆସନ୍ତୁ ଜାଣିବା ସେ ବିଷୟରେ…

ଘରେ ଶୁଖିଲା ତୁଳସୀ ରଖନ୍ତୁ ନାହିଁ: ଘରେ ତୁଳସୀ ଲଗାଇବା ଅତ୍ୟନ୍ତ ଶୁଭ । କିନ୍ତୁ ଶୁଖିଲା ତୁଳସୀ ଗଛ ବା ପତ୍ର ପରିବାର ପାଇଁ ଏକ ଅଶୁଭ ବୋଲି ବିବେଚନା କରାଯାଏ । ଶୁଖିଲା ତୁଳସୀକୁ କେବେବି ଘର ଭିତରେ ରଖିବା ଉଚିତ୍ ନୁହେଁ । ଏହା ଘରକୁ ନକାରାତ୍ମକ ଶକ୍ତି ଆଣିଥାଏ । ଯେତେବେଳେ ତୁଳସୀ ଗଛ ଶୁଖିଯାଏ, ତୁରନ୍ତ ଏହାକୁ ବାହାର କରି ସେହି ସ୍ଥାନରେ ଏକ ଭଲ ତୁଳସୀ ଗଛ ଲଗାନ୍ତୁ ।

ଶୁଖିଲା ତୁଳସୀକୁ ଜାଳନ୍ତୁ ନାହିଁ: ଘରେ ତୁଳସୀ ଗଛ ଶୁଖିଗଲା ପରେ ଏହାକୁ କେବେ ପୋଡ଼ିବା ଉଚିତ୍ ନୁହେଁ ।ଏହାକୁ ପାଣିରେ ମଧ୍ୟ ପକାଇବା ଉଚିତ୍ ନୁହେଁ । ଏହି ଉଭୟ କାର୍ଯ୍ୟକୁ ଅପମାନଜନକ ବିବେଚନା କରାଯାଏ । ନିୟମ ହେଉଛି ତୁଳସୀ ଗଛକୁ ପୋତିଦେବା ଉଚିତ ।

ରାତିରେ ତୁଳସୀ ପତ୍ର ଛିଡ଼ାନ୍ତୁ ନାହିଁ: ଯଦି ଆପଣଙ୍କ ଘରେ ତୁଳସୀ ଗଛ ଅଛି, ତେବେ କିଛି ସତର୍କତା ଅବଲମ୍ବନ କରାଯିବା ଆବଶ୍ୟକ । ଯେତେବେଳେ ଆବଶ୍ୟକ ଅଛି ତୁଳସୀ ପତ୍ରକୁ ତୋଳିପାରିବେ । ମାତ୍ର ରାତିରେ ଭୁଲରେ ମଧ୍ୟ ତୁଳସୀ ପତ୍ର ଛିଣ୍ଡାନ୍ତୁ ନାହିଁ ।

କେବବି ପାଦରେ ମାଡନ୍ତୁ ନାହିଁ: ତୁଳସୀ ଗଛକୁ ବହୁତ ଶୁଭ ବୋଲି ବିବେଚନା କରାଯାଏ । ଏକ ସାଧାରଣ ବିଶ୍ୱାସ ହେଉଛି ମାତା ଲକ୍ଷ୍ମୀ ତୁଳସୀ ଗଛରେ ରୁହନ୍ତି । ତେଣୁ ମନେରଖନ୍ତୁ, ତୁଳସୀ ଗଛ କିମ୍ବା ପତ୍ର କେବେବି ପାଦରେ ମାଡିବା ଉଚିତ୍ ନୁହେଁ ।