fbpx

Democratic Azad Party: ଗୁଲାମଙ୍କ ଡାକରା ଏବେ ଜାମ୍ମୁ କାଶ୍ମୀରରେ ରାଜ କରିବ ଏହି ଦଳ

ନୂଆଦିଲ୍ଲୀ: ‘ଦ ଡେପଥ୍ ଅଫ ଓସେନ, ଟୁ ଦ ହାଇଟ ଅଫ ଦ ସ୍କାଇ’ ଯାହାର ମୁଲ୍ୟ ହେଉଛି ସମୁଦ୍ର ଠାରୁ ଗଭୀର ଆଉ ଆକାଶ ଭଳି ଉଚ୍ଚ । କିଛି ଏଭଳି କହି ନିଜର ନୂତନ ରାଜନୈତିକ ଦଳର ନାମ ପ୍ରକାଶ କରିଛନ୍ତି ଗୁଲାମ ନବୀ ଆଜାଦ । ବହୁଦିନ ଦରି କଂଗ୍ରେସ ପାଇଁ କାର୍ଯ୍ୟ କରୁଥିବା ବେଳେ କଂଗ୍ରେସ ଦଳର ନୈତିତା ଏବଂ ତାର ବୈଶିଷ୍ଟ୍ୟ ଧରାଇ ବସିଛି ବୋଲି ସେ କହିଥିଲେ । ଏହାପରେ କଂଗ୍ରେସ ଦଳ ସମ୍ପୂର୍ଣ୍ଣ ଦାଇତ୍ୱ ଜଣେ ନୁହେଁ ବରଂ ଏହି ଦଳରେ କାର୍ଯ୍ୟ କରୁଥିବା ଚପରାଶୀ ମାନେ ନେଉଛନ୍ତି ବୋଲି ସେ ପ୍ରକାଶ କରିଥିଲେ । ସେ ଦଳ ପାଇଁ ତାଙ୍କର ମୂଲ୍ୟବାନ ଅତୀତର ଅନେକ ବର୍ଷ ଦେଇଥିଲେ ମଧ୍ୟ ଦଳ ତାଙ୍କର କାର୍ଯ୍ୟ ଦକ୍ଷତାକୁ ସଠିକ ଭାବରେ ନ ବୁଝି ତାଙ୍କୁ ଅଣ ଦେଖା କରିଛି ବୋଲି କହି ଅଗଷ୍ଟ ୨୬ ତାରିଖରେ ଦଳ ଛାଡିଥିଲେ ଗୁଲାମ ।

ସେ ଆହୁରୀ ମଧ୍ୟ କହିଥିଲେ ତାଙ୍କର ଗାନ୍ଧୀ ପରିବାରେ ସହିତ କୌଣସି ବ୍ୟକ୍ତିଗତ ସମସ୍ୟା ନାହିଁ । କିନ୍ତୁ ସେ ଆଉ ଦଳରେ ରହିବାକୁ ଚାହୁଁ ନାହାନ୍ତି । ଗୁଲାମ କଂଗ୍ରେସ ଛାଡିବା ପରେ ସେ କେଉଁ ଦଳରେ ମିଶିବେ ବୋଲି ବହୁ ଚର୍ଚ୍ଚା ହେଉଥିବା ବେଳେ ସେ କହିଥିଲେ ଯେ ସେ କୌଣସି ଦଳରେ ମିଶିବେ ନାହିଁ । ବରଂ ସେ ତାଙ୍କର ଏକ ନୂତନ ପାର୍ଟି ନିର୍ମାଣ କରିବେ । ଯାହାର ସେ ଆଜି ସଙ୍କେତ ଦେଇଛନ୍ତି । ସେ ଆଜି ତାଙ୍କର ଦଳର ନାମ ଏକ ପତାକା ଉନ୍ମୋଚନ କରିଛନ୍ତି । ଆଜାଦ ତାଙ୍କ ଦଳର ନାମ ଡେମୋଗ୍ରାଟିକ ଆଜାଦ ପାର୍ଟି ରଖିଛନ୍ତି । ତେବେ ଏହା ସହିତ ସେ ପତାକା ମଧ୍ୟ ପ୍ରକାଶ କରିଛନ୍ତି । ଏଥିରେ ତିନୋଟି ରଙ୍ଗ ରହିଛି । ନୀଳ,ଧଳା ଏବଂ ହଳଦିଆ । ନୀଳ ରଙ୍ଗ ଯାହକ ସ୍ୱାଧୀନତାର ବାର୍ତ୍ତା ଦେଉଛି । ଧଳା ରଙ୍ଗ ଯାହା ଶାନ୍ତିର ବାର୍ତ୍ତା ଦେଇଥାଏ। ଏବଂ ହଳଦିଆ ରଙ୍ଗ ଯାହା କିଛି ନୂଆ କରି ଦେଖାଇବାର ଇଚ୍ଛା ଏବଂ ଏକତାକୁ ଦର୍ଶାଇଥାଏ ।

ବର୍ତ୍ତମାନ ଯାହା ସୂଚନା ମିଳୁଛି ଜମ୍ମୁ କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ବର୍ତ୍ତମାନ ବରିଷ୍ଠ ନେତା ମାନଙ୍କ ସହିତ ସାକ୍ଷାତ କରୁଛନ୍ତି । ଏବଂ ଯଥା ଶୀଘ୍ର ଲୋକମାନଙ୍କ ପାଇଁ ତାଙ୍କର ଆହ୍ୱାନକୁ ଶାଣିତ କରିବାକୁ ଉଦ୍ୟମ ଆରମ୍ଭ କରିଦେଲେଣି ।

Get real time updates directly on you device, subscribe now.